You are currently viewing କ’ଣ ବୋଲି ଭାବିଚ କି !
Odia Poem Kana Boli Bhabicha Ki (କଣ ବୋଲି ଭାବିଚ କି) by Pallavi Pujapanda

କ’ଣ ବୋଲି ଭାବିଚ କି !

ଭାବିଚ କି,
କର ନଜର ଦୂର ଦୂର
ମନେ ମୋର ଟାଣିଦେବ
ଲକ୍ଷ୍ମଣର ଗାର !

ଦିନରାତି ଏକ କରି
ସବୁ କାମକୁ ପଛ କରି
ନିଇତି ଘାଣ୍ଟୁଛି ତମ ପ୍ରୋଫାଇଲ,
ମୁଁ ବି ଦେଖୁଛି ମ
ଦେଉଅଛ କେଉଁ ଦେବାଦେବୀ ଚିତ୍ରରେ
କମେଣ୍ଟ ଆଉ ଦିଲ୍ !

ନଜରରେ ପଡ଼ିଛି ବି
ଡେଣା ଥାପି ସାରିଲାଣି
ଫୁରଫୁର୍ ଫରେନ୍ ଚଢ଼େଇ,
ଏସନ ଆସ ତ,
ନଛାଡ଼ିଛି ଯଦି ହାତରେ ପାଦରେ
ଡେଉଁରିଆ ପିନ୍ଧେଇ
ମୋ ନାଁ ଦେବ ବଦଳାଇ !

ଝାଡ଼ି ଫୁଙ୍କି କରିଦେବି
ଏକବେଳେ ନଜରବନ୍ଦୀ,
ଧୋଉଥବ ଅଖା, ଗାଉଥବ ‘ରେଖା’
ମୁହଁରେ ନଥବ ଉଣେଇସି କ’ ପଣିକିଆ
ମୋ ନାଁକୁ ଦେବି ଘୋଷାଇ !

ଆରେ…ହେ !
କ’ଣ ବୋଲି ଭାବିଚ କି !

– ପଲ୍ଲବୀ ପୂଜାପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଲ୍ଲବୀ ପୂଜାପଣ୍ଡା ଜଣେ କ୍ଷୁଦ୍ରଗଳ୍ପ ଲେଖିକା, କବି, ଅଧ୍ୟାପିକା, ପାଠିକା । ତାଙ୍କ ରଚିତ କବିତା ପ୍ରାୟ ସବୁବେଳେ ଫେସବୁକରେ ସେ ଛାଡ଼ୁଥିଲେ, ମାତ୍ର ପରେ ପ୍ରଥମେ ଶୁଭପଲ୍ଲବ ଜରିଆରେ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେ ଶୁଭପଲ୍ଲବର ଅନେକ ଗଳ୍ପ, କବିତାକୁ ଅଡ଼ିଓ ଭାବରେ ରେକର୍ଡ଼ କରିଛନ୍ତି ।