prasada

ପ୍ରସାଦ

ନିକଟ ଅତୀତରେ ମୋ ଘର ପାଖ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ପାଳନ ହେଉଥାଏ । କଲୋନିର ପ୍ରାୟ ଲୋକ ସନ୍ଧ୍ୟାରେ ପ୍ରସାଦ ପାଇବାକୁ ଆସିଥାନ୍ତି । ମୁଁ ଓ ମୋ ଭାଇ ମଧ୍ୟ ସେଠାକୁ ଯାଇଥାଉ । ବଫେ ସ୍ଟାଇଲ୍, ଅର୍ଥାତ୍ ସମସ୍ତେ ପ୍ରସାଦ ନେଇ ମନ୍ଦିର ସାମ୍ନାରେ ଛିଡ଼ା ହୋଇ ଖାଇବା ବ୍ୟବସ୍ଥା ହୋଇଥାଏ । ମୁଁ ଓ ମୋ ଭାଇ ମଧ୍ୟ ପ୍ରସାଦ ନେଇ ଗୋଟାଏ ପାଖରେ ଛିଡ଼ାହୋଇ ଖାଉଥାଉ । କିଛି…

ଅଧିକ ପଢ଼ନ୍ତୁ
Gaon Tutha

ଗାଁ ତୁଠ

କେଉଁକାଳରୁ ଏ ତୁଠଟା ଏମିତି ମୂକସାକ୍ଷୀ ହେଇ ଛିଡ଼ା ହେଇଛି ଗାଁ ମୁଣ୍ଡରେ । ଖାଲି ଅପବାଦ ଯେ ମୁଣ୍ଡେଇଛି ତା’ ନୁହେଁ, କିଛି ପ୍ରଶଂସା ବି ସାଉଁଟିଛି ସମୟର ସୁଅରେ । କେବେ ବିଚଳିତ କିମ୍ବା ବିବ୍ରତ ହେଇନି ଏ ଘାଟ । ଅନେଶତ ମସିହା ମହାବାତ୍ୟା ହେଉ କି ଅଶୀ ମସିହା ମରୁଡ଼ି, ଗାଁ ଯାକର ଦୁଃଖ ସୁଖକୁ ମୁଣ୍ଡେଇ କେବେ ବି ଭାରାକ୍ରାନ୍ତ ହେଇନି । କେଇଖଣ୍ଡ ବାଉଁଶକୁ ଯୋଡ଼ି ଆରମ୍ଭ ହେଉଥିବା…

ଅଧିକ ପଢ଼ନ୍ତୁ
Rama-Rajya Marinahi

ରାମରାଜ୍ୟ ମରିନାହିଁ

“ଝାଡ଼ୁ ନବ ମା’ ଝାଡ଼ୁ“– ଏମିତି ଡାକି ଡାକି ଡିସେମ୍ବର ମାସର ଏକ ଶୀତୁଆ ସକାଳରେ ସେ ଗେଟ୍ ଖୋଲି ପଶିଆସିଥିଲା । ମୁଁ ପଚାରିଥିଲି “ମୋ ପାଖରେ କିଛି ନଡ଼ିଆ ଖଡିକା ଅଛି, ତୁମେ ଝାଡୁ ବାନ୍ଧି ଦେଇପାରିବ?” ସେ ଅତି ସହଜରେ ରାଜି ହୋଇ ଆମ ଘର ବାରଣ୍ଡାରେ ଜାଗାଟିଏ ଖୋଜି ବସିପଡ଼ିଲା । ଦୁଇଟା ଝାଡ଼ୁ ବାନ୍ଧିବା ପରେ ମୋତେ ପାଣି ଗ୍ଲାସଟିଏ ମାଗିଲା । ଆଉ ମୁଁ ଗ୍ଲାସଟି ତା’ ହାତକୁ…

ଅଧିକ ପଢ଼ନ୍ତୁ
premika

ପ୍ରେମିକା

ଟ୍ରେନ ତା‘ର ଗତି ବଢ଼ାଇବାକୁ ଉଦ୍ୟତ ହେବାବେଳେ ଧଇଁସଇଁ ହୋଇ ରୁଦ୍ର ଟ୍ରେନ ଭିତରକୁ ପ୍ରେବେଶ କରିଥିଲା । ବ‌ହୁତ ଦିନ ପରେ ଘରକୁ ଯିବା ପାଇଁ ଛୁଟି ମିଳିଛି । ବିଗତ ଛଅ ବର୍ଷ ହେବ ଭାରତୀୟ ସେନା ବାହିନୀର ଜଣେ ସୈନିକ ଭାବେ ମାତୃଭୂମି ପାଇଁ ସେବା କରିଆସୁଛି ରୁଦ୍ର । ଟ୍ରେନ ଭିତରେ ବସିବା ପାଇଁ ଜାଗାଟିଏ ଖୋଜୁଖୋଜୁ ଏକ ଚିହ୍ନା ମୁହଁକୁ ଆବିଷ୍କାର କରିଥିଲା ସେ । ସେଇ ଆଖି, ସେଇ…

ଅଧିକ ପଢ଼ନ୍ତୁ
Karmaphala

କର୍ମଫଳ

– ଲୀନା, ଲୀନା, ଲୀନା ଆରେ ସୁମି, ଲୀନା କୁଆଡ଼େ ଗଲା? କେତେବେଳୁ ଡାକପକଉଛି ଅଥଚ ସୋର ଶବଦ କିଛି ବି ନାହିଁ । – ପଢ଼ା ଘରେ ଦେଖିବ ଯାଅ । ଅଲିଅଳି କନ୍ୟାରତ୍ନ ତମର ସକାଳ ପହରୁ ମୁହଁ ଶୁଖେଇ ବସିଛି ଯେ, ଉଁ କି ଚୁଁ କିଛି ବି ନାହିଁ । ତମେ ବାପ–ଝିଅ ବୁଝାବୁଝି ହୁଅ । ପଢ଼ାଘରେ ଲୀନା ଆଉ ତା‘ ବାପା ଅଭିଜିତ ସାମନ୍ତରାୟ । କାନ୍ଦି କାନ୍ଦି…

ଅଧିକ ପଢ଼ନ୍ତୁ