Pratiksha

ପ୍ରତୀକ୍ଷା !

ସେଦିନ ରବିବାର ଥାଏ ଆଉ ମୁଁ ଚୁପଚାପ ନୀରବରେ ରହି ଭାବୁଥାଏ ତୁମକଥା, ନୀରବତାରେ ଭାବୁଥିଲି ଏ ଜୀବନ ଆଉ ଏ ପରିବର୍ତ୍ତନ ବିଷୟରେ, ମୋବାଇଲ ଫୋନରେ ବାଜୁଥାଏ ଗୀତଟିଏ ସନ୍ଧ୍ୟା ସମୟ ଆଉ ହଠାତ ତୁମେ ଆସି ଉପସ୍ଥିତ ହୁଅ, କିଛି ସମୟ ପାଇଁ ନିସ୍ତେଜ ହୋଇ ମୁଁ ଭାବେ ଏ ସ୍ୱପ ନା ବାସ୍ତବତା । ତୁମର କଥା ଆରମ୍ଭ ପ୍ରଶ୍ନରୁ ହୁଏ ଏବଂ ଶେଷ ମଧ୍ୟ ପ୍ରଶ୍ନରେ । ଗୀତଟିଏ ଯାହା ବାଜୁଥାଏ…

ଅଧିକ ପଢ଼ନ୍ତୁ
Premara Basna

ପ୍ରେମର ବାସ୍ନା

କାହିଁକି କେଜାଣି ସେହି ଭୟବିତ ମନ ଏବଂ ଅସ୍ଥିର ଚିତ୍ତ ନିଃଶବ୍ଦ ରାତି ଏହି ନିରୀହ ମନରେ ଅନେକ ଦ୍ୱନ୍ଦ ସୃଷ୍ଟି କରୁଥିଲା । ଜନ୍ମ ଦିନରେ ପ୍ରିୟ ଜନଙ୍କ ଶୁଭେଚ୍ଛା ମଧ୍ୟ ମନର କୋଳାହଳକୁ ଶାନ୍ତ କରି ପାରୁନଥାଏ । ଜୀବନର ଆଉ ଗୋଟିଏ ପାହାଚ ଯେ ମୁଁ ଚଢ଼ିଥିଲି । ହେଲେ ମୋତେ ଆଗକୁ ଯିବାକୁ ଭୟ ଲାଗୁଥାଏ । କାରଣ ଏଠି ପ୍ରତ୍ୟେକ ପାଦରେ ଛଳନା ସଦ୍ରୁଶ କଣ୍ଟା ବିଚ୍ଛୁରିତ ହୋଇ ପଡ଼ିଛି…

ଅଧିକ ପଢ଼ନ୍ତୁ
Bhuta Bangalare Tini Sanga

ଭୂତ ବଙ୍ଗଳାରେ ତିନି ସାଙ୍ଗ

ହିସ୍… ହିସ୍… । ନିସ୍ତବ୍ଧ ରାତିରେ ଧରିଣୀ ପୃଷ୍ଠରେ ଅମାବାସ୍ୟାର ଅନ୍ଧକାର ସମସ୍ତ ଆଲୋକକୁ ବିତାଡ଼ିତ କରୁଥିଲା । ମୁଁ ଏବଂ ମୋ ସାଙ୍ଗ ରିତେଶ ନଦୀ ପଠାରେ ବୁଲୁଥିଲୁ । ଠିକ୍ ସେହି ସମୟରେ ରିତେଶ୍‌କୁ ଗୋଟିଏ କଲ୍ ଆସିଲା । କଲ୍ ଉଠେଇବା ପାଇଁ କହିଲି ରିତେଶ୍‌କୁ, ମାତ୍ର ମନାକଲା, କହିଲା ବୋଧେ ତା’ ବାପାଙ୍କ କଲ୍ ଆସିଥିବ । ରାତିରେ ଖାଇସାରିଲି ନା ନାହିଁ ସେଥିପାଇଁ । ଘଟଣାଟି ହେଉଛି ୨୦୧୦ ମସିହା…

ଅଧିକ ପଢ଼ନ୍ତୁ
Dana

ଦାନ

କୌଣସି ଜରୁରୀ କାମରେ ଦାସ ବାବଙ୍କୁ ସହରରୁ ଦଶ କିଲୋମିଟର ଦୂରକୁ ଯିବାକୁ ପଡ଼ିଲା । ସେ ଅଟୋରିକ୍ସାବାଲାକୁ ପଚାରିଲେ କେତେ ଭଡ଼ା ନେବୁ କହିଲୁ । ଅଟୋବାଲା କହିଲା, “ସାର୍… ଦୁଇ ଶହ ଟଙ୍କା ଭଡ଼ା ପଡ଼ିବ ।” ଦାସ ବାବୁ ଏହା ଶୁଣି ପୂରା ରାଗିଗଲେ, କହିଲେ, “ତୁମେମାନେ ଆଉ କେତେ ଲୁଟିବ ଆମଠୁ କହିଲ । ଗୋଟିଏ ଲୋକର ଅସହାୟତାର ସୁଯୋଗ ନେବ । ମୁଁ ଶହେ ଟଙ୍କା ଦେବି !” “ନା…

ଅଧିକ ପଢ଼ନ୍ତୁ
Bandhu

ବନ୍ଧୁ

ଡିନର ଆରମ୍ଭ ବେଳେ ଭାଇ କହିଲେ, “ବାପା, ସମୁ ଅଙ୍କଲ ତାଙ୍କ ସାନଝିଅ ବାହାଘର ପାଇଁ ରାସ୍ତା ପାଖ ଦୁଇ ଏକର ଜମି ବିକ୍ରି କରୁଛନ୍ତି ବୋଲି ଶୁଣିଲି, ତାଙ୍କ ସହ କଥା ବି ହୋଇସାରିଛି, ଭଲ ରେଟ୍‌ରେ ମିଳିବ, କିଣିବୁ ବୋଲି ଆମେ ଭାବୁଥିଲୁ ।” ଭାଇ କଥାରେ ମୁଁ ବି ସମ୍ମତ ଜଣେଇଲି । ବାପା କିଛିସମୟ ଚୁପ୍ ରହି କହିଲେ, “ସମୁ ମୋ ପିଲାଦିନ ସାଙ୍ଗ, ଏକାସାଙ୍ଗରେ କେତେ ଯେ ମାଡ଼ ଖାଇଛୁ…

ଅଧିକ ପଢ଼ନ୍ତୁ