Nakali Swapna

ନକଲି ସ୍ୱପ୍ନ

ବୟସ ପାଖାପାଖି ୬୫ କି ୭୦ ହେବ, ଦୁର୍ବଳ ଶରୀର, ହାତ ଦୁଇଟା ଭାରି ଜୋରରେ ଥରୁଥାନ୍ତି, ଦାନ୍ତ ଗୁଡ଼ାକ ମଧ୍ୟ ଝଡ଼ିଯାଇଥାଏ, ବାସ କିଛିଟା ରହିଯାଇଥାଏ । ଦୃଷ୍ଟି ଶକ୍ତି ମଧ୍ୟ ଶେଷ ଅବସ୍ଥାରେ, ଏତେ ମାତ୍ରାରେ ରୁଗ୍ଣ ହୋଇ ମଧ୍ୟ ଘର ବାରଣ୍ଡାରେ ବୁଢ଼ା ମଉସା ନାତି ଟୋକା ସହ ବସି ଖୁସି ଗପରେ ମସଗୁଲ ଥାଏ । ନାତି ଟୋକାକୁ ପାଇ ବୁଢ଼ାର ମନ ପୁରା କୁଣ୍ଢେମୋଟ ଯେମିତି ମୋତିମାଣିକ ପାଇଯାଇଛି ବୁଢ଼ା । ବୁଢ଼ୀ ଗଲା…

ଅଧିକ ପଢ଼ନ୍ତୁ
Satisfaction

ସାଟିସ୍ଫେକ୍ସନ୍…

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍କୁଲର ଭାଷଣ ପ୍ରତିଯୋଗିତା ପାଇଁ ମା’ ଗାନ୍ଧିଜୀଙ୍କ ଉପରେ ଏକ ବକ୍ତୃତା ପ୍ରସ୍ତୁତ କରାଉଥିବା ବେଳେ ରୋମି ହଠାତ୍ କହି ଉଠିଲା, “ମାମା ! ଶାସ୍ତ୍ରୀଜୀ ତ ବାପୁଙ୍କର ବର୍ଥ-ଟ୍ୱୀନ… କିନ୍ତୁ ତାଙ୍କ ବିଷୟ ଏତେ କମ୍ ଡିଷ୍କସନ୍ ହେଉଛି??? ସିଏ କେତେ ଖରାପ ଭାବୁଥିବେ ନା? ମୋତେ ତୁମେ ତାଙ୍କ ବିଷୟରେ ପ୍ରିପେର କରେଇଦିଅ । ପ୍ରାଇଜ ନ ପାଇଲେ ବି ସାଟିସ୍ଫେକ୍ସନ୍ ନିଶ୍ଚୟ ପାଇବି…” ଆଉ ତା’ କଥା ଶୁଣି ମା’ ମୁରୁକି…

ଅଧିକ ପଢ଼ନ୍ତୁ
Sadharana Sneha

ସାଧାରଣ ସ୍ନେହ

ସକାଳୁ କନ୍ୟା ଦିବସ ପାଇଁ ବହୁତଗୁଡ଼ିଏ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିବା ବିଶିଷ୍ଟ ସମାଜସେବୀ ରାତି ଶୋଇଗଲା ବେଳେ ନିଜ ଝିଅକୁ ତାଙ୍କ ପାଦରେ ତେଲ ମାଲିସ୍ କରିବାକୁ କହିଲା ପରେ ଝିଅ ପଚାରିଦେଲା, “ମାଆ ଆଜି ମଧ୍ୟ ତୁମ ପାଖରେ ମୋ ପାଇଁ ସମୟ ନାହିଁ ନା?” ଆଉ ଉତ୍ତର ନପାଇ ଚାହିଁଲା ବେଳକୁ ନିଜ ମା’ ଶୋଇ ଯାଇଥିବା ଦେଖି ଭାବୁଥିଲା; ସେ ମଧ୍ୟ ଜଣେ ସାଧାରଣ ମହିଳାଙ୍କ ଝିଅ ହୋଇଥିଲେ ଆଜି ତା’ ମା’ଙ୍କ…

ଅଧିକ ପଢ଼ନ୍ତୁ
Rakshi

ରାକ୍ଷୀ

“ବୈଠକଖାନାରେ ଆଜି ଦୂରଭାଷ ଯନ୍ତ୍ରଟା କ’ଣ ଏତେ ଜୋରରେ ବାଜୁଛି… କ’ଣ କେହି ଘରେ ନାହଁ କି? ନା ଶୁଭୁନି କାହାକୁ? ମାନୀ ଏ ମାନୀ…..” ବିଶ୍ୱଜିତ୍ ବାବୁ ବିରକ୍ତି ପ୍ରକାଶ କରି ଆସି ରିସିଭର୍ ଧରି, କିଛି ସମୟ ପରେ ସ୍ଥାଣୁ ପାଲଟି ଗଲେ । ତା’ପରେ ରିସିଭର୍ ଫୋପାଡ଼ି ଦେଇ ବିଜୁଳି ବେଗରେ ଗ୍ୟାରେଜ୍ ଭିତରୁ କାର୍ ବାହାର କରି ଚାଲିଲେ, ଆଗରୁ ଗୋଟିଏ ଅତି ଜଣାଶୁଣା କିନ୍ତୁ ଏଇ ଗତ ୧୯ ବର୍ଷର ଅଜଣା…

ଅଧିକ ପଢ଼ନ୍ତୁ
Apa Bhai

ଅପାଭାଇ

କାଲି ରାକ୍ଷୀ ପୂର୍ଣ୍ଣିମା । ମୋନା, ଟିକି, ମିତାଲି ନିଜ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବାକୁ ସଜ ହେଉଛନ୍ତି । ତେଣେ ଗୁମ୍‌ ମାରି ସୋଫା ଉପରେ ମୁହଁ ମାଡ଼ି ଶୋଇଛି ଆଶା । ମା’ ଶର୍ମିଷ୍ଠାଙ୍କୁ ଅନେକ ଥର କହିଲାଣି ସେ, ଭାଇଟିଏ ତା’ର ଦରକାର । ଆଉ କୋଉ ଦିନ ନ ହେଲା ନାହିଁ ରାକ୍ଷୀପୂର୍ଣ୍ଣିମା ପାଇଁ ତ ନିହାତି ଦରକାର । ଭାଇଟିଏ ଥିଲେ ସେ ବି ରାକ୍ଷୀ ଦୋକାନକୁ ଯାଇ ରାକ୍ଷୀ ବାଛନ୍ତା । ତା’ ହାତରେ ରାକ୍ଷୀ ବାନ୍ଧନ୍ତା ।…

ଅଧିକ ପଢ଼ନ୍ତୁ