You are currently viewing ବନ୍ଧୁ
ବନ୍ଧୁ

ବନ୍ଧୁ

ଡିନର ଆରମ୍ଭ ବେଳେ ଭାଇ କହିଲେ, “ବାପା, ସମୁ ଅଙ୍କଲ ତାଙ୍କ ସାନଝିଅ ବାହାଘର ପାଇଁ ରାସ୍ତା ପାଖ ଦୁଇ ଏକର ଜମି ବିକ୍ରି କରୁଛନ୍ତି ବୋଲି ଶୁଣିଲି, ତାଙ୍କ ସହ କଥା ବି ହୋଇସାରିଛି, ଭଲ ରେଟ୍‌ରେ ମିଳିବ, କିଣିବୁ ବୋଲି ଆମେ ଭାବୁଥିଲୁ ।” ଭାଇ କଥାରେ ମୁଁ ବି ସମ୍ମତ ଜଣେଇଲି । ବାପା କିଛିସମୟ ଚୁପ୍ ରହି କହିଲେ, “ସମୁ ମୋ ପିଲାଦିନ ସାଙ୍ଗ, ଏକାସାଙ୍ଗରେ କେତେ ଯେ ମାଡ଼ ଖାଇଛୁ ସ୍କୁଲରେ ଜଣେ ଅନ୍ୟଜଣକୁ ବଞ୍ଚେଇବା ପାଇଁ ତା’ର ହିସାବ ନାହିଁ । ଆଜି ତା’ ଖରାପ ସମୟରେ ଯଦି ସେ ଜମି ତୁମେ ଦି’ଜଣ କିଣୁଛ ମୁଁ କେବେବି ତାକୁ ମୁହଁ ଦେଖେଇପାରିବି ନାହିଁ ।” ମୁଁ କିଛି କହିବା ପୂର୍ବରୁ ଭାଇ କହିଲେ, “ଠିକ ଅଛି ବାପା, କାଲି ଅଙ୍କଲଙ୍କ ସହ ଦେଖାକରି ବାହାଘରର ଅଧାଖର୍ଚ୍ଚ ଆମେ ବହନ କରୁଛୁ ବୋଲି କଥା ଦେଇ ଆସିବି ।”

– ହିମାଂଶୁ ଭୂଷଣ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।