ତୁମ ପ୍ରେମିକା
ଶାନ୍ତ ସମୁଦ୍ରରେ ଘୂର୍ଣ୍ଣି ଝଡ଼ ସୃଷ୍ଟି ହୋଇ ତା’ ବକ୍ଷକୁ ଆନ୍ଦୋଳିତ କଲା ଭଳି ମୋ ମନକୁ ଦୋହଲେଇ ଦେଇଥିଲା ତୁମର ସେ କେଇ ପଦ କଥା । ପାଦ ତଳୁ ଯେମିତି ହଠାତ ଭୂମିଟା ଖସି ଯାଉଥିଲା ଦୂରକୁ ଦୂରକୁ । ଦୀର୍ଘ ଦିନର ବ୍ୟବଧାନ ପରେ ମୁଁ ତୁମକୁ ଫୋନ କରିଥିଲି ଭଲ ମନ୍ଦ ପଚାରି ବୁଝିବା ପାଇଁ, ହେଲେ ଏମିତି ଏକ ସମ୍ବାଦ ପାଇବି ତାହା ମୋ ଚିନ୍ତାର ବାହାରେ ଥିଲା । ଯଦିଓ ବହୁତ ଆଗରୁ…

