Odia Story Bhinna Eka Sabitri (ଭିନ୍ନ ଏକ ସାବିତ୍ରୀ) by Arabinda Kumar Gupta

ଭିନ୍ନ ଏକ ସାବିତ୍ରୀ

ଚାରିମାସ ପୁର୍ବରୁ ସତିଆ ତେଲେଙ୍ଗାନାକୁ ଦାଦନ ଖଟି ଆସିଥିଲା କୋରୋନାର ପ୍ରଥମ ଲହରୀ ପରେ ପରେ, ଝାଟିମାଟି କୁଡ଼ିଆ ଘରେ ବୃଦ୍ଧ ମାଆବାପା, ଦୁଇ ଛୁଆ ଓ ସାବିକୁ ଛାଡ଼ି । କଣ୍ଟ ଥିଲା ସାବିତ୍ରୀ ବ୍ରତକୁ ଆସିବ ବୋଲି, ରାସନ୍ ଚାଉଳ ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ବ୍ୟବସ୍ଥା କରି ବିଦାୟ ନେଇ । ଏପଟେ ସାବି ପରିବାରର ଅନ୍ୟ ଯାବତୀୟ ଖର୍ଚ୍ଚ ଭରଣା ପାଇଁ ପାଖ ପଡ଼ିଶାଘରେ ପାଇଟିକରି ସୁଖଦୁଃଖରକରି ଚଳେଇ ନେଉଥାଏ । “ଆରେ ସତିଆ ! ତୋ’…

ଅଧିକ ପଢ଼ନ୍ତୁ
Odia Story Parents Day (ପ୍ୟାରେଣ୍ଟସ୍ ଡେ) by Krishan Sau

ପ୍ୟାରେଣ୍ଟସ୍ ଡେ

“ମରି ଯଆନ୍ତୁ, ମରିଗେଲ କିଛିବି ଅସୁବିଧା ହେବନାହିଁ” ଏହି କଥା ପଦକ ଶୁଣିଥିଲି ସେହି “ପ୍ୟାରେଣ୍ଟସ୍ ଡେ” ଦିନ ସାହୁ ବାବୁଙ୍କ ମୁଁହରୁ । ସାହୁ ବାବୁ ହେଉଛନ୍ତି କଟକର ରାଣୀହାଟର ବାସିନ୍ଦା । ପେଶାରେ ଜଣେ ଗାଡ଼ି ଚାଳକ । ପରିବାର କହିଲେ ତାଙ୍କ ସ୍ତ୍ରୀ, ପୁଅଝିଅ ତିନିଜଣ ଓ ବୃଦ୍ଧ ବାପା । ଆଉ ଏକ ସଦସ୍ୟ ମଧ୍ୟ ଅଛି, ସେ ହେଉଛି ତାଙ୍କ ମିଟୁ । ପିଲାମାନଙ୍କ ଖାଇବାପିଇବା ସହ ମିଟୁର ଖାଇବାପିଇବା ଉପରେ ସେ ବେସ୍ ଧ୍ୟାନ ଦେଉଥିେଲ ।…

ଅଧିକ ପଢ଼ନ୍ତୁ
Odia Story Jati (ଜାତି) by Hrimanshu Bhusan Sahoo

ଜାତି

ମୁଁ ପୁଣି ତା’ ଚେହେରା ଦେଖି ଚମକିପଡ଼ିଲି । ଏଇ ଅଧା ବାଟରେ ତା’ ସହ ମୋର ତୃତୀୟ ଥର ଦେଖା । ଅନେକ ଭିଡ଼ରେ ସେ କଦର୍ଯ୍ୟ ଚେହେରାର ଫାଉଡ଼ା ଦାନ୍ତ ମୋତେ ଖେଦି ଗୋଡ଼ାଏ । ଏ କ’ଣ ଗୋଟେ ଯାତ୍ରା? ଛି ! ଅସରନ୍ତି ଅନ୍ଧାର, ଉତ୍କଟ ଗନ୍ଧ ଆଉ ଏଭଳି କେତୋଟି ଚେହେରା ! କିନ୍ତୁ ଯାତ୍ରା ଆରମ୍ଭରୁ ମୋ’ ପାଖରେ ଦର୍ପଣ ନଥିଲା । ବରଂ ସେ ରାଜସ୍ଥାନୀ ଲୋକର ପୋଷାକରେ ଯେଉଁ ଆଇନା ଖଞ୍ଜା ହୋଇଛି ସେଥିରେ…

ଅଧିକ ପଢ଼ନ୍ତୁ
Odia Story Bideshi Bandhu (ବିଦେଶୀ ବନ୍ଧୁ) by Santanu Kumar Rout

ବିଦେଶୀ ବନ୍ଧୁ

ଅମିତ, ବିଗତ ଦୁଇ ବର୍ଷ ହେଲା ଭୁବନେଶ୍ୱର ସ୍ଥିତ ଏକ IT କମ୍ପାନୀରେ ଚାକିରୀ କରନ୍ତି । ନିଜ ଘର କହିଲେ ସମ୍ବଲପୁର ବୁର୍ଲା ସହର ନିକଟସ୍ଥ ଏକ ଗାଁ । ବୁର୍ଲା ସହରରେ ପାଠପଢ଼ା ସମାପ୍ତ କରି ଏଇ କିଛି ବର୍ଷ ହେଲା ଭୁବନେଶ୍ୱରରେ ରୁହନ୍ତି । କେଉଁ ଶନି/ରବିବାର ଛୁଟି ହେଲେ ଗାଆଁକୁ ଯା’ନ୍ତି, ଆଉ କେବେ କେବେ ଭୁବନେଶ୍ୱରରେ ରହିଯାନ୍ତି ଓ ଦର୍ଶନୀୟସ୍ଥାନ ବୁଲିବାକୁ ଯାଆନ୍ତି ବା ବେଳେବେଳେ ଏକା ହିଁ ମାର୍କେଟିଙ୍ଗକୁ ବାହାରିଯାଆନ୍ତି । ଏହିଭଳି ଦିନେ…

ଅଧିକ ପଢ଼ନ୍ତୁ
Odia Story Khasi Maunsa (ଖାସି ମାଉଁସ) by Laxmikanta Behera

ଖାସି ମାଉଁସ

ରମେଶ ବାବୁ ସରଳ ନିଷ୍କପଟ ମଣିଷଟିଏ, ଚାକିରୀ କରିଛନ୍ତି ପାଖ ତହସିଲ ଅଫିସରେ କିରାଣୀ ଭାବରେ । ରମେଶ ବାବୁଙ୍କ ପାଖରେ ସଚ୍ଚୋଟ ପଣିଆ ବି ହାର ମାନିଛି । ସେଥିପାଇଁ ତାଙ୍କ ଦରମା ଟଙ୍କାରେ କଷ୍ଟେ ମଷ୍ଟେ ଚାଳିଯାନ୍ତି ତାଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ସୀତା ଦେବୀ, ଝିଅ କୁନୁ, ପୁଅ କୁନା ଓ ବୁଢ଼ାବାପା । ରମେଶ ବାବୁଙ୍କ ବାପା ବହୁ କଷ୍ଟରେ ରମେଶ ବାବୁଙ୍କୁ ପାଠ ପଢ଼େଇ ଖଣ୍ଡିଏ ଚାକିରୀ ବି କରେଇ ଦେଇଛନ୍ତି । ବାପା…

ଅଧିକ ପଢ଼ନ୍ତୁ