
ପ୍ରଥା – ସତ୍ୟ – ଜୀବନ
“ଦୁହିତା ଦୁଇ କୁଳକୁ ହିତା ନହେଲେ ଦୁଇ କୁଳକୁ ପିତା” ଜେଜେ ମା’ର ଏଇ କଥାଟି ବାରମ୍ୱାର ବାରମ୍ୱାର ଆକ୍ତାମାକ୍ତା କରୁଥିଲା ମାନିନୀକୁ ଯେବେଠାରୁ ନିର୍ବନ୍ଧ ତିଥି ଠିକ୍ ହେଲାଣି । ନୂଆ ଦୁନିଆରେ କିଭଳି ନିଜକୁ ଖାପ ଖୁଆଇ ଦୁଇ କୁଳର ନାଆଁ ରଖିବ ସବୁବେଳେ ସେଇ ଚିନ୍ତାରେ ମାନିନୀ । ପରିଜନ, ସାଙ୍ଗ ମାନଙ୍କଠୁଁ ମୁହଁଖୋର୍ ଉପାଧିଟା ତିଥି ନିର୍ଦ୍ଧାରଣ ପୂର୍ବରୁ ଯେତେ ଗର୍ବ ଦେଉଥିଲା, ଆଜି କିନ୍ତୁ ତିଥି ନିର୍ଦ୍ଧାରଣ ପରେ ଦୁହିତା…