Odia Story Raso Bai Sah (ରସୋ ବୈ ସଃ) by Pramod Kumar Panda

ରସୋ ବୈ ସଃ

(୧) ଧୂସର ଅପରାହ୍ନର ବିଦଗ୍ଧ ବାତାୟନ ମାଧ୍ୟମରେ କୋଠରୀ ଭିତରେ ପଶି ଆସୁଥିବା ଜୀବନ୍ତ ସୂର୍ଯ୍ୟରଶ୍ମି କଣିକାସମୂହର ସରଳରେଖାକୁ ନିରୀକ୍ଷଣ ବେଳେ ସ୍ମୃତି ପଟଳରେ ଭାସମାନ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ମନରେ ଘର କରି ରହି ଯାଇଥିବା ବଡ଼ନାନୀ ସରସ୍ୱତୀଙ୍କ ଚେହେରା ପ୍ରତିଫଳିତ ହେଉଥିଲା । ଶିୱାଲିକ ପର୍ବତ୍ୟଶ୍ରେଣୀ କନ୍ଦରରୁ ଗଡ଼ି ଆସିଥିବା ସରସ୍ୱତୀ ନଦୀସ୍ୱରୂପା, ଭୂମି ଉପରେ ଅଦୃଶ୍ୟ ଥାଇ ମଧ୍ୟ ସେ ପୂଜ୍ୟା-ଦୃଶ୍ୟବତୀ ଥିଲେ । ତାଙ୍କ ରୂପ ଓ କାମକରା ଢଙ୍ଗ ମୋ ପାଇଁ…

ଅଧିକ ପଢ଼ନ୍ତୁ
Odia Story Badalichhi Mo Gaon Swara (ବଦଳିଛି ମୋ ଗାଁ'ର ସ୍ୱର) by Manas Ranjan Nayak

ବଦଳିଛି ମୋ ଗାଁ’ର ସ୍ୱର

ଜନ୍ମର ଚାରି ଦଶନ୍ଧି ଆଜି ଅତୀତ ସତ, ହେଲେ ବିସ୍ମୃତ ନୁହେଁ ଅଜୟର ମାନସପଟରୁ । ନିଜ ମାତୃଗର୍ଭରୁ ନିସୃତ ହୋଇ ପ୍ରଥମ ଥର ପାଇଁ ଧରଣୀ ମା’ର କୋଳରେ ଯେଉଁଠି ପାଦ ଥାପିଥିଲା ସେ ଦିନେ, ସେଇ ତା’ର ଗାଁ; କ୍ରମବିକାଶର ସୋପାନ ପରେ ସୋପାନ ଡେଇଁ ଆଜି ସଭ୍ୟତାର ପ୍ରଗତିଶୀଳ ରାଜରାସ୍ତାରେ ଚଳଚଞ୍ଚଳ । ବିବର୍ତ୍ତନଶୀଳ ଦୁନିଆରେ ସ୍ଥୂଳ ପରିବର୍ତ୍ତନ ଅନେକ, ହେଲେ ସୁକ୍ଷ୍ମ ଚେତନାର ପରିବର୍ତ୍ତନର ଧାରା ବେଶ୍ କ୍ଷୀଣ ପ୍ରତିତହୁଏ ଆମର…

ଅଧିକ ପଢ଼ନ୍ତୁ
Odia Poem Papa Ganthili (ପାପ ଗଣ୍ଠିଲି) by Soubhabati Giri

ପାପ ଗଣ୍ଠିଲି

ସେଦିନ ଥାଏ ରବିବାର । ସକାଳୁ ଆରମ୍ଭ ହେଇଯାଇଥାଏ ମୂଷଳ ଧାରାରେ ବର୍ଷା । ମୁହଁକୁ ମୁହଁ ଦିଶୁ ନଥାଏ । ବାହାର ଘରେ ଅପେକ୍ଷା କରିଥା’ନ୍ତି ସନ୍ତୋଷ ବାବୁ । ଗୋଟେ ବଡ଼ ଗଣ୍ଠିଲି ଧରି ପାଖରେ ବସିଥା’ନ୍ତି ଜଣେ ବୃଦ୍ଧା । ମନର ଯନ୍ତ୍ରଣାକୁ ଲୁହର କୋହରେ ବତୁରାଇ ସେମିତି ବାହାରକୁ ଚାହିଁ ରହିଥା’ନ୍ତି । ବର୍ଷା ଛାଡ଼ିବାର ନାଁ ନେଉ ନଥାଏ । ସେଇ ମୂଷଳ ଧାରାର ବର୍ଷା ଭିତରେ ବି ଆଖିର…

ଅଧିକ ପଢ଼ନ୍ତୁ
Odia Story Chkuli Pitha (ଚକୁଳି ପିଠା) by Sasmita Pradhan

ଚକୁଳି ପିଠା

ସକାଳୁ ସକାଳୁ ଘଷର ଘଷର କରି ଶିଳରେ ତିନ୍ତା ହୋଇ ଥିବା ଅରୁଆ ଚାଉଳ, ବିରିକୁ ବାଟି ରୁକୁଣା ବୁଢ଼ୀ ଚକୁଳି ଆଣ ତିଆରି କରିଛି । ଆଜି ପରା ତା’ ଏକୋଇର ବଳା ବିଶିକେଶନ ମନୁଆର ଜନମ ଦିନ । ଗାଁ ଠାକୁରାଣୀଙ୍କୁ ମାର୍ଜନା ଦେଇଛି ଆଣ୍ଠେଇ ଦଣ୍ଡବତ କରି ପୁଅ ପାଇଁ ଶୁଭ ମନାସିଛି, ମାଲୋ… ମୋ ମନୁଆକୁ ତୋ’ ଘଣ୍ଟ ଘୋଡ଼େଇ, ତୋ’ ପଣତ ତଳେ ରଖିଥିବୁ, ବିପଦେ ଆପଦେ ସାହା ହେବୁ…

ଅଧିକ ପଢ଼ନ୍ତୁ
Odia Story Story Chakuli (ଚକୁଳି) by Sagarika Pattanaik

ଚକୁଳି

ଜନ୍ମଦିନ ଥିଲେ ମା’ ଚକୁଳି କରେ । ପୃଥିବୀ ପରି ଗୋଲ । ସାଙ୍ଗରେ ଖୀରି, ଡାଲମା ଆଉ କେତେ କ’ଣ । ନୂଆ ଡ୍ରେସ ପିନ୍ଧି ପାଦ ତଳେ ଲାଗେନି । ବଡ଼ବଡୁଆଁଙ୍କ ପାଖରେ ଭୋଗ ହେବା ପରେ ମା’ ବାଢ଼ିଦିଏ ଗରମଗରମ । ମୁଁ ଚଟକରି ଥାଳିରୁ ଉଠାଇ ମା’ ଆଡ଼କୁ ଅନାଏ । ତା’ର କୁନି କୁନି କଣା ବାଟେ ମୋ’ ପୃଥିବୀକୁ ଦେଖିବାକୁ ଚାହେଁ । ହେଲେ ପାରେନା । ରାଗ…

ଅଧିକ ପଢ଼ନ୍ତୁ