ସ୍ମତିର ପାହୁଚ, ମାଁ
କାନ୍ଥରେ ଟଙ୍ଗା ହୋଇଥିବା ମା’ଙ୍କ ହସଭରା ସୁନ୍ଦର ତୈଳ ଚିତ୍ରକୁ ଅନାଉଥିଲେ ଶିଳ୍ପପତି ରବିକାନ୍ତ । ଆଜି ଘରକାନ୍ଥରେ ଲାଗିଛି ଏଇଟା, ମା’ଙ୍କ ଦେହାନ୍ତ ପର ଶେଷ କାର୍ଯ୍ୟକ୍ରମ ପରେ । ପାଖରେ ବାପାଙ୍କ ଫଟୋଟା ଦଶ ବର୍ଷ ପୁରୁଣା ହେଲାଣି । ସତେ ଯେମିତି ପାଖର ଖାଲି ଜାଗା ଅନାଇ ବସିଥିଲା ତାଙ୍କର ଜୀବନସାଥୀକୁ !! ଆଉ ଭଗବାନ ସେୟା ବି କରିଦେଲେ । ରବିକାନ୍ତଙ୍କ ଆଖିରୁ ଝରି ପଡ଼ିଲା ଦୁଇ ବୁନ୍ଦା ଲୁହ ।…