Odia Story Chhaya (ଛାୟା) by Deepak Sarangi

ଛାୟା

ଅଜୟର ବନ୍ଧୁ ସହଦେବ ତାକୁ ବହୁତଥର ଡାକିଛି ଯେ ଥରେ ଏଇ ସହରୀ ଜୀବନଯାପନ ଛାଡ଼ି କିଛି ଦିନ ଶିମିଳିପାଳ ଜଙ୍ଗଲ ଆଡ଼େ ବୁଲି ଆସିବାକୁ, କିନ୍ତୁ ଅଜୟ ପାଖରେ ଏସବୁ ପାଇଁ ସମୟ ନ ଥିଲା । ବ୍ୟାଙ୍କ୍ ଚାକିରୀର ବ୍ୟସ୍ତତା ଆଉ ଲେଖାଲେଖିରୁ ଫୁରସତ୍ ମିଳିଲେ ତ କୁଆଡ଼େ ଯିବ ! ସହଦେବ ତା’ର ପିଲା ଦିନର ବନ୍ଧୁ । ଏକା ସ୍କୁଲ ଓ କଲେଜରୁ ପାଠ ପଢ଼ା ସରିବା ପରେ ସେ ଷ୍ଟେଟ୍ ବ୍ୟାଙ୍କରେ ଯୋଗ ଦିଏ…

ଅଧିକ ପଢ଼ନ୍ତୁ
Chakuli: Eka Mitha Abhimana (ଚକୁଳି... ଏକ ମିଠା ଅଭିମାନ) by Dr. Nilima Priyadarsini Mishra

ଚକୁଳି… ଏକ ମିଠା ଅଭିମାନ

ଛୋଟବେଳୁ ଚକୁଳି ପିଠା ସହ ଅଲଗା ସୂତାରେ ବନ୍ଧା ଥିଲା ସୁନୁ ଆଉ ସୁମିର ଛୋଟ ହୃଦୟ । ବଡ଼ ପରିବାର ବୋଲି ବୋଉ ଯେତେ ବିରି ଚାଉଳ ବତୁରେଇଲେ ବି ସମସ୍ତଙ୍କୁ ଯେ ଚକୁଳି ଅଣ୍ଟିବ ସେମିତି କେବେ ହୋଇନି । ଶେଷରେ ବୋଉ ଅଳ୍ପ ଅଟା ଆଉ ସୁଜି ଗୋଳେଇଦିଏ ଆଣରେ । ଆଉ ସେଇ ଚକୁଳିକୁ ବିକଳ ହୋଇ ଭାଗ ବସେଇବା ପାଇଁ ଚାହିଁ ରହିଥାନ୍ତି ଏଇ କୁନି କୁନି ଭାଇ ଭଉଣୀ ଦି’ଜଣ । ସୁମି ବୟସରେ…

ଅଧିକ ପଢ଼ନ୍ତୁ
Odia Story Eka Lekhaka ra Mrutyu Pare (ଏକ ଲେଖକର ମୄତ୍ୟୁ ପରେ) by Paramita Mishra

ଏକ ଲେଖକର ମୄତ୍ୟୁ ପରେ !!

କରତାଳିର ସୁଅରେ ଫାଟି ପଡ଼ୁଥିଲା ସଭା । ସାମ୍ୱାଦିକ ତଥା ଅନ୍ୟାନ୍ୟ ଗଣମାଧ୍ୟମର ଲୋକମାନେ ଫୋଟ ନେବାରେ ବ୍ୟସ୍ତ । ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ତଥା ଅତିଥିଗଣଙ୍କର ପ୍ରଶଂସାରେ ପାଟି ଥକୁ ନଥିଲା । ବହିଟି ଏ ବର୍ଷର ‘ବେଷ୍ଟ ବୁକ୍ ଅଫ୍ ଦ ଇଅର’ ପୁରସ୍କାର ପାଇଛି । ଆଉ ଏସବୁ ଭିତରେ ପୁଣ୍ୟତୋୟାଙ୍କ ଆଖିରୁ ଝରି ଯାଉଥିଲା ଆନନ୍ଦାଶ୍ରୁ । ଯେମିତି ଯେମିତି ସଭା କାର୍ଯ୍ୟ ଆଗକୁ ବଢ଼ିଲା ସ୍ୱର୍ଗତ ଅର୍ଦ୍ଧେନ୍ଦୁ ଓ ଚାରଲେଟ ଚୌଧୁରୀଙ୍କ ବହି ଉନ୍ମୋଚନ ତଥା…

ଅଧିକ ପଢ଼ନ୍ତୁ
Odia Poem Bhinna Eka Prema Katha (ଭିନ୍ନ ଏକ ପ୍ରେମ କଥା) by Kartika Chandra Tripathy

ଭିନ୍ନ ଏକ ପ୍ରେମ କଥା

ଆଜି ଅନିମେଶ ବାବୁ ବହୁତ ବ୍ୟସ୍ତ କାରଣ ସାନପୁଅ ସମୀର ବାଙ୍ଗାଲୋରରୁ ଘରକୁ ଫେରିଛି, ତା’ ପାଇଁ ଝିଅ ଦେଖା କାମଟି ସାରିବାକୁ ପଡ଼ିବ କାଲି । ଏଟା ଖାଲି ଗୋଟେ ଅନୁଷ୍ଠାନିକ ଥିଲା, କାରଣ ସମୀର ଓ ଶ୍ୱେତା ଦୁହେଁ ଦୁହିଁଙ୍କୁ ପସନ୍ଦ କରି ସାରିଛନ୍ତି କଲେଜରେ ପଢ଼ିଲା ଦିନରୁ । ତା’ ପରଦିନ ସମସ୍ତେ ଶ୍ୱେତାର ଘରକୁ ବାହାରିଲେ; ସେମାନେ କହିଲେ ଅନିମେଶ, ପତ୍ନୀ ଅଞ୍ଜନା ଦେବୀ, ଆଉ ସମୀର । ସେମାନଙ୍କ ବଡ଼ ପୁଅ ବୋହୂ ତ…

ଅଧିକ ପଢ଼ନ୍ତୁ
Odia Story Pratishodh Parayana Samaya (ପ୍ରତିଶୋଧ ପରାୟଣ ସମୟ) by Suchismita Sahoo

ପ୍ରତିଶୋଧ ପରାୟଣ ସମୟ

ଆଜି ଗୋଟେ ନିଆରା କାହାଣୀ କହିବାକୁ ଯାଉଛି । ଆଶାକରେ ଯୁବପୀଢ଼ିଙ୍କୁ କିଛି ସଚେତନତା ଦେବ ମୋ କାହାଣୀ । କାହାଣୀର ନାୟିକା ସରିତା । ତନୁ ପାତଳୀ ସରିତା ଥିଲା ଛଅ ଭାଇରେ ଗୋଟିଏ ଭଉଣୀ; ଭାରି ଗେହ୍ଲେଇ । ଛୋଟ ପ୍ରଜାପତିଟେ ପରି ଖୁସିରେ ନାଚି ଗାଇ ଘରସାରା ଘୁରି ବୁଲୁଥିଲା । ପିଲାଦିନେ ବହୁତ ଭଲ ପାଠ ପଢ଼ୁଥିଲା । ପଢ଼ା ସହ କବିତା ଆବୃତ୍ତି, ଭାଷଣ ପ୍ରତିଯୋଗିତା, ଚିତ୍ରାଙ୍କନ, ଖେଳକୁଦ ସବୁଥିରେ ସେ ଥିଲା ଆଗୁଆ । ହେଲେ ନିଜ ଅଳସୁଆମି…

ଅଧିକ ପଢ଼ନ୍ତୁ