Odia Story Story 2 tankara Mulya (୨ଟଙ୍କାର ମୂଲ୍ୟ) by Biswanath Kinkar Rout

୨ଟଙ୍କାର ମୂଲ୍ୟ

ମଉସା ଉଠିଲେ ୟୁନିଟ୍ ୬ ଛକରୁ । ଯିବେ ଏ.ଜି. ଛକ ପର୍ଯ୍ୟନ୍ତ । ୫ ଟଙ୍କାଟିଏ ବଢ଼େଇ ଦେଲେ ମହିଳା କଣ୍ଡକ୍ଟରକୁ । ସେ କହିଲେ, “ମଉସା ୮ ଟଙ୍କା ଦିଅ ।” “କାହିଁକି? ମୁଁ ତ ସବୁଦିନେ ୫ ଟଙ୍କା ଦିଏ !” “ମଉସା ଏଇଟା ଏସି ବସ୍ । ୧୦‌ ଟଙ୍କା ସର୍ବନିମ୍ନ ଭଡ଼ା । କିନ୍ତୁ ଆପଣ ୬୦ ବର୍ଷରୁ ଉର୍ଦ୍ଧ୍ୱ; ତେଣୁ ୮ ଟଙ୍କା ।” ଅନେକ ଯୁକ୍ତି ତର୍କ କଲା ପରେ ସେ ୧୦ ଟଙ୍କିଆ ମୁଦ୍ରାଟିଏ ବଢ଼େଇ ଦେଲେ ।…

ଅଧିକ ପଢ଼ନ୍ତୁ
Odia Short story Gotie Dinara Raja (ଗୋଟିଏ ଦିନର ରାଜା) by Chinmaya Mahapatra

ଗୋଟିଏ ଦିନର ରାଜା

୧୦/୧୨ ବର୍ଷର ପିଲାଟିଏ, ଗୋଟେ ଛୋଟ ହୋଟେଲରେ କାମ କରେ । ତା’ର କ’ଣ ମନ ହେଲା ଯେ ସେ ଗୋଟେ ଦିନ ଛୁଟି ନେଲା… ସେଦିନ ସକାଳୁ ଦୋକାନରୁ ଗୋଟେ ୨ ଟଙ୍କିଆ ସାମ୍ପୁ କିଣି ଭଲକରି ଗାଧୋଇଲା । ପୂର୍ବ ଦିନରୁ ଆଇରନ୍ କରି ରଖିଥିବା ତା’ର ମାତ୍ର ଗୋଟେ ହଳ ପ୍ୟାଣ୍ଟସାର୍ଟ ପିନ୍ଧିଲା । ପକେଟରେ ଦରମା ଟଙ୍କା ତକ ରଖି ବୁଲିବାକୁ ବାହାରିଲା । ପାର୍କ ବୁଲିଲା, ବଜାର ବୁଲିଲା, ସିନେମା ଦେଖିଲା, ପପକର୍ଣ୍ଣ ଖାଇଲା, କୋଲ୍ଡ୍…

ଅଧିକ ପଢ଼ନ୍ତୁ
Odia Poem Sashu Maa (ଶାଶୁ ମାଆ) by Himanshu Bhusan Sahu

ଶାଶୁ ମାଆ

ବାସର ରାତିର ପରଠାରୁ ରାତ୍ରୀ ତା’ ଶାଶୁକୁ ହାଡ଼େ ହାଡ଼େ ଚିହ୍ନିଦେଇଛି । ପ୍ରେମ ବିବାହରେ ଅସନ୍ତୁଷ୍ଟ ଶାଶୁ; ପୁତ୍ରବଧୂର ଭୋର ୪ଟାରେ ନ ଉଠି ଅଳସ ଭାଙ୍ଗି ୫ଟା ବେଳକୁ ଉଠିବା ଅସହ୍ୟ ବୋଲି କଥାରେ ନକହି ସକାଳେ ଗୁରୁଗୁରୁ ହୋଇ ମୁହଁ ଝିଙ୍ଗାସି ବିନା ଚପଲରେ ଦୁଆର ମୁହଁ ଖରକିବା ବେଳେ ମୁଣ୍ଡି ପହଁରାର ପଛପଟ କିଳା ଖୋଷାକୁ ନୂଆ ଶିଳପୁଆରେ ପିଟିବା ଥିଲା ହୁଏତ ଶାଶୁପଣିଆ । ସହରର ହାୱାରେ ବାଜି ବଡ଼ ହୋଇଥିବା ରାତ୍ରୀ…

ଅଧିକ ପଢ଼ନ୍ତୁ
Odia Story Mo Bapa (ମୋ ବାପା) by Rajesh Kumar Barik

ମୋ ବାପା

ମ୍ୟାଟ୍ରିକ୍ ରେଜାଲ୍ଟ ବାହାରିବାର ଥାଏ, ହାତରେ ମୋବାଇଲ୍‌ଟାକୁ ଧରି ଏକାକୀ ପୋଲ ଉପରେ ବସିଥାଏ ରାଜୁ । ମନରେ ଥାଏ ଅନେକ ବିତୃଷ୍ଣାର ସମ୍ଭାବନା… କାହିଁକି ନା ବାପା ଭାରି ରାଗି, ପରୀକ୍ଷାର ରେଜାଲ୍ଟ ଖରାପ ହେଲେ ବହୁତ ଗାଳି କରିବେ, ବହୁତ ମାଡ଼ ମାରିବେ । ଖାସ୍ ସେଇଥିପାଇଁ ତ ସେ ଆଜି ଡିଉଟି ନ ଯାଇ ଘରେ ବସିଛନ୍ତି । ତାଙ୍କର ବିବେକ ବୋଲି କିଛି ନାହିଁ, ଯେତେବେଳେ ଦେଖିବେ ଯାହା ସହ ଦେଖିବେ ସବୁବେଳେ ଗାଳି କରିବେ ।…

ଅଧିକ ପଢ଼ନ୍ତୁ
Odia Story Sabitri Brata (ସାବିତ୍ରୀ ବ୍ରତ) by Rajesh Kumar Barik

ସାବିତ୍ରୀ ବ୍ରତ

ସକାଳୁ ସକାଳୁ ଭୁବନେଶ୍ୱରର ଏକ ନମ୍ୱର ମାର୍କେଟ୍‌ଟା ଖଚାଖଚ୍ ଭିଡ଼ରେ ଭରି ରହିଥାଏ । ଦୋକାନୀ ସବୁ ଜୋର୍‌ଜୋର୍‌ରେ ଚିଲାଇ ଚିଲାଇ ଡାକ ଛାଡ଼ୁଥାନ୍ତି, “ନେଇଯାଅ ଭାଇ ଆମ୍ୱ କିଲକୁ ୧୦୦ ନେଇଯାଅ ଭାଇ ତାଜା ତାଜା କାଶ୍ମିରୀ ଆମ୍ୱ… ପଣଷ ଗୋଟା ଦୁଇଶହ… ସଜତୋଳା ଗୋଟା ପଣଷ… ହାତକୁ ଅଠା ପାଟିକୁ ମିଠା ନେଇଯାଅ ଭାଇ ନେଇ ଯାଅ… ଭାଇ ।” ହୋ ହାଲ୍ଲା ଶବ୍ଦରେ କାନ ଫାଟି ପଡ଼ୁଥାଏ । ଲୋକମାନେ ବି ସବୁ ଯିଏ ଯେମିତି ହାତରେ ବଡ଼…

ଅଧିକ ପଢ଼ନ୍ତୁ