Odia Story Dress Pindha Sabitri (ଡ୍ରେସ୍ ପିନ୍ଧା ସାବିତ୍ରୀ) by Sudeep Rohan Bagh

ଡ୍ରେସ୍ ପିନ୍ଧା ସାବିତ୍ରୀ

ସାବିତ୍ରୀ ବ୍ରତ ସଧବାର ଦାୟିତ୍ଵଠୁଁ ଗର୍ବ ବେଶୀ । ମଥାରେ ଝଟକୁ ଥିବା ସିନ୍ଦୂରକୁ ନାଇ ଜୁଇକୁ ଯିବାକୁ ଇଚ୍ଛା ବ୍ରତର ନିଷ୍ଠାକୁ ଦୁଇ ଗୁଣ କରେ । ବର୍ଷକୁ ଥରେ ବାପ ଘରୁ ମିଳିଥିବା ଶାଢ଼ୀ ଶଙ୍ଖା ସିନ୍ଦୂରକୁ ପୂଜା କରି ନୂଆ ନାଇ, ସଜେଇ ହେଇ, ସ୍ୱାମୀର ଆୟୁଷକୁ ନିଜଠୁଁ ବଢ଼ାଇବାକୁ କାମନା କରୁଥାଏ ନାରୀ । ପୁରୁଷ ହିସାବରେ ନାରୀର ନିଷ୍ଠାକୁ ବ୍ୟକ୍ତ କରିବାକୁ ମୋ ପାଖରେ ଅଧିକ ଶବ୍ଦ ନାହିଁ ଯଦିଓ ତଥାପି ଭାବନାରେ ଅନେକ…

ଅଧିକ ପଢ଼ନ୍ତୁ
Odia story Muktira Swagatokti (ମୁକ୍ତିର ସ୍ୱଗତୋକ୍ତି) by Manas Ranjan Nayak

ମୁକ୍ତିର ସ୍ୱଗତୋକ୍ତି

ଧର୍ମ ଅଧର୍ମ, ପାପ ପୁଣ୍ୟ, ଭଲ ମନ୍ଦର ଝିମିଟି ଖେଳରେ ଜୀବନୋତ୍ତର ପରିଧି ଆମ ଖିଆଲି ଦିମାଗ୍‌ର ବହିର୍ଭୂତ ମନେହୁଏ । ଚିକିମିକି ସ୍ୱପ୍ନିଳ ଭବିଷ୍ୟତ ଓ ଉଲ୍ଲସିତ ବର୍ତ୍ତମାନର ଛାଇତଳେ ଜୀବନ କେତେବେଳେ କଡ଼ ଲେଉଟାଏ ଜଣାପଡ଼େ ନାହିଁ । ଉପନୀତ ହୁଏ ଜୀବନ ରାସ୍ତାର ଶେଷ ଦୋଛକି… ଗୋଟିଏ ଲମ୍ୱିଥାଏ ମାୟା ସଂସାରର ଅପୂରଣୀୟ ଭୋଗବିଳାସ ଆଡ଼କୁ ଏବଂ ଆରଟି ଅନ୍ତଃକରଣରୁ ନିଃସୃତ ଭଗବତ ପରାଣୟତାର ତୃଷ୍ଣା ସାଗର ଆଡ଼କୁ । ବିକଳ ହୋଇଉଠେ ଆତ୍ମା ପକ୍ଷୀଟି ତା’ର…

ଅଧିକ ପଢ଼ନ୍ତୁ
Odia Story Nari (ନାରୀ) by Sunita Sethi

ନାରୀ

“ନାରୀ” ସ୍ରଷ୍ଟାଙ୍କର ଏକ ସୁନ୍ଦର ସୃଷ୍ଟି, ସେ ଅସାମାନ୍ୟା ସୁନ୍ଦରୀ । ଅନେକ ଚେହେରା ଲୁଚି ରହିଥାଏ ତା’ ମଧ୍ୟରେ । ଅନେକ ସମ୍ପର୍କରେ ସେ ବନ୍ଧା, ସମସ୍ତଙ୍କ ପ୍ରତି କିଛି ନା କିଛି କର୍ତ୍ତବ୍ୟ ଥାଏ ନାରୀର । ସେଥିପାଇଁ ତ ଅନେକ ଚରିତ୍ର ରହିଥାଏ ତା’ର । ସେ ହେଉଛି ସମ୍ପୂର୍ଣା, ସେ ହିଁ ଅନ୍ନପୂର୍ଣ୍ଣା, ଆଉ ସର୍ବୋପରି ସେ ହେଉଛି ମା’ । ଯେତେବେଳେ ଘରେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ନିଏ, କୁହାଯାଏ ଯେ ଘରକୁ ଲକ୍ଷ୍ମୀ ଆଗମନ…

ଅଧିକ ପଢ଼ନ୍ତୁ
Odia Story Tini Tanka Pachash Paisa (ତିନି ଟଙ୍କା ପଚାଶ ପଇସା) by Laxmikanta Behera

ତିନି ଟଙ୍କା ପଚାଶ ପଇସା

ସରସ୍ୱତୀ ପୂଜା କି ଗଣେଶପୂଜା ଆସିଲେ ମୋ ମନ କୁଣ୍ଢେମୋଟ ହେଇଯାଏ, କାରଣ ଗୋଟେ ପଟେ ସ୍କୁଲର ପୂଜା ଅନ୍ୟଟି ହେଲା ବହୁ ପ୍ରତିକ୍ଷୀତ ଏକ ସୁନ୍ଦର ଖାଦ୍ୟ ଖାଇବାର ମଉକା ମିଳେ । କେଜାଣି କାହିଁ ପୂଜା ପୂର୍ବ ଦିନ ରାତିଟା ବି ଅଧିକ ଲମ୍ବା ଭଳି ଲାଗେ । ସବୁ ପିଲାଙ୍କ ପରି ସକାଳୁ ଉଠି, ଫୁଲ ତୋଳି ଗାଧେଇ ହେଇ ନୂଆ ଡ୍ରେସ ପିନ୍ଧି ମା’ ପାଖେ ହଜାର ହେଇଯାଏ । ମାଆ ମୋ ମୁହଁକୁ ଚାହିଁ…

ଅଧିକ ପଢ଼ନ୍ତୁ
Odia Poem Sashu Maa (ଶାଶୁ ମାଆ) by Himanshu Bhusan Sahu

ଶାଶୁ ମାଆ

ବାସର ରାତିର ପରଠାରୁ ରାତ୍ରୀ ତା’ ଶାଶୁକୁ ହାଡ଼େ ହାଡ଼େ ଚିହ୍ନିଦେଇଛି । ପ୍ରେମ ବିବାହରେ ଅସନ୍ତୁଷ୍ଟ ଶାଶୁ; ପୁତ୍ରବଧୂର ଭୋର ୪ଟାରେ ନ ଉଠି ଅଳସ ଭାଙ୍ଗି ୫ଟା ବେଳକୁ ଉଠିବା ଅସହ୍ୟ ବୋଲି କଥାରେ ନକହି ସକାଳେ ଗୁରୁଗୁରୁ ହୋଇ ମୁହଁ ଝିଙ୍ଗାସି ବିନା ଚପଲରେ ଦୁଆର ମୁହଁ ଖରକିବା ବେଳେ ମୁଣ୍ଡି ପହଁରାର ପଛପଟ କିଳା ଖୋଷାକୁ ନୂଆ ଶିଳପୁଆରେ ପିଟିବା ଥିଲା ହୁଏତ ଶାଶୁପଣିଆ । ସହରର ହାୱାରେ ବାଜି ବଡ଼ ହୋଇଥିବା ରାତ୍ରୀ…

ଅଧିକ ପଢ଼ନ୍ତୁ