ସ୍ୱପ୍ନର ମରୁଯାତ୍ରା

ନଶ୍ୱର ଶରୀରରେ ନିଃଶ୍ୱାସ ପ୍ରଶ୍ୱାସର ଧାରା ଅବିଛିନ୍ନ ଥିଲାଯାଏ ଗଢ଼ୁଥାଏ ଭାଙ୍ଗୁଥାଏ ସ୍ୱପ୍ନର ସୁଉଚ୍ଚ ଅଟ୍ଟାଳିକା, କିଛି ବନ୍ଦ୍ ଆଖିର ପଲକ ତଳେ ଆଉକିଛି ଖୋଲା ଆଖିରେ ଆଖିଏ ଜଞ୍ଜାଳ ଭିଡ଼ରେ । ସ୍ୱପ୍ନରୁ ବାସ୍ତବିକତାକୁ ରୂପାନ୍ତରଣର ପ୍ରକ୍ରିୟାଟି କିନ୍ତୁ ଖୁବ୍ ରହସ୍ୟମୟ ପ୍ରତିତହୁଏ ଜୀବନପଥର ଦୋଛକିରେ ବେଶ୍ କିଛି ବାଟ ଅତିକ୍ରାନ୍ତ କରି, କେଉଁ ଏକ ଝଙ୍କାଳିଆ ବର ଓହଳର ସ୍ନିଗ୍ଧ ଶୀତଳ ଛାଇତଳେ ଅବକାଶ ନେଉ ନେଉ ଅନ୍ତର୍ମୁଖୀ ହେଲାବେଳେ । ପ୍ରାପ୍ତି ଓ ପ୍ରୟାସର ସମାନ୍ତରାଳ…

ଅଧିକ ପଢ଼ନ୍ତୁ
Odia Story Manobala (ମନୋବଳ) by Basumati Sahoo

ମନୋବଳ

ମୁଁ ଶିଶୁ ମନ୍ଦିରରେ ପଞ୍ଚମ ଶ୍ରେଣୀରେ ପଢ଼ୁଥାଏ । ଶିଶୁ ମନ୍ଦିରରେ ପ୍ରତିବର୍ଷ ବିଜ୍ଞାନ ମେଳା ଆୟୋଜିତ ହୁଏ । କିନ୍ତୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୁଁ କେବେ ବି ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିନଥିଲି । ଆତ୍ମ ବିଶ୍ୱାସର ଅଭାବ କାରଣରୁ ମୁଁ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟକଳାପରେ ଅଂଶଗ୍ରହଣ ନିମନ୍ତେ ଆଗ୍ରହ ପ୍ରକାଶ କରେନାହିଁ । ଆମ ଘରକୁ ଜଣେ ଗୁରୁଜୀ ମୋତେ ପଢ଼ାଇବାକୁ ଆସନ୍ତି । ସେ ମୋତେ ଅଂଶଗ୍ରହଣ ନିମନ୍ତେ ଉତ୍ସାହିତ କଲେ । ଜାଣେନା କାହିଁକି ସେ ବର୍ଷ ମୋର…

ଅଧିକ ପଢ଼ନ୍ତୁ
Odia Story Bhija Bhija Niraba Rasta re (ଭିଜା ଭିଜା ନୀରବ ରାସ୍ତାରେ...) by Abinash Singh

ଭିଜା ଭିଜା ନୀରବ ରାସ୍ତାରେ…

ମନେ ଅଛି ଆମ ସେ ପ୍ରଥମ ଦେଖା? ମନେଅଛି ସେଇ ପ୍ରଥମ ଦେଖାର ରାସ୍ତା? ଆଜିବି ସେଇ ରାସ୍ତାରେ ମୁଁ ଯାଉଛି ହେଲେ ତୁମେ ଦେଖାଯାଉନ । ରାସ୍ତାକୁ ପଚାରେ ତୁମ କଥା ହେଲେ ରାସ୍ତା କିଛି ବି ଉତ୍ତର ଦିଏ ନାହିଁ । କିନ୍ତୁ ଗଛ ଓ ପବନକୁ ସବୁ କିଛି ଜଣା ତଥାପି ସେ ନିରବ ରହିଥାନ୍ତି । ଆଜିବି ସେଇ ରାସ୍ତାରେ ମୁଁ ଅପେକ୍ଷା କରିଥାଏ ପ୍ରତ୍ୟେକ ଦିନ ସଞ୍ଜ ବେଳକୁ । ରାତିରେ ସ୍ୱପ୍ନରେ ଆସୁଥିଲ ତୁମେ,…

ଅଧିକ ପଢ଼ନ୍ତୁ
Odia Story Pabitra Bandhan (ପବିତ୍ର ବନ୍ଧନ) by Himanshu Bhushan Sahoo

ପବିତ୍ର ବନ୍ଧନ

୦୧ ବାପା କିଛି ଗୁରୁତ୍ୱପୂର୍ଣ୍ଣ କାମରେ ହଠାତ ଦୋକାନ ଛାଡ଼ି ଯିବାରୁ ପନ୍ଦର ବର୍ଷର ଶୁଭମ୍ ଘଡ଼ିଏ ପାଇଁ ଦୋକାନ ସମ୍ଭାଳିବାକୁ ବସିପଡ଼ିଲା । ରାତି ପହିଲେ ରାକ୍ଷୀପୂର୍ଣ୍ଣିମା, ରାକ୍ଷୀତକ ବିକ୍ରି ନ ହେଲେ ପୁଣି ଆର ବର୍ଷକୁ ରହିଯିବ । ତଥାପି ରାତି ଆଠଟା ଭିତରେ ଅନେକ ବିକ୍ରି ସରିଥାଏ । ସେତେବେଳକୁ ଦୁଇଜଣ ବାର କି ତେର ବର୍ଷର ଝିଅ ପହଞ୍ଚିଲେ, ଯାଆଁଳା ବୋଧେ । ଗରାଖ ନ ଥିବାରୁ ଶୁଭମ୍ ଟିକେ ଘୁମେଇ ପଡ଼ିଥାଏ, ସେ ଦୁଇଜଣଙ୍କ ପାଟି…

ଅଧିକ ପଢ଼ନ୍ତୁ
Odia Story Atara Sishi (ଅତର ଶିଶି) by Dr. Abhipsa Bal

ଅତର ଶିଶି

ଦାମିକା ଅତର ଲଗାଇବାରେ ଅଭ୍ୟସ୍ତ ନ ଥିଲି ମୁଁ । ଗତ ବର୍ଷ ଜନ୍ମଦିନରେ ମୋ ପ୍ରିୟ ବନ୍ଧୁ ଜଣକ ଏହି ଅତରଟିକୁ ଭେଟି ଦେଇଥିଲେ । ଖୋଳରେ ତା’ର ଦାମ ଦେଖି ମୁଣ୍ଡ ଘୂରେଇ ଦେଇଥିଲା ମୋର । – କ’ଣ ମୁଣ୍ଡକୁ ବିଛା କାମୁଡ଼ି ଥିଲା? ମୋତେ ପଇସାଟା ଲଫାପାରେ ଦେଇଦେଲନି । ଏତିକିରେ ମୋର ଭଲ ଭଲ ଡ୍ରେସ୍ ଦୁଇଟା ହେଇଯାଇଥାନ୍ତା । ନଚେତ୍ ହାତ ଘଣ୍ଟା ଦେଇପାରିଥାନ୍ତ । – ହଁ ଯେ, This one has a good…

ଅଧିକ ପଢ଼ନ୍ତୁ