Odia Story Masaka Marini (ମସକ ମରିନି) by Ashish Kumar Nayak and Ashish Sarangi

ମସକ ମରିନି

ଅନେକ ବର୍ଷ ତଳର କଥା… ମସକ ଦେଶରେ ୧୦୦ ପ୍ରକାର ଆଦିବାସୀ ବସବାସ କରୁଥିଲେ ଯେଉଁମାନଙ୍କୁ ମୌସକ ବୋଲି କୁହାଯାଉଥିଲା । ପ୍ରତ୍ୟେକ ଗୋଷ୍ଠୀ ପାଇଁ ଜଣେ ଜଣେ ନେତା ଥିଲେ । ମୌସକମାନେ ଭଲ ଯୋଦ୍ଧା ଥିଲେ ଏବଂ ସେମାନେ ମଧ୍ୟ ଭଲ ଚାଷବାସ କରିବାରେ ସକ୍ଷମ ଥିଲେ । ଦିନେ ମୁଖିଆ ନେତା ପରାମର୍ଶ ଦେଲେ ଯେ ଆମେ ଥରେ ସମୁଦ୍ରରେ ଯାତ୍ରା କରିବା ଏବଂ ଅନ୍ୟ ପାର୍ଶ୍ୱରେ କ’ଣ ଅଛି ଦେଖିବା । ଅନ୍ୟ ମୌସକ ନେତାମାନେ ଏହା…

ଅଧିକ ପଢ଼ନ୍ତୁ
Odia Story Pratikshara Pratiksha (ପ୍ରତୀକ୍ଷାର ପ୍ରତୀକ୍ଷା) by Kumar Gourab Adhikari

ପ୍ରତୀକ୍ଷାର ପ୍ରତୀକ୍ଷା

“ପ୍ରୟାସ, ୨୩.୦୯.୨୦୦୨ କେମିତି ଅଛ ତୁମେ? ଆଶା କରୁଛି ଭଲରେ ଥିବ । ଏଥର ଦୁର୍ଗାପୂଜାରେ ତୁମେ ଆସିବ ନା ଗାଁକୁ? ଦୁଇ ବର୍ଷରୁ ଆସିନାହଁ ତୁମେ । ଏଥର ନ ଆସିଲେ ମୁଁ ଆଉ ତୁମ ସହ କଥା ହେବିନି । ମୋ ସହ ଥରଟିଏ ଦେଖା କରିବାକୁ ଆସିବ ନା? ଜାଣିନି ଆମେ ଆଉ କେବେ ବି ଦେଖା କରି ପାରିବା କି ନା । ଏ ଜନ୍ମରେ ହୁଏତ ଆଉ ଦେଖା ନ ହେଇପାରେ । ଡାକ୍ତର ବାବୁ କହୁଥିଲେ…

ଅଧିକ ପଢ଼ନ୍ତୁ
Odia Story Abartaman (ଆବର୍ତ୍ତମାନ) by Padmalaya Padhy

ଆବର୍ତ୍ତମାନ

ଦୁଇ ବର୍ଷ ଧରି କୋମାରେ ରହିବା ପରେ ପରିଶେଷରେ ବୋଉର ଚେତା ଫେରିଥିଲା ଓ ଧୀରେଧୀରେ ଉଠି ବସିଥିଲା ସେ । ଏଇଟା ଚମତ୍କାର ଥିଲା କି ଭଗବାନଙ୍କ ଖେଳ ମୁଁ ଜାଣିନାହିଁ । କାଲି ପରି ଲାଗୁଛି ପରା । କିଛି ନାହିଁ ହଠାତ ବୋଉ ଛିଡ଼ା ହୋଇଥିଲା ତ ଦେଖିଲା ବେଳକୁ ଗଛ କାଟିଲା ଭଳି ତଳେ ପଡ଼ିଗଲା ତ ଗଲା ଆଉ ଚେତା ନାହିଁ । ହସ୍ପିଟାଲ ନେଇ ସବୁ ପରୀକ୍ଷା ନିରୀକ୍ଷା କଲାପରେ ଯେତେବେଳେ ଡାକ୍ତର କହିଲେ…

ଅଧିକ ପଢ଼ନ୍ତୁ
Odia Story Ja Devi Sarbabhuteshu (ୟା ଦେବୀ ସର୍ବଭୂତେଷୁ) by Manas Ranjan Nayak

ୟା ଦେବୀ ସର୍ବଭୂତେଷୁ

ଆଖିରେ ପାଣି, ଧମନୀରେ ରକ୍ତ । ଜୀବନ ଏହି ପାଣିରୁ ରକ୍ତ ପୁଣି ରକ୍ତରୁ ପାଣି ମଧ୍ୟରେ ଆବର୍ତ୍ତି ହେଉଥାଏ କାଳ ଅକାଳ । ସମୟର ସ୍ୱାକ୍ଷରରେ ସ୍ୱପ୍ନରୁ ବାସ୍ତବତାର ବାଟ ଖୋଜୁଥାଏ ନିରୁଦ୍ଦିଷ୍ଟ ପାହାନ୍ତାରୁ ଗୋଧୂଳି ଯାଏଁ… ଅଭୀପ୍ସାର ଉଡ଼ାଣ ଭରୁଥାଏ ଭୂମିରୁ ଭୂମା ଯାଏଁ । ଜୀବନ ଜଞ୍ଜାଳରେ ନିଜ ଅସ୍ମିତାକୁ ଜଳାଞ୍ଜଳି ଦେଇ ଗଢ଼ି ଚାଲିଥାଏ ସ୍ମୃତି କୋଣାର୍କ । ମୋହର ପରଳ ତଳେ ଚେତନାର ଦିଗନ୍ତ ଦିଶେ ଧୂମ୍ରାଭ । ଜୀବନର ଅମୃତ ଆଶ୍ଳେଷ ଟିକକ ଦ୍ରବୀଭୂତ ହେଉଥାଏ…

ଅଧିକ ପଢ଼ନ୍ତୁ
Odia Story Asahaya Kalakara (ଅସହାୟ କଳାକାର) by Deepak Sarangi

ଅସହାୟ କଳାକାର

ଦିବାକର ବସି ଭାବୁ ଥିଲା ତା’ ପୁଅ ପାଇଁ ଏଠି ଅର୍ଥ ଓ ଚିକିତ୍ସାର ବ୍ୟବସ୍ଥା ହୋଇ ପାରିବ କି ନାହିଁ । ମେଳା, ମହୋତ୍ସବ, ଗାଁ ଯାତ୍ରା, ଟିଭି, ରେଡ଼ିଓ, ସରକାରୀ କାର୍ଯ୍ୟକ୍ରମ ଆଦିରେ ମର୍ଦ୍ଦଳ ଭଳି ପାରମ୍ପରିକ ବାଦ୍ୟକୁ ବଜେଇ ସେ ଖୁବ୍ ନାଁ କମେଇ ଥିଲା । ଅନେକ ମଞ୍ଚ, ସଂସ୍ଥା, ସରକାରୀ କାର୍ଯ୍ୟକ୍ରମ ଆଦିରୁ ପୁରସ୍କାର ପ୍ରାପ୍ତ ହୋଇଥିବା ଜଣେ କଳାକାରକୁ ବି ଏମିତି ଦୁର୍ଦ୍ଦିନର ସାମ୍ନା କରିବାକୁ ପଡ଼ିବ ବୋଲି ସେ କେବେ…

ଅଧିକ ପଢ଼ନ୍ତୁ