Odia Poem Talapadeswari (ତାଳପଦେଶ୍ୱରୀ) by Biswajyoti Mohanty

ତାଳପଦେଶ୍ୱରୀ

ବୋଧହୁଏ ଗୋଟେ ଯୁଗ ପରେ, ସମୟର ବିପରୀତେ, ସାହସ ଜୁଟାଇ ହଜିବାକୁ, ଯାଇଥିଲି ଏକାନ୍ତରେ ଖୋଜିବାକୁ, ନିରେଖିବାକୁ, ଟିକେ ଛୁଇଁବାକୁ, ସୌଧ ଯାହା ଗଢ଼ିଯାଇଥିଲ ହାତ ଧରି, ମୋ ଶ୍ୱାସର ଉତ୍ତେଜନାକୁ ପ୍ରଶାନ୍ତ କରି, ଜଳୁଛି ଜାଗର ମହାଦୀପର ଲେଲିହାନ ଶିଖା ପରି ସେ, ନା ଶ୍ମଶାନର ଜୁଇ ପାଉଁଶ ସମ ଦିଶେ । ଅସହାୟ ହାୟ ସମୟ ! ଅପରିବର୍ତ୍ତିତ ଲାଗେ ଅନେକ କିଛି, ସମୟର ନୃଶଂସ ଝଡ଼ ପରେ ବି, ସେଇ ରଙ୍ଗଣୀ ଫୁଲ…

ଅଧିକ ପଢ଼ନ୍ତୁ
Odia Poem Tama Bhabanare (ତମ ଭାବନାରେ) by Purnima Leknka

ତମ ଭାବନାରେ

ସକାଳୁ ଦ୍ୱିପହର ପର୍ଯ୍ୟନ୍ତର ତମାମ କଳହ ପରେ ମନ, ମସ୍ତିଷ୍କ ଥକିଗଲା ପରେ ଦିପହରୁ ଆସି ଗୋଧୂଳି ବେଳାରେ ନିଷ୍ପତ୍ତି ନେଲି, ଆଉ ନୁହଁ ବାସ ପୂର୍ଣ୍ଣଛେଦ ଏଠାରେ । ଏତେ ଦିନର ଦୀର୍ଘତମ ସମ୍ପର୍କରେ କ’ଣ ପାଇଛି ତୁମଠାରେ? ପ୍ରଶନବଚି ଉଠେ ମନ ଉହାଡ଼ରେ ! ଭାବନାର ସଂଘର୍ଷ ମଧ୍ୟରେ ବର୍ତ୍ତମାନ ଭବିଷ୍ୟତର କୁହୁଳିକାରେ ରାଗ ଅଭିମାନ ମିଶା ମନରେ । ନିଷ୍ପତି ଶୁଣେଇଲି ତମ ଆଗରେ ପୂର୍ଣ୍ଣଛେଦ ଚାହେଁ ଏଇ ସମ୍ପର୍କରେ କିଛି ଆସ…

ଅଧିକ ପଢ଼ନ୍ତୁ
Odia Poem Garabe Kahibi Odiapua Mun (ଗରବେ କହିବି ଓଡ଼ିଆପୁଅ ମୁଁ) by Tapan Dixit

ଗରବେ କହିବି ଓଡ଼ିଆପୁଅ ମୁଁ

“ଗରବେ କହିବି ଓଡ଼ିଆପୁଅ ମୁଁ ଓଡ଼ିଆ ମୋ ମାତୃଭାଷା ଯାହାର ପବନ ପ୍ରତି ନିଶ୍ୱାସେ ମୋ ପାଣି ଯା’ ଶୋଣିତେ ମିଶା” ମଳୟରେ ଯା’ର ତୁଳସୀ ମହକ ଭକତିର ଛୁଆଁ ଦିଏ ଗାଈଆଳ ପିଲା ନିତି ସଞ୍ଜେ ଯହିଁ ମୁରଲୀ ବଜାଇ ଯାଏ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଯହିଁ ଅଇଁଠା ଅବଢ଼ା ଖାଇ ପ୍ରେମ ବାଣ୍ଟୁଥାନ୍ତି ସଭିଏଁ ଯେଉଁଠି ଆନନ୍ଦେ ବିଭୋର ହୋଇ । ଯାହାର ଠାକୁର ଜଗତର ନାଥ ସାଗର ଯା’ ମହୋଦଧି…

ଅଧିକ ପଢ଼ନ୍ତୁ
Odia Poem Abastaba Kabita (ଅବାସ୍ତବ କବିତା) by Hrushikesh Swain

ଅବାସ୍ତବ କବିତା

କଳ୍ପନାର ଉଦ୍ୟାନରେ ମୋ କବିତା ଯଦି ହେଇଥାନ୍ତା ଫୁଲ, ଶବ୍ଦର ରଙ୍ଗସବୁ ତା’ ପାଖୁଡ଼ା ଅଧରେ ଛନ୍ଦର ରାଗିଣୀ ଛନ୍ଦି ପ୍ରଜାପତି ଡେଣାରେ ତା’ ସୁରଭିରେ ହରଷି ସରାଗ ହୃଦୟ ଆବେଶେ କରନ୍ତା ବସନ୍ତର ସ୍ୱାଗତ, ଗୋପନରେ ଗାଇ ମଧୁଗୀତ । ଆଞ୍ଜୁଳାଇ ଶବ୍ଦ ସାଥେ ସ୍ୱପ୍ନରଙ୍ଗ ବୋଳି ଫିଙ୍ଗି ଦିଅନ୍ତି ଯଦି ଆକାଶକୁ ଲକ୍ଷ କରି, ବିନ୍ଦୁ ବିନ୍ଦୁ ରୂପେଲି ବରଷାରେ ମିଶି ପୁଣି ପଡ଼ିଯାନ୍ତେ ଝରି ଝିଲିମିଲି ରଞ୍ଜିତ ମନ ଆକାଶରେ କବିତାରେ ସ୍ୱପ୍ନ…

ଅଧିକ ପଢ଼ନ୍ତୁ
Odia Poem Smrutibhaba (ସ୍ମୃତି ଭାବ) by Ashutosh Meher

ସ୍ମୃତି ଭାବ

କିଛି ଆପାଶୋରା କିଛି ମନେ ଭରା ମିଠା ମିଠା ସ୍ମୃତି ଭାବ ମନ ପରଦାରେ ଛାପି ହୋଇ ରହେ ପୂଣ୍ୟ-ପ୍ରେମେ ମନ ତବ । ସେ ଲେଖା ଅଲିଭା ସବୁ ଦିନ ପାଇଁ ଜଳୁଥାଏ ଏକାନ୍ତରେ ପୃଷ୍ଠା ଲେଉଟିଲେ ରଙ୍ଗ ଭିନ୍ନ ଲାଗେ ଏକ ସେଇ ଭାବନାରେ । ଜୀବନ ଏକାଠି ଦରଦରେ ଭରା ଏକ ପଥ, ଏକ ରାହା ହୃଦୟ ପୁସ୍ତିକା ଗହନ ଭାବରେ ଲେଖା ହୋଇଥାଏ ଯାହା । – ଆଶୁତୋଷ ମେହେର ଆଶୁତୋଷ…

ଅଧିକ ପଢ଼ନ୍ତୁ