Odia Poem Mun Kie (ମୁଁ କିଏ??) by Swatismita Barik

ମୁଁ କିଏ??

ସଭିଙ୍କୁ ନିଜର କରୁଥିବା ହୃଦୟଟିଏ । ପ୍ରେମର ଦୀପ ଜାଳିଥିବା ନାରୀଟିଏ । ସମାଜକୁ ବୋଝ ଲାଗୁଥିବା ବସ୍ତୁଟିଏ । ମତବ୍ୟକ୍ତ କରିପାରୁନଥିବା ଶବ୍ଦଟିଏ । ଲିଙ୍ଗଗତ ସମସ୍ୟାକୁ ବୁଝିନପାରି ଯେବେ ସାମାନ୍ୟ ଅଝଟ କରିବସେ, ସେତେବେଳେ ସମାଜ ମୋତେ ପ୍ରଶ୍ନ କରେ ତୁ କିଏ…?? ଆଗ୍ନେୟଗିରିରୁ ବାହାରିଥିବା ହୁଳାପିଣ୍ଡଟାଏ । କପଡ଼ା ଭିତରେ ଲୁଚିରହିଥିବା ଗାନ୍ଧାରୀର ଆଖିଟିଏ । ସାଗର ଆକର୍ଷିତ ହେଲାଭଳି ନଦୀଟିଏ । ପ୍ରତି ନାରୀର ହୃଦୟର କବାଟକୁ ଠକ୍ ଠକ୍ କଲାପରେ…

ଅଧିକ ପଢ଼ନ୍ତୁ
Odia Poem Magnolia Lo (ମାଗ୍ନୋଲିଆ ଲୋ) by Bijaya Parida

ମାଗ୍ନୋଲିଆ ଲୋ !

ଖିଆଲି ଚଇତି ତନୁ ଛୁଇଁ ଦେଲା ରୂପସୀ ତୋ’ ମନ ନେଇ ମାଗ୍ନୋଲିଆ ଲୋ’ ବସନ୍ତ ଆସିଛି ପାଖୁଡ଼ା ମେଲାଉ ତୁହି । ପହିଲି ପ୍ରେମିକ ଶୁଭ ଆଗମନେ ହସି ତୁ ଲୋଟୁଛୁ ଆଜି ମାଦକତା ଭରା ଯଉବନ ତୋ’ର ସରାଗେ ବସିଛୁ ସାଜି ।୧। ନରମ ମନେ ତୁ ସପନ ସଜାଉ ରୂପସୀ ଲାବନି କନ୍ୟା ଗୋଲାପୀ ମିଶା ତୋ’ ଶରୀରର ରଙ୍ଗ ଛୁଟାଏ ରୂପର ବନ୍ୟା ତପସ୍ୟାରେ ରତା ତପସ୍ଵିନୀ ତୁହି ନିଦାଘ ଜାଡ଼ରୁ…

ଅଧିକ ପଢ଼ନ୍ତୁ
Odia Poem Paribartana o Pratisodha (ପରିବର୍ତ୍ତନ ଓ ପ୍ରତିଶୋଧ) by Sunita Patel

ପରିବର୍ତ୍ତନ ଓ ପ୍ରତିଶୋଧ

କାଗଜ ଫର୍ଦରେ ଲେଖାଅଛି ବୋଲି କୁହାଯାଉଛି ବରଷକେ ବାର ମାସ ଓ ଛଅ ଋତୁ ଅଛି ନା ଶରତ, ନା ହେମନ୍ତର ପ୍ରଭାବ ଅନୁଭବ ହେଉଛି । ଜଳ ଅଶାନ୍ତ ପୁଣି ବାୟୁ ଅଶାନ୍ତ ମୃତ୍ତିକା ବି କ୍ଳାନ୍ତ ତାତି ଯୋଗୁଁ ଧରା ବି ଆକ୍ରାନ୍ତ । ବିହଗର ବସା ପାଇଁ ପାଦପ ଅଭାବ ପ୍ରଶ୍ୱାସ ପାଇଁ ଅମ୍ଳଜାନ ଅଭାବ ତଥାପି ବଦଳୁ ନାହିଁ ଲୋକଙ୍କ ସ୍ୱଭାବ । ଧରଣୀ ଗର୍ଭକୁ ଚିରି ତା’ ଅଂଶକୁ କାଢ଼ି…

ଅଧିକ ପଢ଼ନ୍ତୁ
Odia Poem Tume (ତୁମେ) by Basanta Kumar Pradhan

ତୁମେ

ତୁମେ ତ ମୋହର ପ୍ରେମ ପୁଣ୍ୟତୋୟା ମୁଁ ତହିଁରେ ଅବଗାହି ତୁମେ ତ ମୋହର ପୁଣ୍ୟ ତୀର୍ଥଟିଏ ଦିଏ ମୁଁ ପାପ ଛଡ଼ାଇ । ତୁମେ ତ ମୋହର ଜୀବନ ସଙ୍ଗୀତ ମୁଁ ଅଟେ ତା’ର ମୂର୍ଚ୍ଛନା, ତୁମେ ତ ମୋହର ଅଟ ଆରାଧନା ମୁଁ ଅଟେ ତୁମ ସାଧନା । ତୁମେ କଳ୍ପନାର ମୋ ନୀଳ ନାୟନା ମୁଁ ତୁମ ରାଜକୁମାର, ପାହାନ୍ତି ନିଦରେ ଆସିପାର ତୁମେ ଶୁଣେ ମୁଁ ପାଦ ନୂପୁର । ମନର…

ଅଧିକ ପଢ଼ନ୍ତୁ
Odia Poem Jibana Nataka (ଜୀବନ ନାଟକ) by Tukuna Sahu

ଜୀବନ ନାଟକ

କେତେବେଳେ ଶେଷ ହେବ କାହା ଅଙ୍କ ନଥିବ ଜମାରୁ ଜଣା ଅଭିନୟ ଶ୍ରେୟ ନିଶ୍ଚୟ ହୋଇବ ଯାତ୍ରାର ଶେଷ ପାଉଣା । ଜିଣିବାକୁ ହେବ ଦର୍ଶକ ହୃଦୟ ଢାଳିବାକୁ ହେବ ଲୁହ ଲୁଚେଇ ନିଜର ହୃଦୟ ଯନ୍ତ୍ରଣା ଭୁଲି ଯାଇ ଲୋଭ ମୋହ । ବାସଲ୍ୟ ଚରିତ୍ର ନୁହଁଇ ସହଜ ଯଉବନ ଭାରି କଷ୍ଟ ବୃଦ୍ଧ ଚରିତ୍ରରେ ଉପନୀତ ହେଲେ ହୋଇବାକୁ ପଡ଼େ ଶିଷ୍ଟ । ବଢ଼ି ବଢ଼ି ଚାଲେ ରାତ୍ରିର ଆୟୁଷ ପଡ଼େ ନାହିଁ କିଛି…

ଅଧିକ ପଢ଼ନ୍ତୁ