ଲୋଡ଼ା ତୋ ଶ୍ରୀଅଙ୍ଗଧୂଳି
ଧନ ଲୋଡ଼ା ନାହିଁ ଜନ ଲୋଡ଼ା ନାହିଁ ଲୋଡ଼ା ତୋ ଶ୍ରୀଅଙ୍ଗ ଧୂଳି ଦେଲେ ଟିକେ ଧୂଳି ହୁଅନ୍ତି ମୁଁ ବୋଳି କରି ତୋତେ ଗଳାମାଳି… ଆରେ ଧନମାଳି ତୁ ମୋ ସୁନାଥାଳି ଦେ’ ତୁ କରୁଣା ଢାଳି ତୋ କରୁଣା ଢଳି କାଳେ ଯିବ ମିଳି ମୋ ସ୍ୱାର୍ଥପରତା ମଳି… ମନେ ତୋତେ ଭାଳି କରୁଛି ମୁଁ ଅଳି ଲିଭେଇଦେ ସ୍ୱାର୍ଥ କାଳି ଲିଭିଲେ ସେ କାଳି ସବୁ ଯିବ ଜଳି ହଟିବ ସଂସାରୁ କଳି……

