Odia Poem Shita Mohini (ଶୀତ ମୋହିନୀ) by Ayushman Tripathy

ଶୀତ ମୋହିନୀ

ଛଅ ଭଉଣୀ ଧରି ସପ୍ତ ରଞ୍ଜନ ଧରା ପୃଷ୍ଠେ କରନ୍ତି ଅବରୋହଣ ସର୍ବେ ସାଜନ୍ତି ସ୍ୱକାଳେ ନୀରକ୍ଷୟ ଦମନ ନହୋଇ ସାଜନ୍ତି ଅଜୟ । ପ୍ରଚଣ୍ଡର ସହ ଝିପିଝିପି ଘନ ନିର୍ମଳ ତରୁଣ ଜାଡ଼ତ୍ୱ ପ୍ରବୀଣ ମଧୁମଳୟର ପୂର୍ବୁ ସେ ପ୍ରକାଶ ଜାଡ଼ମୟ ଧରା ହୁଏ ଶୀତାଭାସ । ବ୍ୟାପ୍ତ କରି ସର୍ବ ବସୁନ୍ଧରା ଭୂମି ନିର୍ଝର ଝରଇ ଅନଳର ଊର୍ମୀ ଅନୀଳ ହୁଅଇ ଅନଳ ଯେସନ ପୁଥିବୀରେ ହୁଏ ଶୀତର ଶାସନ । ଶ୍ୱେତ ପାଟ…

ଅଧିକ ପଢ଼ନ୍ତୁ
Odia Poem Mo Chhota Gaon (ମୋ ଛୋଟ ଗାଆଁ) by Ananta Kumar Sahu

ମୋ ଛୋଟ ଗାଆଁ

ଏଇ ମୋର ଛୋଟ ଗାଆଁରେ ତାକୁ ଟିକେ ଚାହାଁରେ, ଜନମ ଏଇଠି, ମରଣ ଏଇଠି ପାଳିଆବିନ୍ଧା ତା’ର ନାଆଁରେ । ବୁଢ଼ା ଅଙ୍କା ବଙ୍କା ବାଡ଼ି ପରି ଅଙ୍କେଇ ବଙ୍କେଇ ହେଇ କୁଣ୍ତି ନଈ ଗାଆଁ ମଝିରେ ଯାଇଛି ବହି, ବରଷା ଋତୁରେ ଗାଆଁ ନଈ ମୋର ଊଛୁଳେ ଘାଟରେ ପଡ଼େ ନାଆ ଏଇ ମୋର ଛୋଟ ଗାଆଁ, ପାଳିଆବିନ୍ଧା ତା’ର ନାଆଁ । ଗାଆଁ ଶେଷ ମୁଣ୍ଡେ ବିଖ୍ୟାତ ଦେବତା ପ୍ରଭୁ ବିରଞ୍ଚିନାରାୟଣ ମନ୍ଦିର ରହି…

ଅଧିକ ପଢ଼ନ୍ତୁ
Odia Poem Dura Heba Durabastha (ଦୂର ହେବ ଦୁରବସ୍ଥା) by Prafulla Kumar Tripathy

ଦୂର ହେବ ଦୁରବସ୍ଥା

ପ୍ରଭୁ ମୋତେ କରିଛଂତି ବିଶ୍ୱକୁ ଅର୍ପଣ ଭୃତ୍ୟ ହୋଇ କରୁଥିବି ବିଶ୍ୱର କଲ୍ୟାଣ ଦରକାରୀ ନୁହେଁ ଏତେ ଭଜନ, କୀର୍ତନ ଏକାଗ୍ର ହୋଇ କାମରେ ଲଗାଇବି ମନ ମିଳିଯିବ ସମସ୍ୟାର ବହୁ ସମାଧାନ ଏତେ ବେଶି କହି ତାଂକୁ କଲେ ହଇରାଣ ସତେ କି କରିପାରିବି କର୍ତବ୍ୟ ପାଳନ? ନିଜକୁ ପଚାରେଁ ପ୍ରଶ୍ନ ନିଜେ ପ୍ରତିଦିନ ଉତ୍ତର ମିଳୁ ନ ମିଳୁ, ଘାଂଟୁଥିଲେ ମନ ସକ୍ରିୟ, କର୍ମଠ ହୋଇ ବିତାଏଁ ଜୀବନ ଭବିଷ୍ୟତ ଚିଂତା କରି ଏଠି…

ଅଧିକ ପଢ଼ନ୍ତୁ
Odia Poem Sesha Niswas (ଶେଷ ନିଶ୍ୱାସ) by Deepankar Panda

ଶେଷ ନିଶ୍ୱାସ

ସିନ୍ଦୂରା ଫାଟିନି ସୁରୁଜ ଉଇଁନି ଚଣ୍ଡାଳ ପୁଙ୍ଗାଟା ବାଜି ଉଠିଲାଣି ଶୀତୁଆ ସକାଳ ନିଦଟି ଭାଙ୍ଗୁନି ନାହିଁ ଅନ୍ୟ ଗତି କାମ ଡାକିଲାଣି । ଆଜି ରହିଯାଅ କହିଲା ଭାରିଜା କାହିଁକି କେଜାଣି ମନଟା ଅବୁଝା ବେଳ ଗଡ଼ିଲାଣି ଥାଉ ସାଜସଜା ଗାଡ଼ି ଧରିବାକୁ ହେବ ଛକାପଞ୍ଝା । ମୁଠାଏ ଭୁଜାକୁ ପାଟିରେ ପକେଇ ବାହାରିଲା ଘରୁ ତରତର ହେଇ ସମୟ ହେଉଣୁ ହୁଟର ବାଜଇ ଭିତରେ ପଶିଲା ଲିଫ୍ଟରେ ଓହ୍ଲେଇ । କିଟିମିଟି ଘନ ଅନ୍ଧାର…

ଅଧିକ ପଢ଼ନ୍ତୁ
Odia Poem Mo Gaan Nai (ମୋ ଗାଁ ନଈ) by Sanatan Das

ମୋ ଗାଁ ନଈ

ମୋ ଗାଁ ନଈ ତୁମ ଗାଁ ଛୁଇଁ ବହିଯାଏ ଗୀତ ଗାଇ, କୁଳୁ କୁଳୁ ନାଦେ ସଙ୍ଗୀତ ସୁରରେ ତୁମକୁ ଦେଇ ଅନାଇ..!! ତୁମ ପାଦ ସ୍ପର୍ଶ ନଈର ପାଣିରେ ଲହରୀତ ଯେବେ ହୁଏ, ତରଙ୍ଗାୟିତ ହୋଇ ସେଇ ପାଦ ଛୁଆଁ ମନକୁ ମୋ ଛୁଇଁଯାଏ..!! ମୋ ଗାଁର ସେଇ ହଂସୁଆ ନଈର ସୌନ୍ଦର୍ଯ୍ୟର ନାହିଁ ତୁଳନା, ଅଭିମାନୀ ଭାରି ଆମ ଗାଆଁ ନଈ ସତେକି ଷୋଡ଼ଶୀ ଲଳନା..!! ହୃଦୟରେ ତାର ସାଇତା ରହିଛି ଅତୀତର ସବୁ…

ଅଧିକ ପଢ଼ନ୍ତୁ