Odia Poem Basanta Malaya (ବସନ୍ତ ମଳୟ) by Basanta Pradhan

ବସନ୍ତ ମଳୟ

ହାତେ ହାତେ ଦେଲେ ହାତୀ ଉଠିଯାଏ କହନ୍ତି ଜଗତ ଲୋକ, ତୁହିରେ କାଳିଆ ହାତ ଟେକି ଦେଲେ ଆଉ କି ରହନ୍ତା ଦୁଃଖ । ହାତୀ ବୁଲୁଥିଲେ ବନସ୍ତ ଭିତରେ ଅଟେ ସେ ତ ରାଜାଙ୍କର, ଯେଉଁଠି ମୁଁ ଥାଏ ଯେପରି ବା ଥାଏ ତୁହି ମୋର ଆପଣାର କାଳିଆ ରାଜାରେ ମୋର । ସୁଖର ଦୁଃଖର ସାଥି ତୁହି ମୋର ତୁହି ମୋ ପରାଣ ମିତ । ବଞ୍ଚିଥିଲେ ଲକ୍ଷେ ମରିଗଲେ ଲକ୍ଷେ ମୂଲ୍ୟ ସିନା ହାତୀଟିର, ଏଇ ଜୀବନର…

ଅଧିକ ପଢ଼ନ୍ତୁ
Odia Poem Bartaman (ବର୍ତ୍ତମାନ) by Shantanu Kumar Rout

ବର୍ତ୍ତମାନ

ଦୂର ଆକାଶଟା ନିଜର ଲାଗୁଛି ପର ଲାଗେ ମିଠା ଖରା ଅନ୍ଧାରକୁ କେବେ ଆପଣା ଭାବିଲେ ଇର୍ଷାରେ ଜଳୁଛି ଏ ଧରା ॥ ବରଷା ଦିନରେ ଭିଜି ଭିଜି ସତେ ଦେହ ହଉଥିଲା ଥଣ୍ଡା ସେ ଥଣ୍ଡାକୁ ଆଜି ଏ ମନ ଝୁରୁଛି ଖରା ଘଉଡ଼ାଏ ମନ ରୂପକ ଏ ଦଣ୍ଡା ॥ ଲୋମ ଟାଙ୍କୁରା ସେ ଶୀତ ଦିନେ ସତେ ଦେହ ଥିଲା ଉଙ୍କୁରିତ ଏ ଖରାକୁ ଦେଖି ମନ ଖୋଜୁଥାଏ କାହିଁ ଗଲା ସେଇ…

ଅଧିକ ପଢ଼ନ୍ତୁ
Odia Poem Parisamaptira Purbaru (ପରିସମାପ୍ତିର ପୂର୍ବରୁ) by Dibyashree Biswaabandya Jena

ପରିସମାପ୍ତିର ପୂର୍ବରୁ

ପରିସମାପ୍ତିର ଠିକ ପୂର୍ବରୁ ସବୁକିଛି ପୁଣି କାହିଁକି ଜୀବନ୍ତ ହୋଇଉଠେ ! ସ୍ମୃତିର ବକ୍ଷ ଚିରି ଅତୀତ ଆଜି ଭାସି ଉଠେ ଜଳଜଳ କରି ଆଖି ଆଗରେ । ଇତିର ଅୟମାରମ୍ଭ ଆଗରୁ ଆରମ୍ଭ କାହିଁକି ଆଜି ପୁନଶ୍ଚ ସ୍ଵପ୍ନ ଦେଖାଏ ଆଉ ଏକ ନୂଆ ଆରମ୍ଭର ! ଭିନ୍ନ ମୋଡ଼ ନେବାକୁ ଚାହେଁ ଗତିପଥ ଜୀବନର, ବଦଳାଇଦେବାକୁ ଚାହେଁ ରୂପ ଇତିର । ନାଟକରେ ଯବନୀକା ପଡ଼ିବା ଆଗରୁ ଶେଷ ଦୃଶ୍ୟର ଠିକ ଆଗରୁ ଭାସିଉଠନ୍ତି ମାନସପଟରେ କାହାଣୀର ଚରିତ୍ର ସବୁ !…

ଅଧିକ ପଢ଼ନ୍ତୁ
Odia Poem Phula (ଫୁଲ) by Jituram Sahu

ଫୁଲ

ଫୁଲଟିଏ ମୁଁ ଫୁଟିଅଛି ସତେ ଦିଶୁଅଛି କେଡ଼େ ସୁନ୍ଦର । ତୋଳନି ମୋତେ ଫୁଟିଛି ଯତନେ ମହକିବି କରି ଆଦର ॥ କଣ୍ଟା ବୁଦାମୂଳେ ଫୁଟିଅଛି ମୁଁ ଥାଏ ପର୍ବତେ ଜଳ ସ୍ଥଳେ । ବନେ ଉପବନେ ରହିଅଛି ମୁଁ ପ୍ରସ୍ପୁଟିତ ହୁଏ ହରଷେ ॥ ପ୍ରକୃତିର ରାଣୀ ଖେଳି ଉଠଇ ଏହି ମୋର ରୂପ ସୁନ୍ଦରେ । ମୋ ପାଇଁ ଦିଶଇ ଅତି ସୁନ୍ଦର ଏହି ନୀଳ କୂଳ କନ୍ଦରେ ॥ ନାନା ବର୍ଣ୍ଣ ଜାତି ରଙ୍ଗ ବେରଙ୍ଗ ପୃଥିବୀରେ…

ଅଧିକ ପଢ଼ନ୍ତୁ
Odia Poem Tume (ତୁମେ) by Dr. Rajkumari Behera

ତୁମେ

ମୁଁ ଦିଗହରା ବିହଙ୍ଗଟେ ପରି ବୁଲୁଥିଲି ଇତସ୍ତତଃ ହୋଇ ନୀଳ ଆକାଶର ବୁକୁରେ ତୁମେ ପରାଗର ରେଣୁ ପରି ଉଡ଼ି ଆସି ପୁଷ୍ପ ଉଦ୍ୟାନରୁ ବିଞ୍ଚି ଦେଲ ମୋ ଦେହେ ମହକତାର ବାସ୍ନାଟିଏ । ମୁଁ ପାହାଡ଼ୀ ଝରଣାଟେ ପରି ବୋହୁଥିଲି ଅଙ୍କାବଙ୍କା ହୋଇ ସବୁଜ ବନାନୀର ଗର୍ଭରେ ତୁମେ ପୂର୍ଣ୍ଣମୀର ଚାନ୍ଦ ପରି ଭାସି ଆସି ସରଗ ରାଇଜରୁ ଭରି ଦେଲ ମୋ ହୃଦେ ଶୀତଳତାର ଜ୍ୟୋତ୍ସ୍ନାଟିଏ । ମୁଁ ଶୁଷ୍କ ନାଗଫେଣୀଟେ ପରି ପଡ଼ିଥିଲି ମଳିନ ହୋଇ…

ଅଧିକ ପଢ଼ନ୍ତୁ