You are currently viewing ଫୁଲ
Odia Poem Phula (ଫୁଲ) by Jituram Sahu

ଫୁଲ

ଫୁଲଟିଏ ମୁଁ ଫୁଟିଅଛି ସତେ
ଦିଶୁଅଛି କେଡ଼େ ସୁନ୍ଦର ।
ତୋଳନି ମୋତେ ଫୁଟିଛି ଯତନେ
ମହକିବି କରି ଆଦର ॥

କଣ୍ଟା ବୁଦାମୂଳେ ଫୁଟିଅଛି ମୁଁ
ଥାଏ ପର୍ବତେ ଜଳ ସ୍ଥଳେ ।
ବନେ ଉପବନେ ରହିଅଛି ମୁଁ
ପ୍ରସ୍ପୁଟିତ ହୁଏ ହରଷେ ॥

ପ୍ରକୃତିର ରାଣୀ ଖେଳି ଉଠଇ
ଏହି ମୋର ରୂପ ସୁନ୍ଦରେ ।
ମୋ ପାଇଁ ଦିଶଇ ଅତି ସୁନ୍ଦର
ଏହି ନୀଳ କୂଳ କନ୍ଦରେ ॥

ନାନା ବର୍ଣ୍ଣ ଜାତି ରଙ୍ଗ ବେରଙ୍ଗ
ପୃଥିବୀରେ ବାସ ମୋହର ।
ସୃଷ୍ଟି କର୍ତ୍ତା ମୋର ପ୍ରଭୁ ଈଶ୍ୱର
ପୂଜା ଲାଗି ଯାଏ ବିଧିରେ ॥

ସଞ୍ଜ ସକାଳରେ ମୁଁ ଫୁଟି ବାସେ
କୁଞ୍ଜର ମନ୍ଦିରେ ଥାଆନ୍ତି ।
ବଣା ହୋଇ ଧାଇଁ ଆସେ ଭଅଁର
ମୋତେ ଦେଖି କବିଙ୍କ ଶାନ୍ତି ॥

– ଜିତୁରାମ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜିତୁରାମ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।