Odia Poem Akuha katha (ଅକୁହା କଥା) by Shubhalaxmi Nanda

ଅକୁହା କଥା

ଆକାଶଟା ଫିକା ଲାଗେ ଲାଗେ ସତେ ରଙ୍ଗଛଡ଼ା ନୀଳ ଶାଢ଼ୀଟି ଗୁଡ଼େଇ ହେଇଚି, ଅଭିମାନି ମନ ତା’ର ଥମ ଥମ, ହେଇ ସତେ ଯେମିତି ବର୍ଷିଯିବ ସବୁକୋହ ବର୍ଷା ହୋଇ… କାହାପାଇଁ ହସିଉଠେ ଫୁଲଭରା ବଗିଚାଟି? ଗୋଟି ଗୋଟି ଫୁଲ ତୋଳି ଚାଙ୍ଗୁଡ଼ିରେ ସଜାଡ଼ୁ ସଜାଡ଼ୁ କେହି କେବେ ଭାବେନାହିଁ, ଗଛର ସବୁଫୁଲ ତୋଳିଦେଲେ ଆଉ ସୁନ୍ଦର ଦିଶିବଟି ବଗିଚାଟି !?? କେମିତି ବୁଝିବାକୁ ଇଚ୍ଛାହୁଏ ସବୁ ଦୁଃଖକୁ ପିଇଦେଇ ହସିବାକୁ ବାଧ୍ୟହୁଏ, ଏକା ଏକା ଚାଲି…

ଅଧିକ ପଢ଼ନ୍ତୁ
Odia Poem Samparkara Usmata (ସମ୍ପର୍କର ଉଷ୍ମତା) by Manas Ranjan Nayak

ସମ୍ପର୍କର ଉଷ୍ମତା

ସ୍ପର୍ଶ ବି ସଞ୍ଚରିଯାଏ ବିଶ୍ୱାସଟେ ହୋଇ ପିତାର ପାପୁଲିଟି ତା’ ମସ୍ତକରେ ପାଇ ସବୁ ବିସର୍ଣ୍ଣତା ଯାଏ ନିମିଷେ ମିଳାଇ ଶତ ସିଂହ ବଳ ମିଳେ ପିତା ହେଲେ ଛାଇ । (୧) ଉତ୍ତପ୍ତ ନିଦାଘେ ମିଳେ ଏକ ସ୍ନିଗ୍ଧ ଶୀତଳ ସ୍ପର୍ଶ ମା’ର ପଣତ ସଦା ସ୍ନେହ କରୁଣା ମମତାସିକ୍ତ ଲକ୍ଷ୍ମଣରେଖା ସତେ ମା’ର ସେ ଅଭୟ ବଳୟ ଲହୁ ଲୁହ ଲିଭିଯାଏ ପାଇ ତା’ର ଅମୂଲ୍ୟ ପରଶ । (୨) ହାତ ଗଣ୍ଠିରେ ମନ୍ତର…

ଅଧିକ ପଢ଼ନ୍ତୁ
Odia Poem Sandhya (ସନ୍ଧ୍ୟା) by Saroj Kumar Sahoo

ସନ୍ଧ୍ୟା

ପକ୍ଷୀ ଫେରିଲେଣି ନୀଡ଼କୁ ସରବେ ଅସ୍ତଗାମୀ ସୂର୍ଯ୍ୟ ଦେଖି କମନୀୟ ତା’ର କି ଅପୂର୍ବ ଶୋଭା ଆଖି ଯାଏ ସତେ ଲାଖି । ଗାଇଆଳ ଫେରେ ଗୋଧୂଳି ସଞ୍ଜରେ କଅଁଳା ବାଛୁରୀ ଧରି ଗାଆଁ କୁନିପିଲା ଫେରନ୍ତି ସଙ୍ଗତେ ଖେଳକୁଦ ଶେଷ କରି । ଚଷାପୁଅ ଫେରେ ନିଜ କୁଟୀରକୁ କ୍ଲାନ୍ତି ଉପଶମ ପାଇିଁ ବିଦ୍ୟା ଅଧ୍ୟୟନ କରନ୍ତି ପିଲାଏ ଗୁରୁଜନ ପାଦ ଛୁଇିଁ । ଗାଁ କୋଠଘରେ ଶୁଭେ ସଂକୀର୍ତ୍ତନ ହରିବୋଲ କରତାଳି ଅଜାଆଈ ବସି…

ଅଧିକ ପଢ଼ନ୍ତୁ
Odia Poem Sri Radha (ଶ୍ରୀ ରାଧା) by Nirupama Hota

ଶ୍ରୀ ରାଧା

ଫେରିବାର ପଥ ଭୁଲିକି ଗଲ ଗୋବିନ୍ଦ ଗୋପର ଗୋପୀ ଗୋପାଳ ଝୁରୁଛି ରାଧିକା ଝୁରୁଛି କଦମ୍ବ ଝୁରୁଛି ଯମୁନା ଜଳ ଯେଣେ ଅନଉଛି ଲଳନା ଦେଖେ କଳା ଶ୍ରୀମୁଖ ଭାବୁକ ଲାଗଇ ତାହାକୁ ଅବନୀ ଆକାଶ ନବ ଦୁର୍ବାଦଳ ନିଷ୍ପ୍ରଭ ଦିଶିଲା ନପାଇ କୃଷ୍ଣ ପରସ ଛନ୍ଦ ହରା ହେଲେ ଗୋପର କାମିନୀ ଦିଗହରା ହେଲା ପିକ ଗୋଧୂଳି ଲଗନେ ନଦିଶେ ପ୍ରେମ ପିୟୁଷ ମେଘର ମାହ୍ଲାରରେ ହଜିଗଲା ପରେ ଚାନ୍ଦ ଶ୍ୟାମ ଘନ ବଂଶୀ ସ୍ଵନ…

ଅଧିକ ପଢ଼ନ୍ତୁ
Odia Poem Sita (ଶୀତ) by Rama Chandra Pradhan

ଶୀତ

ରଙ୍ଗ ବେରଙ୍ଗର ଫୁଲର ସମ୍ଭାରେ ଥିରି ଥିରି ଆସେ ଶୀତ ଶୀତ ଆଗମନେ ମୋ ଗାଆଁ ହସଇ ଚାଷୀ ପୁଅ ଗାଏ ଗୀତ । ପ୍ରକୃତି ପଲ୍ଲୀର ଶୀତ ସକାଳଟା ଭାରି ମନୋହର ଦିଶେ ଫୁଲଫଳ ଭରା ବାଡ଼ି ବଗିଚାଟା ଖୁସିରେ ଯେମିତି ହସେ । ଶୀତ ସକାଳର କୋହଲା ପାଗରେ କାକର ଦେଖାଏ ଛଇ ଶିଶିରର ବିନ୍ଦୁ ବୃକ୍ଷ ଲତା ଡାଳେ ମୁକ୍ତା ସମ ଝଟକଇ । ପଲ୍ଲୀ ଲଳନାର କୁହୁକ ଛୁଆଁରେ ଅଗଣା ଜୀବନ୍ତ…

ଅଧିକ ପଢ଼ନ୍ତୁ