Odia Poem Prakashara Chetana (ପ୍ରକାଶର ଚେତନା) by Smrutiranjan Barik

ପ୍ରକାଶର ଚେତନା

ଗଗନର ଗର୍ଭଚିରି ପ୍ରବେଶିଲା ଶକ୍ତି, ଚତୁଃପାର୍ଶ୍ଵେ ଗୁରୁଣ୍ଡିଲା ନପାଇଲା ମତି । ନିଶାରେ ଅନ୍ଧକାର ମତୁଆଲା ହୋଇ, ବିକଟାଳ ରୂପ ତା’ର ଘାରିଥିଲା ଭୂଇଁ । ନିଃସଙ୍ଗ, ଭୟଭୀତ ହେଲା ଯେ ଶକ୍ତି, ନପାଇ ସଖୀ ତା’ର ଥରିଥିଲା ଛାତି । ଭାବିଥିଲା ନେବ ସେ ସତ୍ୟର ଦୀକ୍ଷା, ବହୁ ଉଦ୍ଦୀପନା ଥିଲା ମନରେ ଆକାଂକ୍ଷା । ପରୀ ସ୍ୱପ୍ନ ରାଇଜ କଳ୍ପିତ ଦୁନିଆ, କିନ୍ତୁ ଦୃଶ୍ୟତେ ଅନ୍ଧକାର ନିଆଁ । କେମନ୍ତେ ତୋଳିବ ଅହିଂସାର ଘର, ଏଠାରେ ତ ଦୁନିଆ ଗୋଲାମି ଅନ୍ଧକାରର ।…

ଅଧିକ ପଢ଼ନ୍ତୁ
Odia Poem Saha Hua Rama Chandi (ସାହା ହୁଅ ରାମଚଣ୍ଡୀ) by Satyanarayan Padhan

ସାହା ହୁଅ ରାମଚଣ୍ଡୀ

କୁଢ଼ କୁଢ଼ ମଡ଼ ଶ୍ମଶାନରେ ଭିଡ଼ ପୋଡ଼ିବାକୁ ଜାଗା ନାହିଁ, ପୁଅ ମଡ଼ ବାପ ବୋହିଛି କାନ୍ଧରେ ହୃଦୟ ବିଦାରୁ ଥାଇ ।୧। ମାଆ କାନ୍ଦୁଥାଏ ପୁଅ ମଲା ବୋଲି କ୍ଷଣିକେ ମରେ ତା’ ପତି, କେଉଁଠୁ ଆସିଲା ଏ ଦୁଷ୍ଟ କରୋନା ଛଡ଼ାଏ ସୁଖ-ସମ୍ପତ୍ତି ।୨। ହୃଦୟ କାନ୍ଦଇ ଦେଖି ଏ ଦୁର୍ଦ୍ଦଶା ଆଖିରୁ ଝରେ ଲୋତକ, କେ ମରୁଛି ରୋଗେ କେ ମରେ ଭୋକରେ ଯେପରି କି ମାଛି ପୋକ ।୩। ସାହା ହୁଅ ମା’ଗୋ ରାମଚଣ୍ଡୀ ତୁହି…

ଅଧିକ ପଢ଼ନ୍ତୁ
Odia Poem Niraba Nihana (ନିରବ ନିହାଣ) by Dinabandhu Bej

ନିରବ ନିହାଣ

ଦ୍ଵିତୀୟ କୋଣାର୍କ ଗଢ଼ିବା ଆସ୍ପର୍ଦ୍ଧା କରିଥିଲ ହେ ଶିଳ୍ପୀଗୁରୁ ରଘୁନାଥ, ଶିଳ୍ପୀ କୂଳର ଚନ୍ଦ୍ରଉଦିଆ ହୋଇ କଳାଭାସ୍କର୍ଯ୍ୟ କରିବାକୁ ରୁଦ୍ଧିମନ୍ତ । ତୁମ ଉଦୟର ପୂର୍ବ ଦିଗର ଆଭା ଝଟକିଲା ମୁକୁତା ସମାନ ହୋଇ, ତୁମ ନିଖୁଣ ନିହାଣ ମୂନର କଳା ନିର୍ଜିବକୁ ଦେଲା ସଜୀବ ସଜାଇ । ମୁଗୁନି ପଥର ହାତ ସ୍ପର୍ଶରେ ତୁମର ଅହଲ୍ୟା ସମ ହୋଇଗଲେ ସୁନ୍ଦରୀ, କେତେ ଗଛଲତା ମନ୍ଦିର ପ୍ରାଙ୍ଗଣରେ କହନ୍ତି ପକ୍ଷୀଏ ଏହିକଥା ଝୁରି ଝୁରି । ପ୍ରତିମାଙ୍କୁ ଦିଅ ନବ ଯୌବନ…

ଅଧିକ ପଢ଼ନ୍ତୁ
Odia Poem Tuma Bina (ତୁମ ବିନା) by Rajeswari Panda

ତୁମ ବିନା

ତୁମ ସାଥେ ଦିନେ ଖେଳୁଥିଲି ହୋଲି ପାଳୁଥିଲି ଦୀପାବଳୀ, ଫଗୁଣରେ ଦୁହେଁ ଭିଜୁଥିଲେ ଆମେ ରଙ୍ଗ ହୋଇ ବୋଳାବୋଳି ॥ ଫଗୁ ରଙ୍ଗକୁ ସିନ୍ଥିରେ ମୋ ଭରି କହୁଥିଲ ତୁମ ବଧୂ, ମିଛ ବଧୂ ସାଜି ଭାବୁଥିଲି ଦିନେ ପାଇଗଲି ସୁଖ ସିନ୍ଧୁ ॥ ସତ ମିଛ କିଛି ଦିଶୁତ ନଥିଲା ତୁମ ପ୍ରେମେ ଅନ୍ଧ ଥିଲି, ସବୁକଥା ତୁମ ସତ ଲାଗୁଥିଲା ସତ ବଧୂ ସାଜିଗଲି ॥ ତୁମ ଅଗଣାରେ ଚାଲୁଥିଲି ଦିନେ ପୂଜୁଥିଲି ମୁଁ…

ଅଧିକ ପଢ଼ନ୍ତୁ
Odia Poem Corona (କରୋନା) by Balaram Panda

କରୋନା

କରୋନା ବିକୁଛି ରୋଗ ପୁଡ଼ିଆଲୋ ବଜାର ଘାଟରେ ବୁଲି ଅମାନିଆ ସବୁ କିଣନ୍ତି ଆସିକି ମୁହଁରୁ ମାସ୍କ ଖୋଲି । ବର୍ଷ ଆରମ୍ଭରୁ ରାଲି ଇସ୍କୁଲୁ ହତାରେ କେବେ ଫିଙ୍ଗା ହବ ଭାତକୁ ପାଣିଆ ଡାଲି !? ଦିନରେ ବୁଲୁ ଖୁଲମ ଖୁଉଲୁ ରାତିରେ ଝୁଲୁଛି ତାଲା ପୁଣି କାଇଁକି ଲକଡାଉନ୍ ଭ୍ୟାକସିନ୍ କୋଉଠି ମଲା । ଏଣେ ନବୀନ ଦାଣ୍ଡରେ ପାଲା ପୃଥିବୀକୁ ପ୍ରଳୟ ଆସୁହେ କାଉଣ୍ଟର ରଖିଥା ଖୋଲା । କୋରନା ତୋ’ପାଇଁ ମାଇପ କହଇ ପ୍ରାଣଧନ ମୋର ରେଡ଼ି…

ଅଧିକ ପଢ଼ନ୍ତୁ