You are currently viewing କରୋନା
Odia Poem Corona (କରୋନା) by Balaram Panda

କରୋନା

କରୋନା ବିକୁଛି ରୋଗ ପୁଡ଼ିଆଲୋ
ବଜାର ଘାଟରେ ବୁଲି
ଅମାନିଆ ସବୁ କିଣନ୍ତି ଆସିକି
ମୁହଁରୁ ମାସ୍କ ଖୋଲି ।
ବର୍ଷ ଆରମ୍ଭରୁ ରାଲି
ଇସ୍କୁଲୁ ହତାରେ କେବେ ଫିଙ୍ଗା ହବ
ଭାତକୁ ପାଣିଆ ଡାଲି !?

ଦିନରେ ବୁଲୁ ଖୁଲମ ଖୁଉଲୁ
ରାତିରେ ଝୁଲୁଛି ତାଲା
ପୁଣି କାଇଁକି ଲକଡାଉନ୍
ଭ୍ୟାକସିନ୍ କୋଉଠି ମଲା ।
ଏଣେ ନବୀନ ଦାଣ୍ଡରେ ପାଲା
ପୃଥିବୀକୁ ପ୍ରଳୟ ଆସୁହେ
କାଉଣ୍ଟର ରଖିଥା ଖୋଲା ।

କୋରନା ତୋ’ପାଇଁ ମାଇପ କହଇ
ପ୍ରାଣଧନ ମୋର ରେଡ଼ି
ଶିଖିଗଲେଣି ମୁଁ ବାସନ ମାଜିବା
କେମିତି ପାରନ୍ତି ବଡ଼ି ।
ହାତରେ ନାଉଁଛି ଚୁଡ଼ି
ଭାବୁଛି ଶିଖିବି ବ୍ଲାଉଜୁ ଉପରେ
କେମିତି ଗୁଡ଼ାନ୍ତି ଶାଢ଼ୀ ।

– ବଳରାମ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବଳରାମ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।