Odia Poem Jibanara Chauchhaka (ଜୀବନରେ ଚଉଛକ) by Ashutosh Meher

ଜୀବନରେ ଚଉଛକ

କେତେ ଚଉଛକ ପଡ଼ିବ ସତରେ ଜୀବନର ଚଲା ବାଟେ କେତେ ନୂଆଁ କେତେ ପୁରୁଣା ମୁହଁ ଯେ ଦିଶିବେ ଦୁନିଆଁ ହାଟେ । ହସ କାନ୍ଦ ଲୁହ ଭାବନାରେ ଭରା ଜଟିଳ କୁଟିଳ ପଥ ତାହାରି ଭିତରେ ବାହିବାକୁ ହେବ ଜୀବନ ସପନ ରଥ । ଚାଲୁ ଚାଲୁ ପୁଣି ପଥ ହୁଡ଼ିଯିବା ଅବାଟରେ ପାଦ ଥୋଇ ପ୍ରଭୂଙ୍କୁ ସୁମରି ସଜାଡ଼ିବା ଧାର ନିଜ ଅଜ୍ଞାନତା ଧୋଇ । ଜୀବନ ଏମିତି ଉଠାପକା ଖେଳ ଖୋଜିବାକୁ ସତ…

ଅଧିକ ପଢ଼ନ୍ତୁ
Odia Poem Janha (ଜହ୍ନ) by Nibedita Mohapatra

ଜହ୍ନ

ଜହ୍ନ ଗୋ ତୁମେ ଦିଗନ୍ତ ବିସ୍ତାରୀ ନିଳାଭ ଗଗନେ ରହି ବ‌ଉଦ କୋଳୁ ବିତରି ଜ୍ୟୋତ୍ସ୍ନା ଉଜ୍ଜ୍ୱଳ କର ଏ ମହି । ବିଭାବରୀ କୋଳେ ତାରକା ମେଳେ ଖେଳୁଥାଅ ଲୁଚକାଳି ଅପରୂପ ସେ କମନୀୟ ରୂପ ଅନ୍ଧାରେ ଉଠ‌ଇ ଝଳି । ଶାଶ୍ଵତ ପ୍ରେମର ପ୍ରତୀକ ସାଜି କୁମୁଦକୁ ଚାହିଁ ଥାଅ ମିଳନ ଆଶାରେ ଦୂରେ ଥାଇ ତା’ ସୌନ୍ଦର୍ଯ୍ୟ ନିହାରୁ ଥାଅ । ଶିଶୁ ସନ୍ତାନ ଓଠେ ହସ ଦେଇ କେତେ ଆନନ୍ଦିତ ହୁଅ…

ଅଧିକ ପଢ଼ନ୍ତୁ
Odia Poem Mo Maata Purunakalia (ମୋ ମାଆଟା ପୁରୁଣାକାଳିଆ) by Swarup Chandra Barik

ମୋ ମାଆଟା ପୁରୁଣାକାଳିଆ

ଏବେବି ଦିଅଇ ମଥାରେ ଓଢ଼ଣା ମୋ ମାଆଟା ପୁରୁଣାକାଳିଆ, ଦୂରରୁ କରଇ ଜୁହାର ବଡ଼ଙ୍କୁ ଚଳେ ଆଜିବି ସେ ଆଗ ଭଳିଆ । ପଖାଳର ସାଥେ ବାଢ଼ିଦିଏ ଖାଲି ବଡ଼ିଚୂରା ସଙ୍ଗେ ଶାଗ ସଜନା, ଚିଲ୍ଲି ଚିକେନଟା ତା’ପାଇଁ ଅଡ଼ୁଆ ମେଗି-ଚଉମିନ କରି ଜଣେନା । ବାହାରୁ ଆସିଲେ ବନ୍ଧୁ-କୁଣିଆ ଧୁଅଇ ହଳଦି ପାଣିରେ ଗୋଡ଼, ହାତ ଧୋଇବାକୁ ଦିଏ ପାଣିଢାଳ ହେଉ ଅବା ଛୋଟ ହେଉ କି ବଡ଼ । ଖାଏ ନା ବାହାର ଖାଇବା…

ଅଧିକ ପଢ଼ନ୍ତୁ
Odia Poem Asijaa Tume (ଆସିଯାଅ ତୁମେ) by Soumyashree Tripathy

ଆସିଯାଅ ତୁମେ…

ହୋଇ ଜହ୍ନର ଜୋଛନା ଆସିଯାଅ ଥରେ ବିଚ୍ଛୁରି ଦିଅ ତୁମ ପ୍ରେମର କିରଣ ମୋର ଅଙ୍ଗେ ଅଙ୍ଗେ । ପୁଣି ଆସିଯାଅ କେବେ ହୋଇ ମେଘ ମହ୍ଲାର ବରଷି ଦିଅ ତୁମ ପ୍ରୀତି ପ୍ରଣୟ ସାଜିଯିବି ମୁଁ ଯେ ତୁମ ମନ ମୟୂରୀ ଆଉ ନାଚି ଉଠିବି ରାଗେ ତୁମରି । ହେବ ଯଦି ଆସିବକି କେବେ ହୋଇ ବସନ୍ତ ମଳୟ ତୁମ ସୁବାସରେ ହୋଇଯିବି ମୁଁ ଯେ ରୋମାଞ୍ଚିତ ଆସ ହୋଇ କେବେ ମଧୁର ସଂଗୀତ…

ଅଧିକ ପଢ଼ନ୍ତୁ
Odia Poem Akuha katha (ଅକୁହା କଥା) by Shubhalaxmi Nanda

ଅକୁହା କଥା

ଆକାଶଟା ଫିକା ଲାଗେ ଲାଗେ ସତେ ରଙ୍ଗଛଡ଼ା ନୀଳ ଶାଢ଼ୀଟି ଗୁଡ଼େଇ ହେଇଚି, ଅଭିମାନି ମନ ତା’ର ଥମ ଥମ, ହେଇ ସତେ ଯେମିତି ବର୍ଷିଯିବ ସବୁକୋହ ବର୍ଷା ହୋଇ… କାହାପାଇଁ ହସିଉଠେ ଫୁଲଭରା ବଗିଚାଟି? ଗୋଟି ଗୋଟି ଫୁଲ ତୋଳି ଚାଙ୍ଗୁଡ଼ିରେ ସଜାଡ଼ୁ ସଜାଡ଼ୁ କେହି କେବେ ଭାବେନାହିଁ, ଗଛର ସବୁଫୁଲ ତୋଳିଦେଲେ ଆଉ ସୁନ୍ଦର ଦିଶିବଟି ବଗିଚାଟି !?? କେମିତି ବୁଝିବାକୁ ଇଚ୍ଛାହୁଏ ସବୁ ଦୁଃଖକୁ ପିଇଦେଇ ହସିବାକୁ ବାଧ୍ୟହୁଏ, ଏକା ଏକା ଚାଲି…

ଅଧିକ ପଢ଼ନ୍ତୁ