Odia Poem Shitare Mun Gita Lekhe (ଶୀତରେ ମୁଁ ଗୀତ ଲେଖେ) by Ananda Sahu

ଶୀତରେ ମୁଁ ଗୀତ ଲେଖେ

ଶୀତରେ ମୁଁ ଗୀତଲେଖେ ଫୁଲ ପାଖୁଡ଼ାରେ ଚିକିମିକି ଚିକିମିକି କାକର ଟୋପାରେ । ତୁମେ ମୋର ପାଖେ ଥିଲେ କିଛି ଲୋଡ଼ା ନାହିଁ ସବୁକିଛି ପାଇଯିବି ତୁମକୁ ମୁଁ ଚାହିଁ । ତୁମେ ମୋର ହୃଦୟର ଅଭୂଲା କାହାଣୀ ମୁଁ ତୁମ ମନର ରାଜା ତୁମେ ମୋର ରାଣୀ । ସବୁବେଳେ ପାଖେ ମୋର ରଖିବି ସାଇତି ଏହି ଜୀବନର ତୁମେ ଅଭୂଲା ସ୍ମୃତି । ଏକ ଜନ୍ମ ପାଇଁ ନୁହେଁ ଆମ୍ଭରି ଉତ୍ପତ୍ତି ଚିର ଜନ୍ମ ପାଇଁ ଆମ ପଡ଼ିଅଛି ଗଣ୍ଠି ।…

ଅଧିକ ପଢ଼ନ୍ତୁ
Odia Poem Sampratika Ganatantra (ସାମ୍ପ୍ରତିକ 'ଗଣତନ୍ତ୍ର') by Prabhat Mishra

ସାମ୍ପ୍ରତିକ ‘ଗଣତନ୍ତ୍ର’

ପରୋକ୍ଷ ପରୋକ୍ଷ କରି ସତେକିରେ ହୋଇଗଲୁ ଏତେ ପର, ଜାଣିପାରୁ ନାହୁଁ ଏହି ଶାସନରେ କିଏ ଅଟଇ ନିଜର । ସ୍ଵାଧୀନତା ପରେ ଦେଶ ସୁମରିଲା ନୂଆ ଶାସନର ମନ୍ତ୍ର, ଅଛପା ନୁହଇ ସାରା ଜଗତରୁ ଅଟଇ ସେ ‘ଗଣତନ୍ତ୍ର’ । ସେହି ଶାସନର ପରୋକ୍ଷ ପନ୍ଥାକୁ ଗ୍ରହଣ କଲାଯେ ଦେଶ, ପ୍ରତିନିଧି ରୂପେ ଆମେ ଦେଖୁଅଛୁ କେତେଯେ ବିଚିତ୍ର ବେଶ । କିଏ କହେ ଦାଦା, କିଏ କହେ ଭାଇ କିଏ କହେ ଆପା ନାନୀ, ନିର୍ବାଚନ ପରେ ସାକ୍ଷାତ…

ଅଧିକ ପଢ଼ନ୍ତୁ
Odia Poem Shakuni (ଶକୁନି) by Smrutiranjan Barik

ଶକୁନି

ପଶାପାଲି ଚକ୍ଷୁଅଗ୍ରେ ପ୍ରବେଶଇ ମନେ, ନାମ ଶୁଣି ଥରିଯାଏ କୁରୁକ୍ଷେତ୍ର ଗାନେ । ନୁହେଁ ସେ ଆତତାୟୀ ହୃଦୟ ବିଦାରୀ, ଅତିସ୍ନେହୀ ଭ୍ରାତା ଜାଣେ ସେ ଗାନ୍ଧାରୀ । ଗାନ୍ଧାର ସୁକନ୍ୟା ଅଲିଅଳୀ ରାଜକନ୍ୟା, ଦୁଃଖର ପ୍ରବେଶ ଆସେ ଅଶ୍ରୁରୂପେ ବନ୍ୟା । ପ୍ରସ୍ତାବ ଭୀଷ୍ମର ଶୁଣି ସେହି ଭ୍ରାତା, ହୃଦୟ ସମ୍ଭାଳି ଦିଏ ଅରାଜିର ବାର୍ତ୍ତା । ସୁନ୍ଦରୀ ଭଗିନୀ ଅଲିଅଳି ରାଜଜେମା, ଅନ୍ଧର ବିବାହଦୁଃଖ ଟାଣେ ଆଜି ସୀମା । ଚଞ୍ଚଳ ଶକୁନି ନେଇ ଦୃଢ଼ ପଣ, ସ୍ୱଚିନ୍ତେ ଉପାୟ କୁରୁକ୍ଷେତ୍ରେ…

ଅଧିକ ପଢ଼ନ୍ତୁ
Odia Poem Bapa Tume Gala Pare (ବାପା ତୁମେ ଗଲା ପରେ) by Ramesh Chandra Behera

ବାପା ତୁମେ ଗଲା ପରେ

ବାପା ତୁମେ ଗଲା ପରେ… (ମୁଁ) ଜୀଅନ୍ତା ଶବଟିଏ ପାଲଟି ଯାଇଛି ମନର ମନ୍ଦିର ଭୁଶୁଡ଼ି ପଡ଼ିଛି କାନ୍ଥ, ବାଡ଼, ସାହି ପଡ଼ିଶା ନିରବ, ନିସ୍ତବ୍ଧ ଖାଲି ତୁମ ପ୍ରତିଛବି ତୁମ ସ୍ମୃତି ମନେପଡ଼ୁଛି ଅଧୁରା ଲାଗୁଛି ଘରଟି ବାପା ତୁମେ ଗଲାପରେ… ବିରହ ନିଆଁରେ ଜଳୁଛି ହୃଦୟରେ ସ୍ମୃତି ସବୁ ଚାପି ହୋଇଛି ଅଶାର କିରଣ ଝାଉଁଳି ଯାଇଛି କାହାରି ମୁଖରେ ହସ ଟିକେ ମିଳୁନି ଆଖିର ଲୁହକୁ ଓଠର ଦୁଇ ଧାର ପିଇ ଯାଉଛି…

ଅଧିକ ପଢ଼ନ୍ତୁ
Odia Poem Barsa Au Tu (ବର୍ଷା ଆଉ ତୁ) by Itishree Nayak

ବର୍ଷା ଆଉ ତୁ

ବର୍ଷା ଆଉ ତୋ’ ଭିତରେ ଏ କେମିତିଆ ସମ୍ପର୍କ? ତୁ ଆସିଲେ ବର୍ଷା ଆସିଯାଏ ଆଉ ବର୍ଷା ଆସିଲେ କୋଉଠୁ କେଜାଣି ତୁ ଉଭା ହେଇଯାଉ । ତୋ’ ସହ ଅଗଣିତ ବର୍ଷାଜଡ଼ିତ ସ୍ମୃତି, କିଛି ସତ ଅନେକ କିଛି ସତ ଆଶାୟୀ ! ଏବେ କିନ୍ତୁ ସେମାନେ ଏକାକାର, ବର୍ଷାରେ ଭିଜୁଥିବା ଆଖି ଓ ତୋ’ ସ୍ମୃତିରେ ବର୍ଷୁଥିବା ଆଖିରେ କ’ଣ ବା ଫରକ୍ !? ତୋ’ ସହରରେ ଏବେ ବି କ’ଣ ସେମିତି ବର୍ଷା ହୁଏ? ବର୍ଷାରେ ଭିଜୁ…

ଅଧିକ ପଢ଼ନ୍ତୁ