ଶେଷ କଥା
କିଏ ଜାଣିଛି ଆଉ ଥରେ ଆସିବା, ହେବ ଅବା ନାହିଁ? ଯଦି ବି ଫେରିଆସେ, କିଏ ଜାଣିଛି, କେଉଁଠି, କେମିତି, କି ଭାବେ ଆସିବି? ତୁମ ସହ ଆଉଥରେ ଦେଖାହେବ ଅବା ନାହିଁ? ସେଥି ପାଇଁ କହୁଛି, ଯାହା ଦବା ନବା କଥା ଏଇ ଥରରେ ସାରି ଦିଅ, ଯାହା କହିବା ଶୁଣିବା କଥା ଶୁଣି ଯାଅ ଆଉ ଶୁଣେଇ ଯାଅ, ଆଉ ଥରେ ମଉକା ମିଳିବ କି ନାହିଁ । ଯିବାଟା ତ ସୁନିଶ୍ଚିତ, ପୁଣି ଆସିବା…

