
ଅଦ୍ୱିତୀୟ ଓଡ଼ିଶା
ଆସ ଗାଇବା ଓଡ଼ିଆ ଗୀତ, ଓଡ଼ିଶା ଦର୍ଶନରେ କିଛି ସମୟ କରିବା ଅତିବାହିତ । ଜୀବନର ଅମୂଲ୍ୟ କ୍ଷଣ ହେଉ ଅଭୁଲା ଅତୀତ, ଓଡ଼ିଶା ଅଦ୍ୱିତୀୟ ବୋଲି କରିବା ମନୋନୀତ । ପ୍ରବାହ ହେଉଛି ମହାନଦୀର ଅମୃତ ଧାରା, କଳିଙ୍ଗ ପ୍ରଦେଶର ଯାହା ଜୀବନ ଧାରା । ପ୍ରାକୃତିକ ଅରଣ୍ୟ ସମ୍ପଦର ହାରିକା, ଅନ୍ୟତମ ନାମ ଆମ ଚିଲିକା, ଭିତର କନିକା । ଅଦ୍ଭୁତ ଶିଳ୍ପକଳା ସୌନ୍ଦର୍ଯ୍ୟର ଅଧିଷ୍ଠାତ୍ରୀ, ଐତିହାସିକ ମନ୍ଦିର ବାରସତ୍ତ୍ୱର ଶୀର୍ଷ ନେତ୍ରୀ ।…