ପଶ୍ଚାତାପ
ତମସା ନିସ୍ତବ୍ଧ ରଜନୀ ଥିଲା ଯେ, ଜନ ଶୂନ୍ୟ, କଲା କରମକୁ ଭାଳିଣ କୈକେଇ କରେ ରୋଦନ । ଶ୍ରାବଣର ବାରି ବରଷେ ଭୟଙ୍କର ସେ ରାତ୍ର, ଏକାକୀ କୈକେୟୀ ବସିଛି ଜାତ ହୋଇଛି ଭିତ । ମନେ ମନେ ତହିଁ ବିଚାରେ ସତେ କଲି କି ପାପ, ତିଳେ ସୁଖ ନାହିଁ ମନରେ ଥାଏ ବହୁ ସନ୍ତାପ । ଦୁଃଖେ ଦିନ ଆଜି କାଟୁଚି ମୁହିଁ, ଅଶ୍ୱପତି ନନ୍ଦିନୀ, ରାମ, ଲକ୍ଷ୍ମଣ, ଜାନକୀ ହେଲେ ବନ…