pakhala-dibasa

ପଖାଳ ଦିବସ

ଦେଖୁ ଦେଖୁ ହେଲା ଆସି କୋଡ଼ିଏ, ପେଟରେ ଦବା ପଖାଳ ମୁଠିଏ । ଘରମଣି ଅଡ଼ି ବସିଅଛନ୍ତି, ପଖାଳ ପାଇଁ ସବୁ ଯୋଗାଡ଼ୁଛନ୍ତି । ଅଧା ମାସ ବୋଲି ପକେଟ ଖାଲି, ପଖାଳ ପାଇଁ ସବୁ ଗଲିଣି ଭୁଲି । ସକାଳୁ ବଜାର ଯିବାକୁ ହବ, ପଖାଳ ଯୋଗାଡ଼ ଉଣା ନ ହବ । କଳମ କୋଶଳା ଶାଗ ଆସିବ, ପଖାଳ ସାଙ୍ଗକୁ ଭଲ ଜମିବ । ବାଇଗଣ ଆଳୁ ଟମାଟୋ ପୋଡ଼ା, ପଖାଳ ସାଙ୍ଗରେ ସଗର୍ବେ ଛିଡ଼ା । ଛୁଇଁ-ଆଳୁ ଭଜା ଆମ୍ବୁଲ ରାଇ,…

ଅଧିକ ପଢ଼ନ୍ତୁ
premantare

ପ୍ରେମାନ୍ତରେ

ମୋ ଭାଗର ଖୁସି ତୋର, ତୋ’ ଭାଗରେ ନାହିଁ ଦାବି ଜନ୍ମ ଜନ୍ମାନ୍ତର ପାଇଁ, ତତେ ମୋର ସାଥି ଭାବି ମୁଁ ବଞ୍ଚି ଯାଇପାରେ । ତୁ ଯଦି ଆଉ କାହାର, କିଛି ନାହିଁ ମୋ କହିବାର ଭାଗ୍ୟେ ଯଦି ଲେଖା ମୋର, ତୋ ବିରହ ସହିବାର ମୁଁ ଘୁଞ୍ଚି ଯାଇପାରେ ॥ ହେଲେ ରାଣ ଦେ’ନି, ତତେ ଛୁଇଁ ମିଛ ପାରିବିନି କହି ଭୁଲି ଯିବା ତତେ, ହେବ ନାହିଁ କେବେ ମୋ ଦେଇ ମୁଁ ଠକି…

ଅଧିକ ପଢ଼ନ୍ତୁ
apurna-re-purna

ଅପୂର୍ଣ୍ଣରେ ପୂର୍ଣ୍ଣ

ପଳାସ ଫୁଲକୁ ସୁନ୍ଦରତା ଦେଲା ବାସ ଟିକେ ଦେଲା ନାହିଁ କିଆ କେତକୀର ବାସ ଚହଟିଲା କଣ୍ଟା ତ’ ଦେହରେ ଛାଇ । କୋକିଳ କଣ୍ଠରେ ସୁମଧୁର ସ୍ୱର ରୂପ ଟିକେ ଦେଲା ନାହିଁ ମୟୂର ରୂପରେ ରୂପସୀ ହୋଇଲା ମନ ବୋଲି କିଛି ନାହିଁ । ମଣିଷ ଜ୍ଞାନରେ ଜଗତ ଜିଣିଲା ସନ୍ତୋଷ ମିଳିଲା ନାହିଁ । ସାଧୁ ତପ କରି ସନ୍ତୋଷ ଲଭିଲା ସଂସାର ମିଳିଲା ନାହିଁ । ଯେମିତି ବି ଅଛ ଯାହା ବି ମିଳିଛି ଦୁଃଖ ଶୋକ…

ଅଧିକ ପଢ଼ନ୍ତୁ
parichaya

ପରିଚୟ

ଉଷା ଆଗରୁ, କେଉଁଠି ଥାଏ ସୂର୍ଯ୍ୟ? କିଏ କହିପାରିବ ତା’ର ଠିକଣା? ଆଉ ମୁଁ କେଉଁଠି ଥିଲି, ଏ ଦେହରେ ମୂର୍ତ୍ତ ହେବା ଆଗରୁ? ଏ ପ୍ରଶ୍ନର ଉତ୍ତର ମିଳେନା, ମନ ଧନ୍ଦିହୁଏ, “ମୁଁ କିଏ?”ର ଉତ୍ତର ଖୋଜିବା ପରି । ମୁଁ ହୁଏତ ଥିଲି, ଏକ ସମ୍ଭାବନା ଭାବେ, କିମ୍ବା ଅଦେଖା ଏକ ସ୍ୱପ୍ନ ରୂପେ, ଗୁପ୍ତ ହୋଇ କେଉଁ ଶୁପ୍ତ ଆଖିରେ । କିମ୍ବା ମୋ ଠିକଣା, ସେହି ମହାଶୂନ୍ୟ, ଜନ୍ମ ମୃତ୍ୟୁ ଉର୍ଦ୍ଧ୍ୱର ନୀରବତା, ଚେତନାର…

ଅଧିକ ପଢ଼ନ୍ତୁ
ଉଷା

ଉଷା

ଅଶାର ନୂତନ ପରିଭାଷା, ସମ୍ଭାବନାର ଆଉ ଏକ ଆଶା । ଅନନ୍ତ ଜୀବନ ପୁଣି ଯାତ୍ରାର ଶୁଭାରମ୍ଭ, ସୁବାସିତ ପାରିଜାତ ପ୍ରୀତି ତା’ର ସୁରଭିତ ଭ୍ରମ । ଅତୀତ ନାହିଁ ପୁଣି ଭବିଷ୍ୟତ ଅଦୃଶ୍ୟ, ଦିଗ୍‌ବଳୟ ପାରି ତା’ ଆକଳନ, ସମୁଦ୍ରର ଗଭୀରତା ଠୁ ବଳି ତା’ ରହସ୍ୟ । ତଥାପି ବର୍ତ୍ତମାନରେ ଅଜାଡ଼ି ଦିଏ ସର୍ବସ୍ୱ । ଦିବସର ଅନ୍ତୁଡ଼ିଶାଳ ସେ ରଜନୀର ଯବନିକା, ମିଳନର ଅଭିସାରିକା ତ’ ବିଚ୍ଛେଦର ପୁଣି ବିଭୀଷିକା । ତମ ଆଗମନେ ଦୁର୍ବାର ମହକରେ ଅଭିମାନୀ କୁଆଁ…

ଅଧିକ ପଢ଼ନ୍ତୁ