ପହିଲି ବସନ୍ତ

ପହିଲି ବସନ୍ତ

କୈଶୋରରୁ ଗୋଟିଏ କଥା ଶୁଣି ଆସୁଅଛି ମୁହିଁ ମଣିଷ ଜୀବନେ ଯୌବନାବସ୍ଥାଠାରୁ ସୁନ୍ଦର ଆଉ କିଛି ନାହିଁ ଆଦ୍ୟ ଯୌବନରେ ପାଦ ଥାପୁ ଥାପୁ ଏ କି ବିଚିତ୍ର ଅନୁଭବ ନିଜ ମଧ୍ୟେ ବହୁ ନୂତନତ୍ୱ କରୁଛି ମୁଁ ଉଦ୍ଭବ (୧) ଚପଳ ଆଖି ମୋର ଆଜିକାଲି ହୁଏ ଆମାନିଆ ଓଠ ମୋର କହେ କେତେ କଥା ନୂଆ ନୂଆ ସାଙ୍ଗ ମେଳେ ହସୁ ହସୁ ଖିଲି ଖିଲି ଦୂରରୁ ହଠାତ ମୁଁ ତାଙ୍କୁ ଦେଖିଲି (୨)…

ଅଧିକ ପଢ଼ନ୍ତୁ
ନିଃସଙ୍ଗତା

ନିଃସଙ୍ଗତା

ସୁନ୍ଦର ତା’ ଚାରୁ-ଲତା, ଆଉ ନିରବ ତା’ ପଥ କଣ୍ଟା ଥାଏ ଅବା ଫୁଲ ଥାଏ, ତା’ ପଥେ ପଥେ ଚାଲିବାକୁ ହୁଏ ମୋତେ ତା’ ନିର୍ଜନ ବନରେ କିଛି ହଜିଯାଏ ତ ଆଉ କିଛି ମିଳିଯାଏ, ନୂଆ ଆଶାର କିରଣ ସେମିତି ସାଥିରେ ମୋ ଥାଏ ॥ ସାଥି ବିନା ଲାଗେ ମୋତେ ଖାଁ ଖାଁ ତା’ ନୀରବ ପଥେ ଅଜଣା ଭୟରେ ପ୍ରାଣ ମୋର ଶଙ୍କି ଉଠେ ମନ ମୋର ଏଣେ ତେଣେ ଘୁରି…

ଅଧିକ ପଢ଼ନ୍ତୁ
ଶୂନ୍ୟତା

ଶୂନ୍ୟତା

ତୁମେ କେବେ ବୈଶାଖର ଝାଞ୍ଜିପିଟା ବାଆ ତ- କେବେ ରିମ୍‌ଝିମ୍ ବର୍ଷାର ବିନ୍ଦୁ । ପୁଣି କେବେ ଫଗୁଣର ମଳୟ ତ କେବେ ଶୀତ ସକାଳର କୁହୁଡ଼ି । ଆଉକେବେ ମୋ ଚତୁଃପାର୍ଶ୍ୱରେ ପ୍ରୀତିର ଗଜଲ ପରି ଅତୀତ ଓଢ଼ଣୀ ତଳେ ତମ ପ୍ରତିଛବି ଝଲମତ । କେବେ କେବେ ମନେପଡ଼ ତୁମେ ପୁଣି ମନେପଡ଼ିବା ଓ ଭୁଲିଯିବାର ଲୁଚକାଳି ଖେଳ ଖେଳୁ ଖେଳୁ ତାରାମାଳ ଭିତରେ କୋଉଠି ଲୁଚିଯାଅ ଯେ ଖୋଜି ଖୋଜି ପାଏନି ତୁମକୁ ସମ୍ଭବତଃ ଏବେ ମୁଁ…

ଅଧିକ ପଢ଼ନ୍ତୁ
ବିଶ୍ୱାସ

ବିଶ୍ୱାସ

ତୁମ ସ୍ନେହ ଶ୍ରଦ୍ଧା ଏମିତି ଏକ ସୂର୍ଯ୍ୟଦୟ ଯାହା ମୋତେ କରେ ଆଲୋକିତ । ତୁମ ଅବିଶ୍ୱାସ ଏମିତି ଏକ ଅନ୍ଧକାର ଯାହା ମୋତେ କରିଦିଏ ଅଚିହ୍ନା । ତଥାପି ତ ତୁମେ ଲାଗ ଆହୁରି ନିଜର । ତୁମର ସ୍ନେହଭରା ମୁହଁରେ ଶାରଦୀୟ ସଞ୍ଜର ଆକାଶେ କେତେ ନିର୍ଲିପ୍ତ, ଅଥଚ କେତେ ଉଦାସ ତୁମ ସୁରଭିତ ସମ୍ପର୍କର ପାଖୁଡ଼ା । ଝରି ପଡ଼ିଲେ ଅବେଳରେ ଭାଙ୍ଗିଯାଏ ମନେ ଥିବା ସ୍ୱପ୍ନଗୁଡ଼ା । ତଥାପି ତୁମ ସ୍ମୃତି ବାରମ୍ବାର ଧସେଇ ପଶେ ମନ ଭିତରକୁ…

ଅଧିକ ପଢ଼ନ୍ତୁ
Phulatie

ଫୁଲଟିଏ

ଫୁଲଟିଏ ଫୁଟୁଚି ବୋଲି ତ ବଗିଚାଟି ଦିଶୁଚି ସୁନ୍ଦର ପବନର ଖିଲି ଖିଲି ହସରେ ଫୁଲର ସୁଗନ୍ଧରେ ମହକୁଚି ପରିବେଶ । ପ୍ରଜାପତି ଡେଣା ଝାଡ଼ି ଝାଡ଼ି ବୁଣି ଦେଉଛି ମଧୁ ମତୁଆଲା ମହୁମାଛି ଗୁଣୁଗୁଣୁ ହୋଇ ଗାଉଅଛି ମିଳନର ମଧୁର ସଙ୍ଗୀତ । ଢାଳି ଦେଉଛନ୍ତି ରବି ଅସରନ୍ତି ରଙ୍ଗର ଅବିର ଗଛଲତା ନଇଁ ପଡ଼ୁଛନ୍ତି ପେନ୍ଥା ପେନ୍ଥା ଫୁଲର ସମ୍ଭାରେ । ଆଉ କାଳିଆର ମନ ହେଉଛି ସଜେଇ ହେବାକୁ ସେ ଫୁଲର ଗଜରା ହାରରେ । ଫୁଲଟିକୁ ଯଦି…

ଅଧିକ ପଢ଼ନ୍ତୁ