Odia Poem on Winter - Sitadine mo gaon

ଶୀତଦିନେ ମୋ ଗାଁ

ସବୁଦିନଠାରୁ ବେଶୀ ଚଳଚଞ୍ଚଳ ଲାଗେ ଭାରି ନୂଆ ନୂଆ । ବେଳ କାହିଁ, ଅଳସୁଆ ହୋଇ ଶୋଇବାକୁ ଅବା ନିଆଁ ପୋଇଁବାକୁ ଫସଲ ଅମଳର ବେଳ ଯେ ପେଟ ପାଟଣା କଥା ଯେ ଶୀତକୁ ଡରି, ଥରେ ହେଳା କରିଦେଲେ ହାତୀ ପଶି ଦଳିଦେବ ନହେଲେ ଲଘୁଚାପ ଧୋଇନେବ । ସେଥିପାଇଁ ତ ସବୁଦିନଠାରୁ ବେଶୀ ଚଳଚଞ୍ଚଳ ଲାଗେ ଭାରି ନୂଆ ନୂଆ ଶୀତ ଦିନେ ମୋ ଗାଁ । ତାରା ରାଣୀ ନାୟକତାରା ରାଣୀ ନାୟକ…

ଅଧିକ ପଢ଼ନ୍ତୁ
Nirabatara Janha Odia Poem

ନୀରବତାର ଜହ୍ନ

କାହିଁ ବସିଅଛ ମୌନେ ମୋର ବନ୍ଧୁ ଶୀତଳ ଜୋଛନା ଢାଳି । ଧବଳବର୍ଣ୍ଣର ବସନ ଆଚ୍ଛାଦି ଖେଳୁଅଛ ଲୁଚକାଳି ॥ ନିସ୍ତବ୍ଧ ରଜନୀ ଆଙ୍କେ ଯେବେ ଖୁନୀ ଅତ୍ୟାଚାର ଲୁଣ୍ଠନରେ । ଜାଣିସେ ପାରେନା ତମସାଚ୍ଛନ୍ନରେ ତୁମେ ଦେଖୁଥାଅ କ୍ରୁରେ ॥ ସଂସାର ଯାତନା ତୁମେ ହିଁ ଶୁଣିଛ ପ୍ରେମୀର ପ୍ରେମ କାହାଣୀ । ସାକ୍ଷ ପ୍ରମାଣରେ ସତ୍ୟବାଦୀ ଗ୍ରନ୍ଥ କାହିଁକି ରଖିଛ ଟାଣି ॥ ଦୁଃଖୀ ବାଟୋଇର ଚଲାପଥ ତୁମେ କୁସୁମ କଇଁର ସାଥି ।…

ଅଧିକ ପଢ଼ନ୍ତୁ
Prasnabachi

ପ୍ରଶ୍ନବାଚୀ

କେତେ ଦିନ ଆଉ ମିଥ୍ୟାରେ ବଞ୍ଚିବ କରୁଥିବ ଅତ୍ୟାଚାର । ଜନତାଙ୍କୁ ତୁମ ପ୍ରତାରଣା କରି ଭାଙ୍ଗିବ ସୁନା ସଂସାର ॥ ପଦ ପାଇଁ ଏଠି ଲଢ଼େଇ ଚାଲିଛି ଭୋଟରଙ୍କୁ ଫୁସୁଲାଇ । ରାମ ରାଇଜଟେ ତୋଳି ଦେବୁ କହି ଧୋକା ଦିଅ ତୁମ୍ଭେ କାହିଁ ॥ କାର୍ଯ୍ୟବେଳେ ଭଜ ମାଆ ଓ ମାଉସୀ ପ୍ରିୟର ଭାଇ, ଭଉଣୀ । ସଫଳତା ପରେ ସେ ମାନସମ୍ମାନ ଦେଖାଏ ମାଡ଼ କହୁଣୀ ॥ ତେଲେଇ ତେଲେଇ ଲାଞ୍ଚ ଖାଅ…

ଅଧିକ ପଢ଼ନ୍ତୁ
ବେଳେବେଳେ ଇଚ୍ଛାହୁଏ

ବେଳେବେଳେ ଇଚ୍ଛାହୁଏ

ବେଳେବେଳେ ଇଚ୍ଛାହୁଏ ଧକ୍କାଦେଇ ଉଠେଇ ଦେବାକୁ, ଆଉ ପାଟିକରି କହିଦେବାକୁ ପୌଷ ରାତିର ଶୀତକୁ ଘୋଡ଼ିହୋଇ ନିଧଡ଼କ ଶୋଇଥିବା ଲମ୍ବା ରାତିର କାନରେ କି କାହା କଥା ରହି ରହି ଖୁବ ମନେପଡ଼େ, କହିଦେବାକୁ, ମୋ ଆଖିର ସ୍ବପ୍ନସବୁ ଓହଳି ଝୁଲୁଛି ଗାଢ଼ ଅଳତାର ଧାରେ ଛମ ଛମ ବାଜୁଥିବା ପାଉଁଜିର ନିକ୍ୱଣରେ, ପୁଣି ଲଜ୍ଜା ତୁଳୀକାରେ ଅଙ୍କା ଭୃଳତା ଦ୍ୱୟର ଦୂରତାକୁ ସଙ୍କୁଚିତ କରୁଥିବା କୁଙ୍କୁମ ବିନ୍ଦୁର ତନ୍ଦ୍ରାଚ୍ଛନ୍ନ ସମ୍ମୋହନୀ ବାକ୍ୟ ସବୁ ଗୁଞ୍ଜରିତ ହୁଏ…

ଅଧିକ ପଢ଼ନ୍ତୁ

ବାଜି ରାଉତ

କେତେ ବୀର ଶହୀଦଙ୍କ କାହାଣୀ ଅମର, ରଚି ସ୍ଵର୍ଣ ଇତିହାସ, ବାଜି ବୟସ କୋମଳ । ଧରିନି ସେ ବନ୍ଧୁକ କେବେ ଫୁଟାଇନି ବମ୍ ଦେଶହିତେ ତା’ର ବଳିଦାନ, କି କାହାଠାରୁ କମ । ଧରି ନାହିଁ ଭାଲା ଖଡ୍ଗ ତା’ ବାଳୁତ ବାହୁ, ସହସା ସିଂହ ସମ, ସାହସ ଏତେ କାହୁଁ । ମସ୍ତକେ ପ୍ରହାର ଧାର ରକ୍ତ-ଜୀବନକୁ ବାଜି ଗୁଳି ବକ୍ଷ ଭେଦି, ପ୍ରାଣ ଗଲା କାହିଁ ହଜି । ପ୍ରଜ୍ୱଳିତ ମୁକ୍ତି-ଦୀପ ଚିତା…

ଅଧିକ ପଢ଼ନ୍ତୁ