Shatabdira Sankhanada

ଶତାବ୍ଦୀର ଶଙ୍ଖ ନାଦ

ବିପ୍ଳବୀ କବି ତୁମ କଲମ ଶାଣିତ, ମୂର୍ମୂଷେ ଭରି ଦିଏ ଉତ୍ତପ୍ତ ଶୋଣିତ । ଶତାବ୍ଦୀର ଶଙ୍ଖନାଦ ରବି ସିଂ ତୁମେ, ଭକ୍ତି ପୁଷ୍ପାଞ୍ଜଳୀ ଦେଇ ସୁଦୂରୁ ପ୍ରଣମେ । ଅସତ୍ୟ, ଅଧର୍ମ ପୁଣି ହେଉ ବା ନଗ୍ନତା, କବିତାରେ ରହୁଥିଲା କଟାକ୍ଷ ବାରତା । ନିଃସଙ୍ଗ ପଦାତିକ ଶ୍ରେଷ୍ଠ ଉପହାର, ବିଧର୍ମୀ ମାନବେ ଦେଲ ପାଜିର ପ୍ରହାର । ଚବିଶ ଘଣ୍ଟାରେ ଖାଲି କର ସିଂହାସନ, ଚରମ ପତ୍ର ତୁମକୁ ଦେଲି ଭଗବାନ । ପ୍ରତିଟି…

ଅଧିକ ପଢ଼ନ୍ତୁ
Asatya Nagar

ଅସତ୍ୟ ନଗର

ଧନ୍ୟ ତୁମେ ନିୟନ୍ତା ଧନ୍ୟ ସୃଷ୍ଟି କର୍ତ୍ତା… ଧନ୍ୟ ତୁମ ନ୍ୟାୟ ଧନ୍ୟ ତୁମ ଲୀଳା । କି କହି ତୁମକୁ ବଖଣିବି ମୁହିଁ ! ବିଷର ବଳୟ ହୋଇଛି ଦୁନିଆ । ପବିତ୍ର ତୁମ ସୃଷ୍ଟିରେ… ଘୋଟି ଯାଇଛି ଅନ୍ଧକାର ! ମଣିଷ ବି ନିରୁଧିଷ୍ଟ ଆଜି, ଅନ୍ଧକାର ପୂର୍ଣ୍ଣ ଅସତ୍ୟ ନଗରେ ! ଅଣ୍ଡାଳି ଚାଲିଛି ମାନବ, ଟିକିଏ ଆତ୍ମା ସନ୍ତୋଷ ପାଇଁ । ଘୋର ଅନ୍ଧକାର ମଧ୍ୟରୁ, କାଳେ ଖୋଜି ପାଇବ ଟିକେ…

ଅଧିକ ପଢ଼ନ୍ତୁ
Uttaradayi-ଉତ୍ତରଦାୟୀ

ଉତ୍ତରଦାୟୀ

ତୁମେ ତ ଦେଖିଛ ଚକ୍ଷୁରେ ତାହାର ମଳିନ କଜ୍ଜ୍ୱଳ ଭାଷା ମୁଁ ପାଇଛି ତା’ର ନୟନ ଯୁଗଳେ ଅଥଳ ସ୍ୱପ୍ନର ଆଶା । ତୁମେ ବୁଝିଅଛ ତାକୁ ଶିଥିଳ ତନୁର ମିନା ମୁଁ ପାଇଛି ତାକୁ ଜ୍ୱଳନ୍ତ ଚନ୍ଦ୍ରମା, ଅପ୍ରତ୍ୟକ୍ଷ ସୂର୍ଯ୍ୟ ସମା । ତୁମ ଦୃଷ୍ଟିରେ ସେ ଭାବମୟୀ ଚପଳା ଉର୍ବଶୀ ସପ୍ତରଙ୍ଗେ ତରଙ୍ଗିଣୀ, ମୁଁ ଦେଖିଛି ତାକୁ ଧୈର୍ଯ୍ୟଧାରିଣୀ ଅବା କେବେ ପୁଣି ଦଶାନନ ସଂହାରିଣୀ । ତୁମେ ଦେଖିଲ ଅଜ୍ଞାନ ଅନ୍ଧାରର ଲିଭି…

ଅଧିକ ପଢ଼ନ୍ତୁ
ଚାଲ୍ ଯିବା ଜହ୍ନକୁ

ଚାଲ୍ ଯିବା ଜହ୍ନକୁ

ଜହ୍ନରେ ନାଁ ଲେଖିବାକୁ ହେଲେ ଦମ୍ଭର ପାହାଚ ଧୈର୍ଯ୍ୟର ପାହାଡ ଚଢ଼ି ବିବେକାଶ ମାର୍ଗରେ ବାନ୍ଧିବାକୁ ପଡ଼େ ଭରସାର ସେତୁବନ୍ଧଟେ । ଏମିତି ସେମିତି କଥା ନୁହେଁ ଜହ୍ନକୁ ପହଞ୍ଚି ପାରେ ସିଏ ଯିଏ ଆବୋରି ପାରେ ସ୍ୱତଃସ୍ଫୁର୍ତ୍ତ ଭାବୋଛ୍ୱାସମାନଙ୍କୁ ଚୁମ୍ବକୀୟ ପୁଲକରେ… ଖାତିର କରେନା ଛୋଟ ଛୋଟ ଝଡ଼ ଗୁଳି ବୋମା ମାଡ଼ ସିଗାରେଟ୍ ଧୁଆଁ ପରି ଗୋଟିଏ ଫୁଙ୍କରେ ଉଡ଼େଇ ପାରେ ଖୁଚୁରା ଯନ୍ତ୍ରଣାମାନଙ୍କୁ । ଏଠି ଦଳି ହେବୁ ଯାହା ମାୟାର ଉଖାଳେ…

ଅଧିକ ପଢ଼ନ୍ତୁ
Parichaya

ପରିଚୟ

ଦିନ କେଇଟାରେ ବଦଳିଗଲ ତୁମେ ବଦଳିଗଲା ତୁମ ପରିଚୟ ସ୍ୱପ୍ନ ନାୟକରୁ ସାଜିଗଲ କାହା ମଥାର ସିନ୍ଦୂର ନୂଆ ମଣିଷକୁ ଆପଣାର କରି ଚାଲିଗଲ ଦୂର… ବହୁ ଦୂର ତୁମର ଏବେ ନୂଆ ଏକ ଘର ପୁଣି ନୂଆ ନୂଆ ସଂସାର ଖୁସିରେ ଉଚ୍ଛୁଳି ଥିବ ତୁମ ଛୋଟ ପରିବାର ହାତରନ୍ଧାରେ ମୋହୁଥିବ ମନ ତୁମର ପଖାଳ କଂସାର ଆଢ଼ୁଆଳେ ବସି ଦଉଥିବ ମୁରୁକି ସେ ହସି ଚାହାର ଉଷୁମ ସ୍ପର୍ଶରେ ମିଠାସ୍ ବି ଯାଉଥିବ ମିଶି…

ଅଧିକ ପଢ଼ନ୍ତୁ