You are currently viewing ପ୍ରେମର ସ୍ୱରୂପ
ପ୍ରେମର ସ୍ୱରୂପ

ପ୍ରେମର ସ୍ୱରୂପ

ସପନ ଅଧିକତର ଭାଙ୍ଗି ଯାଆନ୍ତି
ଆପଣାର ଲୋକ ରୁଷି ଯାଆନ୍ତି
ପ୍ରେମ ସାଗରର ଉର୍ମିମାଳାରେ
ପାଗଳ ପ୍ରେମୀ ବୁଡ଼ି ଯାଆନ୍ତି !!

କେବେ ପବିତ୍ର ପ୍ରେମ କରି ଦେଖ
ପ୍ରେମିକର ଚାହ, ଅସରନ୍ତି କୋହ
ଜୀବନରେ କିଛି ଲକ୍ଷ୍ୟ ପାଇ ଦେଖ
ପ୍ରେମ ବିନା କିଛି ନାହିଁ ସବୁ ମୋହ !!

ବିଫଳ ପ୍ରେମିକର ଗତି ଏମିତି
ବିଦଗ୍ଧ କବି ରଙ୍ଗ ରୂପ ଯେମିତି
ଯେବେ ସବୁ ସ୍ମୃତି ଏକତ୍ରିତ ହୁଅନ୍ତି
ଏକ ପ୍ରେମକବିର ଜନ୍ମ ହୋଇଥାନ୍ତି !!

ସଭିଏଁ କ୍ଷତ ବିକ୍ଷତ ଘୃଣା, ଦ୍ୱେଷରେ
ରକ୍ତାକ୍ତ ଶରୀର ବାଦବିବାଦ ଯୁଦ୍ଧରେ
ପ୍ରେମର ସ୍ୱରୂପର ମାନେ ମିଛରେ
ହିଂସା, ପରଶ୍ରୀକାତରତା ମୁଖ୍ୟରେ !!

ସୁନ୍ଦର ଧରାରେ ପ୍ରେମର ଜୟ ଘୋଷ
ପ୍ରେମରେ ଈଶ୍ୱର ପ୍ରାପ୍ତି ସତ୍ୟ ବିଶେଷ
ପ୍ରେମର ଲହରୀ ଖେଳୁ ନା ଅବଶୋଷ
ପ୍ରେମ ହିଁ ଈଶ୍ୱର ରହୁ ହୃଦେ ଅଟଳ ବିଶ୍ୱାସ !!

ନିର୍ମଳ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନିର୍ମଳ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।