Odia Poem Darasana Dia Sate (ଦରଶନ ଦିଅ ସତେ) by Manoranjan Surujal

ଦରଶନ ଦିଅ ସତେ

ଚାହୁଁଛି ଏ ଆଖି ଆହେ ଚକାଆଖି ଲୋଡ଼ିବାକୁ ଦରଶନ, କି ଦୋଷ କରିଛୁ ଫେଡ଼ି କୁହ ଥରେ ଭାଙ୍ଗିଦେଇ ଅଭିମାନ ॥ ଗମ୍ଭୀରା ଭିତରେ ରତନ ବେଦୀରେ ବସିଛ କାହିଁ ମଉନ, ଚକ୍ଷୁ ମଳିମଳି ଦିବାନିଶି ଏକ ଦରଶନକୁ ସପନ ॥ କେବେ ମହାମାରୀ ମହାବାତ୍ୟା ପରି ଖଣ୍ଡ ପ୍ରଳୟ ତାଣ୍ଡବ, ତୁମ ଅଜାଣତେ ହେଉଛି କି ପ୍ରଭୁ ଇଙ୍ଗିତ ନୁହେଁ କି ତବ? ଦୋଷ କରି କ୍ଷମା ଶୁଣ ହେ ମଣିମା ଭକତ ଡାକେ ଆକୁଳେ,…

ଅଧିକ ପଢ଼ନ୍ତୁ
Odia Poem Apekshare Sarbe (ଅପେକ୍ଷାରେ ସର୍ବେ) by Rashmimayee Pati

ଅପେକ୍ଷାରେ ସର୍ବେ

ଦେଇଥିଲୁ ପରା କଥା ମାଉସୀକୁ ବର୍ଷକୁ ଥରେ ଆସିବୁ ଆଠ ଦିନ ରହି ମାଉସୀ ପାଖରେ ଶ୍ରୀ ମନ୍ଦିର ବାହୁଡ଼ିବୁ – ୧ ଛ’ ତିଅଣ ଓ ନ’ ଭଜା କରି ଅପେକ୍ଷାରେ ମାଉସୀ ମା’ ଘୋଷ ଯାତ୍ରା ପରା ପାଖେଇ ଆସିଲା ଭୁଲିଲୁ କାଳିଆ ସୁନା – ୨ କଥା ଦେଇଥିଲୁ ଭକତ ଜନଙ୍କୁ ରଥରେ ବଡ଼ଦାଣ୍ଡରେ ଘଣ୍ଟ ଘଣ୍ଟା ସୁରେ ମଜ୍ଜିଯିବୁ ତୁହି ଦର୍ଶନ ତାଙ୍କୁ ଦେବୁରେ – ୩ ତୋର ସୃଷ୍ଟିକୁ ଦେଖିଦବୁ…

ଅଧିକ ପଢ଼ନ୍ତୁ
Odia Bhajan Guhari (ଗୁହାରି) by Kali Kumar Behera

ଗୁହାରି

ଅଣସର ବାସେ ରୁହ ବୋଲି ପ୍ରଭୁ କରିଛ କି ତୁମ୍ଭେ ମାନ । ସେ ଦୋଷରେ ତୁମ୍ଭେ କରି ରୋଷ ପ୍ରଭୁ ନେଉଛ କି ଆମ୍ଭ ପ୍ରାଣ? ତୁମରି ବିଧିର ବିଧାନକୁ ପ୍ରଭୁ କେ କରିବ ଆକଳନ । ଜୀବନ ମରଣ ଜୀବାତ୍ମାରେ ପୁନଃ ତୁମ୍ଭ ବିନା ନାହିଁ ଆନ ॥ ତୁମ୍ଭେ କର୍ତ୍ତା ଧର୍ତ୍ତା ଦଇବ ବିଧାତା ସର୍ବତ୍ର ଉଡ଼ୁଛି ବାନା ସେଥିଲାଗି ମୁହିଁ ତୁମରି ସମ୍ମୁଖେ ଗୁହାରୀ କରୁଛି ସିନା ॥ ବଞ୍ଚାଇ ଦିଅ, ପାରି କରି ନିଅ, ଆହେ…

ଅଧିକ ପଢ଼ନ୍ତୁ
Odia Bhajan Kemiti Achha He Kalia Thakura (କେମିତି ଅଛ ହେ କାଳିଆ ଠାକୁର) by Abhilipsa Sahoo

କେମିତି ଅଛ ହେ କାଳିଆ ଠାକୁର

ଶ୍ରୀକ୍ଷେତ୍ର ଅଧିର, ଭକ୍ତ ନାରଖାର କେମିତି ଅଛ ହେ କାଳିଆ ଠାକୁର ନିୟତି ପ୍ରକୃତି ସୃଷ୍ଟି ଆଦିରଥି ସଂସାର ଶ୍ରୀଧର ତ୍ରିଲୋକ ମୂରତି ପଞ୍ଚଭୂତ ପଞ୍ଚ ଇନ୍ଦ୍ରିୟ ପ୍ରକାଶେ ସୃଷ୍ଟ ଜଗତ କି ହେବ ‘ସତ୍’ ଶେଷେ ଆୟୁଷ ଅମୃତ କାଳଚକ୍ରର କବଚ ନୀଳଚକ୍ର ଅଖ ଅଙ୍କେ ଆଉ କି ସଙ୍କୋଚ ଦଶଦିଗ କୀର୍ତ୍ତି ସମାପ୍ତିବ ଦଶ ତୁଠେ କ୍ଷଣେ ପ୍ରଳୟ ଘେରିବ ଏଇ ଧରା ରଥେ ସଂସାର ସାଗର ପଦ୍ମେ ଲକ୍ଷ୍ମୀ ନାରାୟଣ ପୂର୍ଣ୍ଣରୂପ ପରଂବ୍ରହ୍ମ…

ଅଧିକ ପଢ଼ନ୍ତୁ
Odia Bhajan He Prabhu Kala Thakura (ହେ ପ୍ରଭୁ କଳା ଠାକୁର) by Sudhanshu Shekhar Patra

ହେ ପ୍ରଭୁ କଳା ଠାକୁର

ହେ ପ୍ରଭୁ କଳା ଠାକୁର ବ୍ରହ୍ମାଣ୍ଡ ଗୋସାଇଁ ତମ ଆଖିରେ ଅଲୋଡ଼ା ହେଲି କାହିଁ ପାଇଁ? ଆଜନମ ଦୁଖୀ ହୋଇ ଲୁହରେ ଭାସୁଛି ମରଣ ହେଉନି କିଆଁ ସେ କଥା ଭାବୁଛି । ନିନ୍ଦା-ଗାଳି-ବାଦ-ଅପବାଦ ପୁଞ୍ଜି କରି ଏତେବଡ଼ ଦୁନିଆରେ ଚାଲିବି କିପରି? ଯୁଆଡ଼େ ଦେଖୁଛି ମୁହିଁ ସେଆଡ଼େ ଅନ୍ଧାର କିଏ ତ ପାଖରେ ନାହିଁ ହେବାକୁ ନିଜର । ମନ ଅଶାନ୍ତ ପସରା ହୃଦୟ ଜଳଇ ଉଦ୍ଧାରି ଧର ସାଆନ୍ତେ ଶରଣ ପଶଇ । – ସୁଧାଂଶୁ ଶେଖର ପାତ୍ର…

ଅଧିକ ପଢ଼ନ୍ତୁ