You are currently viewing ଭାସିଯା ମୋ ଡଙ୍ଗା
ଭାସିଯା ମୋ ଡଙ୍ଗା

ଭାସିଯା ମୋ ଡଙ୍ଗା

ଆ କା ମା ବୈ ଗୀତ ଗାଇ ଗାଇ
ଭସେଇଲି ଡଙ୍ଗା ମୋର ଭୁଲିଯିବୁ ନାହିଁ
ଦିନକର ପର୍ବ ତୋର ମାସକ ଧର୍ମ ମୋର
ପାନ, ଗୁଆ, ଦୀପେ ସଜାଇ ଦେଲି ବିଦାୟ ଭାର ।

ବର୍ଷକେ ଥରେ ଆସୁ ବଢ଼ାଇ ଓଡ଼ିଆର ଗର୍ବ
ଐତିହକୁ ମନେ ପକାଇ ପାଳେ ଓଡ଼ିଆ ଏ ପର୍ବ
କାହିଁ କେତେ ଦୂର ଅବା ସାତ ଦରିଆ ଡେଇଁ
ଯାଉଥିଲେ ଆମ ସାଧବ ପୁଅ ବାଣିଜ୍ୟ ବେପାର ପାଇଁ ।

ସେହି ପୁରାତନ ଗୌରବକୁ କରି ମଥା ତିଳକ
ସାଇତିଛି ଓଡ଼ିଆ ଜାତି ରଖି ପରମ୍ପରା ଟେକ
ଭାସିଯା ଡଙ୍ଗା ମୋର ସବୁ ପୀଡ଼ା, ଯାତନା ନେଇ
ବଦଳରେ ଢାଳିଦେ ତୋ’ ଆଶିଷର ନଈ ।

ଅପେକ୍ଷାରେ ରହିଲୁ ପୁଣି ଆର ବରଷକୁ
ହରଷେ ଦେଲୁ ବିଦାୟ ରଖି ତୋ’ ଆଶିଷକୁ
ତୋ ଆଶୀର୍ବାଦେ ସୁଖ, ଶାନ୍ତି, ସମୃଦ୍ଧି ସୁଅ ଛୁଟୁ
ସକଳ ସୁଖ, ପ୍ରଗତିରେ ଏ ଜଗତ ହସି ଉଠୁ ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।