You are currently viewing ସୁରମ୍ୟ ସୁବର୍ଣ୍ଣରେଖା
ସୁରମ୍ୟ ସୁବର୍ଣ୍ଣରେଖା

ସୁରମ୍ୟ ସୁବର୍ଣ୍ଣରେଖା

ହେଲା ଯେବେ ତୁମ ସହ ଦେଖା ପରେ ଦେଖା,
ତୁମ ସୁଧାମୁଖ ପ୍ରସାରଣ କରିଲେ ସୁରେଖା,
କେମିତି ବ୍ୟାଖ୍ୟାନ କରିବି ତୁମ ରୂପରେଖା,
ଆକର୍ଷକ ତୁମ ଲାବଣ୍ୟ ଲୋଚନରେ କଜ୍ଜ୍ୱଳରେଖା |୧|

ଲେଖୁଛି ତୁମ ପାଇଁ ଏହି ପ୍ରେମଲେଖା,
ଯାହା ମୋ ମନୋଗତିର ମଦନଲେଖା,
ଭାନୂଦୟ ବେଳର ଭାନୁରେଖା,
ଚନ୍ଦ୍ରୋଦୟ କାଳର ଚନ୍ଦ୍ରରେଖା |୨|
ଲେଖି ଚାଲିବି ଏହି ପ୍ରଥମ ପ୍ରେମପତ୍ର ,

ତୁମ ଅନୁରାଗ ହେଲା ମୋର ପ୍ରିୟମିତ୍ର,
କର ମୋତେ ନିଜର ପ୍ରଣୟସଖା ପ୍ରୀତିପତ୍ର,
ଶୀଘ୍ର ଦିଅ ତୁମ ସ୍ୱାକ୍ଷରିତ ଅଙ୍ଗୀକାର ପତ୍ର |୩|

ତୁମେ ଯେ ଦିବ୍ୟ ଦୀପର ଦୀପଶିଖା,
ହେବାକୁ ଚାହୁଁଛି ତୁମର ଦୀପରୁଖା,
ତୁମ ଶୁଭାଙ୍ଗ ଉଲ୍ଲେଖ କରୁଛି ମୋ ହାତଲେଖା,
ଆସି ବଦଳାଇ ଦିଅ ମୋ ଭାଗ୍ୟରେଖା |୪|

ଚାରୁଶୀଳ ଯେ ମୋର ଚନ୍ଦ୍ରଲେଖା,
ତୁମେ ମୋ ହସ୍ତରେଖାର ସୁଲେଖା,
କେବେ ଯେ ହେବ ମୋ ସୁରମ୍ୟ ସୁବର୍ଣ୍ଣରେଖା,
ଚକାଆଖିଙ୍କୁ ଦିଅ ଯିବା ଆମ ଆଦ୍ୟ କଲ୍ୟାଣ-ଲେଖା |୫|

ଶ୍ରୀ ରାଜଶେଖର ସି ‘ଚିମା’

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜ ଶେଖର ଶ୍ରୀ ଚିମା ଓଡ଼ିଆ ତଥା ତେଲୁଗୁ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।