ଘରୁ ବାହାରିଲେ ଦେଖ୍ସୁଁ ପଡ଼ିଛେ
କେତ୍ନିକେତେ ବାଟ୍
ଉସାର୍ ସାଁକୁର୍ ଖାଲ୍ ଢିପ୍ ଭରା
ବଁକା ଆଉର୍ ଛାଟ୍
ବାଟ୍ ସବୁ ଫେର୍ ଯୁଡ଼ାଯୁଡ଼ି ହେଇ
ବନିଛେ ବାଟର୍ ଜାଲ୍
ଯେନ୍ ଆଡ଼୍କେ ଘିଚିହେସି ପାଦ୍
ସେହି ବାଟ୍ ମାଡ଼ି ଚାଲ୍
ବାଟ୍ ଦୁହି ତରେଁ ଘର୍ ଦୁକାନ୍
ବସିଛେ ବଡ଼୍କା ହାଟ୍
ଯେନ୍ ବାଟେ ଥିସି ଗଛର୍ ଗୁହୁଡ଼ି
ଗୁଟେକେ ବି ନାଇଁ କାଟ୍
କାହିଁ ବି ଯିବାର୍ ନାଇଁଥିଲେ ମିଶେ
ବାଟ୍କେ ଆଏସୁଁ ଚାଲି
ସମିଆ ସବୁକେ ଗୁଏଢ଼ଇଁ ଦେସୁଁ
ଇଠାନ୍ ସେଠାନ୍ ବୁଲି
ଗୁଟେ ଠାନେ ଯେ ଥାବେ ରହେସି
କର୍ସି ନିଜର୍ କାମ୍
ତାକେ ମିଲ୍ସି ସୁଖ୍ ସଂତୋଷ୍
କେଭେଁ କେନ୍ତା ଦାମ୍
ଲଟ୍କିଲା ଲୋକ୍ ଭଟ୍କେ ନାଇଁ
ରହିଥିସି ଘର୍ ଜଗି
ବାଟେଁ ଚାଲିଚାଲି ଘର୍ ଘର୍ ବୁଲି
ନାଇଁଯାଏ କିଛି ମାଗି
ଚତୁର୍ଧାମ୍ ବୁଲି କିଛି ନାଇଁମିଲେ
ଘର୍କେ ପଂଚମ୍ ଧାମ୍
ବନେଇ ପାର୍ଲେ ମୁନୁଷ୍ ପାଏସି
ଗୁର୍ଦୁଟେ ସୁନାମ୍
Comments
ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।