You are currently viewing ଏଇ ମାତ୍ର ଆରମ୍ଭ
ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ
ସ୍ୱଳ୍ପ ସମୟ ବ୍ୟବଧାନରେ
ମନରେ ଥିବା ଅସୁମାରୀ ସ୍ୱପ୍ନଗୁଡ଼ାକ
ପ୍ରସ୍ଫୁଟିତ ହେବାକୁ ଚାହିଁ ରହିଛନ୍ତି ।

ଏଇ ମାତ୍ର ଆରମ୍ଭ
ତୁମ ସହ କିଛି ଦିନ ତଳେ ଦେଖା
କେଇପଦ କଥା, କିଛି ଥଟ୍ଟାମଜା
ଯେମିତି ଜନ୍ମ ଜନ୍ମାନ୍ତର ଲାଗି ଆପଣାର ।

ଏଇ ମାତ୍ର ଆରମ୍ଭ
ଜୀବନକୁ ନୂଆ କରି ଗଢ଼ିବାର ଅଛି
ସମୟର ଗତିପଥେ ଚାଲିବାର ଅଛି
ଶେଷ ସମୟଯାଏଁ ଜୀବନକୁ ଭଲପାଇବାର ଅଛି ।

ଏଇ ମାତ୍ର ଆରମ୍ଭ
ଜୀବନରେ ସବୁକିଛି ପାଇବାର ଅଛି
ପିତା ମାତା ଭାଇ ଆଉ ଭଉଣୀ ପାଖେ ରହିବାର ଅଛି
ସାଙ୍ଗ ସାଥି ହସ ଖୁସି ମେଳରେ ଦିନ କାଟିବାର ଅଛି ।

ଏଇ ମାତ୍ର ଆରମ୍ଭ
ଦେଶ ଜାତି ହିତେ କିଛି କରିବାର ଅଛି
ସଭିଙ୍କ ମୁଁହରେ ହସ ଫୁଟେଇବାର ଅଛି
ହସି ହସି ଦେଶ ପ୍ରଗତିରେ ସାମିଲ ହେବାର ଅଛି ।

ଏଇ ମାତ୍ର ଆରମ୍ଭ
ଜାଣିନି କେବେ ହେବ ଏହାର ଶେଷ
ଝରିପଡ଼ିବି ଏଇ ମୋ ମାଆ କୋଳରେ
ମିଶିଯିବି ତା’ ମାଟିରେ ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରୁଦ୍ର ନାରାୟଣ ଖଟୁଆ ଜଗତସିଂହପୁରସ୍ଥିତ ରାହାମାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଇ.ଆଇ.ଟି ଧାନବାଦରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।