You are currently viewing ସ୍ମୃତି ଓ ସ୍ଥିତି
ସ୍ମୃତି ଓ ସ୍ଥିତି

ସ୍ମୃତି ଓ ସ୍ଥିତି

ଜୀବନର ଶେଷ ସୋପାନରେ,
ରହିଛି ତୁମ ଅପେକ୍ଷାରେ…
କେମିତି ଭୁଲିଲ ସେଇ ଅଭୁଲା ଦିନ,
ମୋ ସୁନା ଧନ…..
ପ୍ରେମ କରିଥିଲି ଭିଜିବା ପାଇଁକି,
ସମ୍ପୂର୍ଣ୍ଣ ଗଲି ମୁଁ ଭାସି…
କେମିତି ବଞ୍ଚିବି ଦୁନିଆ ବୁକୁରେ,
ତମ ଘୃଣାଭାବ ନେଇ…
ବଞ୍ଚିବାର କଳା କଉଶଳେ ତମେ ଥିଲ ପାରଙ୍ଗମ…
ତମ ତୁଲ୍ୟ କି କେବେ ହେଇପାରିବ ତମ ପ୍ରେମିକ ଅଧମ…
ଭାବୁଥିଲି ଲକ୍ଷ୍ମୀ ଆସିଥିଲ ବୋଲି,
ନକହି ଚାଲିଗଲ…
ଆଶାକରେ ମାଆ ବିଚାର କରିବ,
ହୋଇଯିବନି ନିର୍ଦ୍ଦୟ…
ମୋ “ମାଆ” ଡାକେ କେତେ ଯେ ତାତ୍ପର୍ଯ୍ୟ,
ତମେ ହିଁ ଜାଣିପାରିଛ…
ପରିବାର ଛାଡ଼ି ତମ ମୁହଁ ଦେଖି ଆଜି ବି ବଞ୍ଚେଇ ରଖିଛ…
ଛୋଟ ପୁଅ ଭାବି କ୍ଷମା କରିଦେବ ଦେଖେଇବ ତମ ଶ୍ରେଷ୍ଠତା…
ବିନା ପେଟ୍ରୋଲରେ ଗାଡ଼ି ଗଡ଼ିବା ଭଳି ଶୋଚନୀୟ ମୋ ଅବସ୍ଥା…
ତମ ସ୍ମୃତିନେଇ ବଞ୍ଚିଛି ଗୋ ସଖୀ ବଞ୍ଚିଥିବି ଚିରଦିନ…
ଭଲରେ ରହିବ ଚିରଦିନ ପାଇଁ, ନୀରବିବି ଏଇ ସନ….

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...