You are currently viewing ବରଷା ରାଣୀ
ବରଷା ରାଣୀ

ବରଷା ରାଣୀ

ନିଦାଘରେ ବୁକୁଚିରି ଆକାଶୁ ଆସେ ଓହ୍ଲାଇ ବରଷା ରାଣୀ
କେବେ କଳା କେବେ ଧଳା – ଓଢ଼ଣୀ ଟାଣି
ମାଟିକୁ ସେ ଭଲପାଏ ମାଟି ସାଥେ କଥାହୁଏ
ଭାରତି ଭଲ ଲାଗେ ତା’ର ମଞ୍ଜୁଳ ବାଣୀ, (୧)

ଖିଲି ଖିଲି ହସିହସି ସୁମଧୁର କହେ ଭାଷି
ଭରିବି ସବୁରି ପ୍ରାଣ ସଲିଳ ଦେଇ
ହସିବେ ଗିରିକାନନନ, ନଦୀ, ନାଳ, ଉପବନ
ହସିବେ (ଯେ) ଏ ଜୀବ ଜନ୍ମ ହସିବ ମହୀ । (୨)

ଗାଡ଼ିଆ ପୋଖରୀ ଯେତେ ଶୁଖି ପ୍ରାଣହୀନ ଦିଶେ
ଭରି ଦେବି ଜଳବିନ୍ଦୁ ବରଷି ମୁହିଁ
ଝରନା ଗାଇବ ଗୀତ ନଦୀ ହେବ ଉଲ୍ଲସିତ
କୁଳୁକୁଳୁ କରି ନାଦ ଯିବଟି ବହି । (୩)

– ସୂର୍ଯ୍ୟନାରାୟଣ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୂର୍ଯ୍ୟ ନାରାୟଣ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗୀତ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହେବା ସହିତ ପାଠକୀୟ ପ୍ରସଂଶା ଲାଭ କରିଛି । ସେ ଶୁଭପଲ୍ଲବର ଥିମ୍ ସଙ୍ଗ୍ ରଚନା କରିଛନ୍ତି; ଏତଦ୍ ବ୍ୟତୀତ ସେ ତାଙ୍କ ରଚିତ କିଛି ଗୀତ ୟୁ-ଟ୍ୟୁବ୍‌ରେ ଉପଲବ୍ଧ ।