You are currently viewing ବାପା
ବାପା

ବାପା

ଆମ ପାଇଁ ଆମ ବାପା ହେଉଛନ୍ତି
ଦୁନିଆର ବଡ଼ ଧନୀ
ଯେବେ ଯାହା ମାଗୁ ସବୁ ସେ ଦିଅନ୍ତି
ମନା କେବେ କରନ୍ତିନି ॥

ପ୍ରତ୍ୟେକ ସଂସ୍କାର ନୀତି ଶିକ୍ଷା ଆଦି
ପାଇଛେ ତାଙ୍କଠୁ ଆମେ
ଦୁଃଖ କଷ୍ଟ ସହି ସମସ୍ତ ସୁଖକୁ
କରନ୍ତି ସେ ଆମ ନାମେ ॥

ତାଙ୍କ ପାଇଁ ଆମେ ଏଇ ଦୁନିଆରେ
ପାଇଅଛେ ଜୀବ ସତ୍ତା
ଭଗବାନଙ୍କର ଅନ୍ୟ ଏକ ରୂପ
ଯାହାଙ୍କର ନାମ ପିତା ॥

ଆମ ପାଇଁ ସିଏ ସବୁକିଛି ଆଉ
ସିଏ ହିଁ ଆଦର୍ଶ ବ୍ୟକ୍ତି
ଜୀବନଟା ସାରା ପୂଜୁଥିବା ତାଙ୍କୁ
କରି ହୃଦୟରୁ ଭକ୍ତି ॥

– ସୌରଭ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌରଭ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।