ମକର ସଂକ୍ରାନ୍ତି ଅବସରରେ ଶୁଭୋଦୟର ୪ର୍ଥ ସଂସ୍କରଣ ଉନ୍ମୋଚିତ
ଭଦ୍ରକ (୧୫ ଜାନୁଆରୀ ୨୦୨୧): ପବିତ୍ର ମକର ସଂକ୍ରାନ୍ତି ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭୋଦୟର ୪ର୍ଥ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶୁଭପଲ୍ଲବ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଉଥିବା ଏହି ମାସିକ ଇ-ପତ୍ରିକାଟିର ୪ର୍ଥ ସଂସ୍କରଣର ପ୍ରଚ୍ଛଦଚିତ୍ରଟି ଅଙ୍କିଥିଲେ ସୁପ୍ରସିଦ୍ଧ ଓଡ଼ିଆ ଚିତ୍ରକର ବିଜୟ ବିଶ୍ୱାଳ, ଯାହାକୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିତ୍ରକଳା ପାଇଁ ତାଙ୍କର ମନ୍କି ବାତ୍ କାର୍ଯ୍ୟକ୍ରମରେ ପ୍ରସଂଶା କରିଥିଲେ । ଏହି ପ୍ରଚ୍ଛଦଟିରେ କରୋନା ଭୂତାଣୁର ଭେକ୍ସିନ୍ ସହ ୨୦୨୧କୁ ସ୍ୱାଗତ କରିବା ଚିତ୍ର…

