ଅଖିଳ ଭାଇନାଙ୍କୁ ଚିଠିଟିଏ
ପ୍ରିୟ ଅଖିଳ ଭାଇନା, କେମିତି ଅଛ? ନାକଟା ଚିତ୍ରକର ପାଖେ ଏବେ ବହି ଖୋଲି ପଢିବାକୁ ଅଜସ୍ର ସମୟ ଥିବ, ନୁହେଁ? ତୁମ ସହ ବସି ବରା ଘୁଗୁନି ଖାଇ ଅନୁଗୁଳର ସ୍ମୃତିକୁ ଲେଉଟାଇ ଦେଖିବା ଆଗରୁ ତମେ ଚାଲିଗଲ । ଗଲ ଯେ ଆମକୁ ପଦଟିଏ କହିଲନି ବି ! ଭୁବନେଶ୍ୱର ଆସିଲେ ଜଣାଉଥିବା ଅଖିଳ ଭାଇନା ସେପୁରକୁ ଯିବା ଆଗରୁ ଥରୁଟିଏ ବି ଆମ କଥା ଭାବିଲେନି ! ତମସହ ମିଶିବା ଆଗରୁ ଭାବୁଥିଲି କେମିତିକା ମଣିଷଟିଏ ହେଇଥିବ…

