ସଞ୍ଜୟ କୁମାର ତ୍ରିପାଠୀ

ସଞ୍ଜୟ କୁମାର ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Sudura Bhabana (ସୁଦୂର ଭାବନା) by Sanjay Tripathy

ସୁଦୂର ଭାବନା

କୈବର୍ତ୍ତ ସମ୍ଭୂତ ବିଶ୍ୱାସରେ ରତ ସ୍ଥାଣୁ କ୍ରିୟା ପାଇଁ ସିନା ଯବନିକା ଶେଷେ ରଜନୀର ମୃତ୍ୟୁ ନାଟକର ପାଇଁ ସିନା । କଳାକାର ସବୁ ରଙ୍ଗ ବୋଳି ସତେ ଚାତକର ପ୍ରାୟ ଚାହିଁ ନୀର୍ଲିପ୍ତ ସେ ଦିଗେ ଉଣ୍ଡୁଥାନ୍ତି ବସି ଆପଣାର ପାଳି ପାଇଁ । ରଜନୀର ଶେଷ ଜହ୍ନର ଯେସନ ପୁରୁଣା ସେ ରେଳଗାଡ଼ି ଗାଁ ପ୍ରେମିକାର ଲୁହ ଭରା ଚିଠି ଲହୁ ଯେ ଦିଏ ନିଗାଡ଼ି । ପ୍ରେମର ସେ ଖୁସି ହସ ଆଉ ଲୁହ ପଡ଼ିଶା ଘର…

ଅଧିକ ପଢ଼ନ୍ତୁ

ଥୁଣ୍ଟା ବରଗଛ

ଥୁଣ୍ଟା ବରଗଛ ଶେଷ ଶ୍ରାବଣର ବରଷା ଆସରା ନାହିଁ କୋଉ କାଳୁ ସତେ ମୁଣ୍ଡ ଟେକି ଅଛି କାହାକୁ ତ ଜଣା ନାହିଁ । ଯାନି ଜାତରାର ମୂକ ସାକ୍ଷୀ ସିଏ ଦୃମ ମହା ସଂସ୍କୃତିର ପିଲାଠାରୁ ବୁଢ଼ା ସଭିଙ୍କ ଆସରା ଜନ୍ମଠାରୁ ମୃତ୍ୟୁର ପର । ସହସ୍ର ଦ୍ରୁମ ତା’ ଭୂତଳ ବ୍ୟାପୀ ପହଞ୍ଚ ପାତାଳ ଛୁଆଁ ଓହୋଳି ରହିଛି ଆଦିମ ପୁରୁଷୁ ଦେଖି ଯେ ପୁରୁଣା ନୂଆଁ । କେତେ ଯେ ଗଲେଣି ତା’ ଆଖି ଆଗରୁ ସାକ୍ଷୀ…

ଅଧିକ ପଢ଼ନ୍ତୁ
Odia Poem Duhita (ଦୁହିତା) by Sanjay Kumar Tripathy

ଦୁହିତା

ଭୂଇଁ ଛୁଇଁଲାଠୁ ଶାସନ ସଭିଙ୍କ ମଶାଣୀର ପଦା ଯାଏଁ ନିଜସ୍ଵ ସର୍ବସ୍ୱ ବୋଲି କିଛି ନାହିଁ ଆଦେଶ ଯେ ଠାଏଁ ଠାଏଁ । ଦୁନିଆଁ ଦେଖିଛି ଜାଣିଛି ସେ ମଧ୍ୟ ସବୁ ଯେ ପର ଏଇଠି ଜାଣିବା ଶୁଣିବା ଲୋକବାକ ମଧ୍ୟ ସ୍ୱାର୍ଥ ଯେ ଖୋଜନ୍ତି ଏଠି । କାହାକୁ କହିବ କିସ ବା କହିବ ସବୁ ତା’ ଆପଣା ଲୋକ ସ୍ୱାର୍ଥ ପାଇଁ ସିନା ସେମାନେ ହରିଲେ ମେଣ୍ଟାଇ ଶରୀର ଭୋକ । ଯାହା କିଛି ହେଉ ଭଗବାନ ସାକ୍ଷୀ…

ଅଧିକ ପଢ଼ନ୍ତୁ
Odia Poem Priaya-Prema (ପ୍ରିୟା-ପ୍ରେମ) by Sanjay Kumar Tripathy

ପ୍ରିୟା-ପ୍ରେମ

ଯେତେଟି ସାଧନା ମନର ଭାବନା ଆରମ୍ଭ ପ୍ରିୟା ତୁମଠୁ ପ୍ରୀତି ସଂରଚନା ମଧୁର ମୂର୍ଚ୍ଛନା ସଭିଙ୍କ ସୃଷ୍ଟି ତୁମଠୁଁ । ଆହ୍ଲାଦିତ ସବୁ ବିରଳ ମୁହୂର୍ତ୍ତ ବନ୍ଧା ତୋ ସନ୍ଧ୍ୟା ଆଳାପେ ସ୍ୱର୍ଗୀୟ ଶାନ୍ତିର ହୃଦ ଝରା ଧାରା ମିଳେ ତୋ’ ମିଳନ ସାଥେ । କଲେଜ ଜୀବନ ଚକ୍ର ମଧ୍ୟେ ମୋର ଅତୀବ ନିଜର ତୁମେ ଭଲ ଲାଗେ ତୁମ ମିଷ୍ଠ ପରିଭାଷା ଆଉ ଭଲ ଲାଗ ତୁମେ । କ୍ୟାଣ୍ଟିନ୍ ପାଖ ବଗିଚା ଆସର ଜମେ ପ୍ରତି ସନ୍ଧ୍ୟାବେଳେ…

ଅଧିକ ପଢ଼ନ୍ତୁ
Smruti

ସ୍ମୃତି

ସ୍ମୃତି ସେଇ ସତେ ମୋ ଗାଁଆଁ ସକାଳ ନାଲି କୃଷ୍ଣଚୂଡ଼ା ଫୁଲ ସ୍ମୃତି ସେଇ ସତେ ପୋଖୋରୀ ତୁଠର ଗାଁଆଁ ଭୁଆସୁଣୀ ମେଳ । ସ୍ମୃତି ସେଇ ସତେ ପିଲା ଦିନ ସାଥି ମିଛି ମିଛିକାର ଖେଳ ସ୍ମୃତି ସେଇ ସତେ ଅଭୁଲା ଅତୀତ ବୁଢ଼ୀ ଜେଜେମା କୋଳ । ସ୍ମୃତି ସେଇ ସତେ ମୋ ଗାଁଆଁ ପ୍ରେମିକା ଆଉ ସନ୍ଧ୍ୟା ନଈ କୂଳ ସ୍ମୃତି ସେଇ ସତେ ତା’ ଆଖି ମିଟିକା ଆଉ ସେ ମିଳନ ବେଳ । ସ୍ମୃତି…

ଅଧିକ ପଢ଼ନ୍ତୁ