You are currently viewing ଅଳ୍ପ ଆଳାପ
ଅଳ୍ପ ଆଳାପ

ଅଳ୍ପ ଆଳାପ

ସବୁ କିଛି ହୋଇଗଲା ସ୍ତବ୍ଧ, ନୀରବ
ଅଚିହ୍ନା ଅଜଣା ଆଖିର
ଭାଷା ମାତ୍ର କେଇ ମୁହୂର୍ତ୍ତର
ମୁହେଁ ଥିଲା ଉଦାସର
ଛୋଟିଆ ପ୍ରାଚୀର ।

ଚୁପ୍ ଚାପ୍ ଦୁଇ ଓଠ
ବାସ୍ ଢଳ ଢଳ ଚାରି ଆଖି
ଚାହିଁବା ଥିଲା ନ ଚାହିଁବା ପରି
ମନେ ହୁଏ ଶବ୍ଦ ଆଉ ଭାଷାର
ହେବ ବୋଧେ ବିରାଟ
ବୃଷ୍ଟି ମିଶା ଝଡ଼ ।

ଫଡ଼ ଫଡ଼ ଉଡ଼ୁଥିବା
ଓଢ଼ଣୀର ତାଣ୍ଡବ ଶୁଭୁଥିଲା
କାନରେ କେବଳ
ସବୁ କିଛି ଶୁନ୍‌ଶାନ୍
ବାସ୍ ଥର ଥର ଓଠରୁ ନିସୃତ
କେଇ ଧାଡ଼ି କୋହ ମିଶା ଶବ୍ଦ ।

ଏମିତି ବହୁ ବାକ୍ୟ ବାଜିଛି ଏ କର୍ଣ୍ଣରେ
ଅନେକ ଅଚିହ୍ନା ମୁହଁର ହଯିଯାଇଛି
ଆଖି କାନଭାସ୍‌ରେ ।

ହେଲେ ମନେ କାଇଁ ପଡ଼େ
ସେଇ ଅଳ୍ପ ଆଳାପ
ହୁଏତ ସ୍ଵଳ୍ପ ହେଇପାରେ
କିନ୍ତୁ ଲାଗେ ଗୋଟେ ଗଳ୍ପ
ସେଇ ଅଳ୍ପ ଆଳାପ…

– ମୋନାଲିସା ସ୍ୱାଇଁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମୋନାଲିସା ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।