ତୁମେ ଯିବା ପରେ ପରେ
ମୁଁ ସମ୍ପୂର୍ଣ୍ଣ ଏକା
ମୋ ପାଶେ କିଛି ନାହିଁ
ନିସ୍ତବ୍ଧତା ଭିତରେ
କେବଳ ସେଇ
ଭଙ୍ଗା ହୃଦୟ
ଖୁବ୍ ଜୋରରେ
ସ୍ପନ୍ଦନ ହେଇ
ବୋଲ ନମାନି
ଗୁମୁରି ଗୁମୁରି କାନ୍ଦୁଛି ।
ଯେତେ ବୁଝାଇଲେ
କୋହଭରା ହୃଦୟଟା
ଭିତରେ ଭିତରେ
ଜଳି ଜଳି ଛାରଖାର ହେଇ
ପାଉଁଶ ପରି ଉଡ଼ିଲାଣି ।
କେମିତି ବୁଝାଇବି
ଏ ଭଙ୍ଗା ହୃଦୟ
ତୁ ସ୍ଥିର ହେଇ ଯାଆ
ଦିନେ ଆସିବ ଶ୍ରାବଣ
ପୁଣି ଛୁଇଁବ ବର୍ଷା
ଭିଜି ଭିଜି ନାଚି ନାଚି
ନିସ୍ତେଜ ହେଇ
ଉଲଙ୍ଘ ଶିଶୁ ସମ
ଶୋଇଯିବା ରାତ୍ରିର
କାଳି ଅନ୍ଧାର ଭିତର ।
– ଧୀରେନ ବାଗ