ନିଜେ ସହି ଭୋକ୍ ଶୋଷ୍ ଯେନ୍ ଲୋକ୍
ଦେସି କାହାର୍ ପେଟ୍ ପୂରେଇ
ତାର୍ ହାତୁଁ ଖାଇଥିସି ଯେନ୍ ଲୋକ୍
ଗୁଡ଼େଁ ବି ପାର୍ସି ଖୁରେଇ
ଇନ୍ତା ହେଇଛେ ସମିଆ ଇହାଦେ
କେହି ନାଇଁକରେ ସ୍ବୀକାର୍
ଉପକାରୀ ଯେତେ ଚିହ୍ନାର୍ ଲୋକ୍କୁଁ
କରୁଥିସି ଧିକ୍କାର୍
କଥା ତ ଭାଗ୍ସି ପବ୍ନେ ଉଡ଼ି
ଲେଖା ରହିଥିସି ପଡ଼ି
କେହି ନାଇଁମାନେ କାହାର୍ ବୋଲ୍
ଯେତେ ଛାଡ଼୍ଲେ ବି ରଡ଼ି
ଶିକ୍ଷା ଶାସନ୍ ବିଚାର୍ ସାହିତ୍ୟ
ହେଲାନ ଶବ୍ଦଖେଲ୍
ଭାବ୍ନା ତ କାହିଁ ଦିଶ୍ବାର୍ ନାଇଁ
ଆଇଛେ ଇନ୍ତା ବେଲ୍
Comments
ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।