ଶିଉଳି ଫୁଲର ବାସ, କାର୍ତ୍ତିକର ମାସ
ବଣ ମଲ୍ଲୀକୁ କାଟି ଦିଏ ତା’ର ସେଇ ସୁଗନ୍ଧଭରା ବାସ
ପଣତ କାନିରେ ଗୋଟାଉ ଥାଏ ସେ ଶିଉଳିର ପରକାଶ
କାର୍ତ୍ତିକ ମାସର ସକାଳ, ଚଉରା ପ୍ରାଙ୍ଗଣ ଦିଶୁଥାଇ ସୁନ୍ଦର
ଆକାଶ ମାର୍ଗରେ ଶୁଭୁ ଥାଇ ଆରତୀର ହୁଳୁତାଳ
ଧର୍ମର ପରା ଏଇ ମାସ, କରି ଥାଇ ସେ କେତେ ଉପବାସ
ଜୀବନ ପ୍ରାସଙ୍ଗେ ସବୁ ଭୁଲିଯାଇ କରେ ସେ କେତେ ଅସୁମାରୀ ଆଶା ଅଶେଷ ।
– ଦେବାଶିଷ ମହାପାତ୍ର
Comments
ଦେବାଶିଷ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।