You are currently viewing କାର୍ତ୍ତିକ ମହା ପଞ୍ଚୁକ
Odia Poem Kartika Maha Panchuka (କାର୍ତ୍ତିକ ମହା ପଞ୍ଚୁକ) by Prakash Meher

କାର୍ତ୍ତିକ ମହା ପଞ୍ଚୁକ

ପଞ୍ଚ ଦିନ ପ୍ରଭାତରୁ ସ୍ନାନ ସାରି ତୁରିତେ
ଲୟ ରଖ ମନ କୃଷ୍ଣ ପାଦେ ।
ଭାଗବତ ଗାନ କର ଜଗନ୍ନାଥଙ୍କୁ ସୁମରି
ପ୍ରଭୁ କୃପା ଲଭିବୁ ତେବେ ॥

ତୁଳସୀ ଦେବୀଙ୍କୁ କମଳେ କର ଜଳ ଦାନ
କୃପା କରିବେ ହେ ନାରାୟଣ ।
ଚକ୍ରଧାରୀ ଲକ୍ଷ୍ମୀକାନ୍ତ ପାପ କର ନାଶନ
ତବପଦ୍ମ ଯୁଗଲେ ମୋର ଧ୍ୟାନ ॥

ସନ୍ଧ୍ୟା ସମୟେ ଦୀପ ଜାଳି ତୁଳସୀ ମୂଳେ
ସନ୍ଧ୍ୟା ସୁମରି ଯାଉ ଦିନ ମଙ୍ଗଳେ ।
ପବିତ୍ର କାର୍ତିକେ ତୁଳସୀ ଅଟେ ପୁଣ୍ୟ ବତୀ
ମିଳିଣ ସେବା କର ନରନାରୀ ସର୍ବେ ॥

ଭାଗବତ ଗାନ କରି ହରି ବୋଲ ଦେଇ
ହୁଲ ହୁଲିରେ ଘର ଉଠେ ପୂରି ।
ନାମ ସଂକୀର୍ତ୍ତନେ ଆନନ୍ଦେ ବିତି ଯାଏ ଦିନ
ଧରି ହରେ କୃଷ୍ଣ ହରି ନାମ ॥

ଏ ମହା କାର୍ତ୍ତିକେ କର ହରି ନାମ ଶ୍ରବଣ
ମଣିଷ ଜନ୍ମୁ ଅଧମ ହେବୁ ପାରି ।
ପରମାତ୍ମା ସେ ପ୍ରଭୁ ଦେବକୀଙ୍କର ନନ୍ଦନ
ଦୟା କ୍ଷମା ଯାହା ଅଛୁ ହୃଦେ ଧରି ॥

ପୁଷ୍ପ ସମ ସମସ୍ତଙ୍କୁ ଆଦରର ରଖ ଭାବ
ତିଳେ ହେଲେ କାହାର ନ କରି ମନ୍ଦ ।
ସାଧୁ ଜନ ଗୁରୁ ପାଦେ କର ହେ ପ୍ରଣାମ
ତାଙ୍କ ଆଶିଶେ ମିଳେ ଆତ୍ମ ଜ୍ଞାନ ॥

ମିଳଇ ନାହିଁ ତୃପ୍ତି ଆନନ୍ଦ ନାହିଁ ଯଦି ଶ୍ରଦ୍ଧା
ସେ ଲୀଲାମୟଙ୍କୁ ସଦା ଭଜିବା ।
ଆହେ ମୁରଲୀଧର ଲୀଲା ତୁମ ଅଗୋଚର
କାହୁଁ ଜାଣିବି ମୁଁ ତବ ନାମ ଧରିବା ॥

ସନ୍ଥ ଜନ ନୁହଇ ମୁଁ ଅଧମ ନର ଛାର
ଚିତ୍ତ ଥାଉ ତୁମ ନାମ ଜପି ଜପିବା ।
ପଞ୍ଚକ ବ୍ରତର ଫଳ ପୂର୍ଣ୍ଣମୀରେ ମିଳେ
ବୋଇତ ବନ୍ଦାଣ ପ୍ରଭାତୁ କରିବା ॥

– ପ୍ରକାଶ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରକାଶ ମେହେର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।