ପବନ ଏବେବି ଅଭିମାନ କରେ
ତୁମ ସ୍ପର୍ଶ ପାଇଁ ପତର ଫାଙ୍କରେ
ଜହ୍ନ ଏବେବି ମୁହଁ ଘଷେ ଆକାଶ ଛାତିରେ
ତୁମକୁ ଦେଖିବାକୁ ପୂର୍ଣିମା ରାତିରେ ।
ଲିଭିଲା ଜୁଇର ପାଉଁଶ ଗଦା ମୁଁ
ବଞ୍ଚିବାର ଆଉ ରାହା ନାହିଁ
ଋତୁ ପରେ ଋତୁ ଆସିଲା ଓ ଗଲା
ତୁମେ କିଆଁ ଆସିଲ ନାହିଁ l
ହୃଦୟର ସେହି ଜାଗାରେ
ତୁମେହିଁ ପ୍ରିୟା ଥିଲ ଚିର ଦିନର
ତୁମ ବିନା ସେହି ମଙ୍ଗଳ ଗ୍ରହ
ଏକ ଶୂନ୍ୟ ପାତ୍ର ସହ ସମାନ୍ତର l
ତୁମେ ଫେରିବ ସେଇ ଅପେକ୍ଷାରେ
ବଞ୍ଚିଯାଉଅଛି ମୋ ବାକି ଜୀବନ
ଅବଶ୍ୟ ଟିକେ କଷ୍ଟ ହେଉଛି
କିନ୍ତୁ ବୁଝେଇ ଦଉଛି ମୋ ମନ l
ଅଶାନ୍ତ ସାଗରର ଲହରୀଟିଏ ମୁଁ
କୂଳ ଖୋଜି ଆଉ ପାଉନାହିଁ
ନିଜ ଛାଇ ଆଲୁଅର ସଂସାରରେ
ତୁମର ପ୍ରତୀକ୍ଷା ଜମା ସହି ହେଉନାହିଁ l
– କିଶୋର କୁମାର ଖିଲ
Comments
କିଶୋର କୁମାର ଖିଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।