ପବନ ଏବେବି ଅଭିମାନ କରେ
ତୁମ ସ୍ପର୍ଶ ପାଇଁ ପତର ଫାଙ୍କରେ
ଜହ୍ନ ଏବେବି ମୁହଁ ଘଷେ ଆକାଶ ଛାତିରେ
ତୁମକୁ ଦେଖିବାକୁ ପୂର୍ଣିମା ରାତିରେ ।
ଲିଭିଲା ଜୁଇର ପାଉଁଶ ଗଦା ମୁଁ
ବଞ୍ଚିବାର ଆଉ ରାହା ନାହିଁ
ଋତୁ ପରେ ଋତୁ ଆସିଲା ଓ ଗଲା
ତୁମେ କିଆଁ ଆସିଲ ନାହିଁ l
ହୃଦୟର ସେହି ଜାଗାରେ
ତୁମେହିଁ ପ୍ରିୟା ଥିଲ ଚିର ଦିନର
ତୁମ ବିନା ସେହି ମଙ୍ଗଳ ଗ୍ରହ
ଏକ ଶୂନ୍ୟ ପାତ୍ର ସହ ସମାନ୍ତର l
ତୁମେ ଫେରିବ ସେଇ ଅପେକ୍ଷାରେ
ବଞ୍ଚିଯାଉଅଛି ମୋ ବାକି ଜୀବନ
ଅବଶ୍ୟ ଟିକେ କଷ୍ଟ ହେଉଛି
କିନ୍ତୁ ବୁଝେଇ ଦଉଛି ମୋ ମନ l
ଅଶାନ୍ତ ସାଗରର ଲହରୀଟିଏ ମୁଁ
କୂଳ ଖୋଜି ଆଉ ପାଉନାହିଁ
ନିଜ ଛାଇ ଆଲୁଅର ସଂସାରରେ
ତୁମର ପ୍ରତୀକ୍ଷା ଜମା ସହି ହେଉନାହିଁ l
– କିଶୋର କୁମାର ଖିଲ