You are currently viewing ତମ ଅପେକ୍ଷାରେ
Odia Poem Tama Apekshare (ତମ ଅପେକ୍ଷାରେ) by Subham Kumar Sahoo

ତମ ଅପେକ୍ଷାରେ

ତମେ ଆସ ଜହ୍ନ ଆଲୁଅରେ
ପୁଣି ହଜିଯାଅ ଭସା ବାଦଲରେ
ତମେ ବି ନିଜେ ଜାଣନା
କେମିତି ବା ଜାଣିବ
ମୋ ମନର ଭାବନାକୁ
ତମେ ଅଛ ସିନା ମୋ ମନରେ,
ହେଲେ ତମେ ତ ଆଉ କାହା ମନରେ
ତମେ ଅଛ ସିନା ମୋ ସ୍ୱପ୍ନରେ,
ହେଲେ ତମେ ଆସ ଆଉ କାହା ସ୍ଵପ୍ନରେ
ଏ ମନକୁ ଯେତେ ବୁଝାଇଲେ
ସେ ଛୋଟ ପିଲା ପରି ପୁରା ଅବୁଝା
ହେଲେ ବି
ଏ ପାଗଳ କେବଳ
ତମ ଅପେକ୍ଷାରେ…

– ଶୁଭମ୍ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭମ୍ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।